ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ମାଝୀ ସଙ୍ଗଠିତ ଅପରାଧ ଦମନ ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତି, ଯେତେ ଶକ୍ତିଶାଳୀ ହେଉନ୍ତୁ, ଛଡ଼ାଯିବେ ନାହିଁ। ସେମାନଙ୍କ ସ୍ଥାନ ସମାଜରେ ନୁହେଁ, ଜେଲ୍‌ରେ।” ମହିଳା ସୁରକ୍ଷା ପାଇଁ ସରକାରର ‘ଶୂନ୍ୟ ସହନଶୀଳ’ ନୀତିକୁ ଜୋରଦାର କରିବା ସହ ଏଥିପାଇଁ ପୋଲିସକୁ କ୍ଷମତା ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି, ତଥାପି ଏହାକୁ ଆହୁରି ପ୍ରଭାବୀ କରିବା ପାଇଁ ପଦକ୍ଷେପ ନିଆଯିବ। ସେ ଅପରାଧ ବୃଦ୍ଧିର ମୁଖ୍ୟ କାରଣ ଭାବେ ନିଶା କାରବାରକୁ ଚିହ୍ନଟ କରି ଏହା ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସମାରୋହରେ ସ୍କୁଲ-କଲେଜ ଓ ପୁଲିସ ବାହିନୀର କଣ୍ଟିଜେଣ୍ଟ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି, ଖାତିର କଲେନି ରାହୁଲ ଗାନ୍ଧୀ; ତୀବ୍ର ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୬।୧: ଦୁଇ ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ କର୍ଣ୍ଣପାତ କଲେନି ରାହୁଲ ଗାନ୍ଧୀ। ଆଗରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର…

HIL 2026: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ ରାଞ୍ଚି ରୟାଲ୍ସ ପରାସ୍ତ

ଭୁବନେଶ୍ୱର,୨୬।୧: ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ…

୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ…

ହକି ଇଣ୍ଡିଆ ଲିଗ୍‌: ହାଇଦ୍ରାବାଦ ତୁଫାନ୍ସକୁ ବ୍ରୋଞ୍ଜ, ଓଡ଼ିଶାର ଅମନଦୀପ ଲାକ୍ରାଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର,୨୬।୧: ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ତୃତୀୟ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲରେ HIL…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri