ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ, ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡି…

ଭୁବନେଶ୍ୱର,୨୫।୮: ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଶ୍ରମିକମାନେ ଯେଉଁ ରାଜ୍ୟକୁ ଦାଦନ ପାଇଁ ଯାଉଛନ୍ତି, ସେହି ରାଜ୍ୟକୁ ଏକ ଓଡ଼ିଶା ଟିମ୍‌ ପଠାଯିବ। ଏହି ଟିମ୍‌ ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦାଦନର କାରଣ ଖୋଜି ନିରାକରଣ ପାଇଁ ପଦକ୍ଷେପ ନେବ।

ସିଂଦେଓ କହିଛନ୍ତି, “ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡି ଯୋଗୁଁ ଦାଦନ କିଛି ପରିମାଣରେ କମିଛି। ତେବେ ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ଜାରି ରହିଛି।” ସରକାର ଏହି ସମସ୍ୟାର ମୂଳ କାରଣ ଚିହ୍ନଟ କରି ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରୁଛନ୍ତି।

Share