ଷ୍ଟାର୍ଟଅପ୍‌ ସମୃଦ୍ଧି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨।୧୨:ସାରା ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ଗତ ବର୍ଷ ଓଡ଼ିଶା ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଶୀର୍ଷ ପ୍ରଦର୍ଶନକାରୀ ଭାବେ ମଧ୍ୟ ସ୍ବୀକୃତି ଲାଭ କରିଛି। ବିଶେଷକରି ଗତ ୫ବର୍ଷ ମଧ୍ୟରେ ଅତ୍ୟାଧୁନିକ ଇନ୍‌କ୍ୟୁବେଟରମାନଙ୍କୁ ରାଜ୍ୟରେ ପ୍ରୋତ୍ସାହିତ କରାଯାଇଛି। ସେହିଭଳି ‘ଷ୍ଟାର୍ଟଅପ୍‌ ଯାତ୍ରା’ପରି ବ୍ୟାପକ କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେଇଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ର ପ୍ରଥମ ଦିନର ଏକ ପ୍ଲେନାରି ସେସନରେ ଯୋଗଦେଇ ମତ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ସରକାର ରାଜ୍ୟରେ ଷ୍ଟାର୍ଟଅପ୍‌ ପରିମଣ୍ଡଳର ଅଭିବୃଦ୍ଧି ଉପରେ ମଧ୍ୟ ଗୁରୁତ୍ବ ଦେଉଥିବା ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍‌ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ୫ଟି ବୁଝାମଣାପତ୍ର ସମେତ ୭ଟି ଆଗ୍ରହ ପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦେବ ଓ ଅନ୍ୟ ଅତିଥିମାନଙ୍କ ଗହଣରେ ଷ୍ଟାର୍ଟଅପ୍‌କୁ ନେଇ ଗୋଟିଏ ଫଳାଫଳ ବିବରଣୀ ଏବଂ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ପରିଶେଷରେ ସଫଳତା ପାଇଥିବା ସଂସ୍ଥାଗୁଡ଼ିକୁ ଷ୍ଟାର୍ଟଅପ୍‌ ଯାତ୍ରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଉପଲକ୍ଷେ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପ୍ରମୁଖ ଶିଳ୍ପସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ‘ଷ୍ଟାର୍ଟଅପ୍‌ ଦୃଷ୍ଟାନ୍ତରେ ପରିବର୍ତ୍ତନ ଏବଂ ଭବିଷ୍ୟତ ମାର୍ଗ’ ଶୀର୍ଷକ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଦେବ ଅଂଶଗ୍ରହଣ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଥିଲେ, ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ବାରା ନିଯୁକ୍ତି ସୁଯୋଗରେ ବ୍ୟାପକ ସମ୍ଭାବନା ରହିଛି। ସମାଜରେ ଦୈନନ୍ଦିନ ସମସ୍ୟାର ସମାଧାନ ମଧ୍ୟ ସମ୍ଭବ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri