ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୪: ଚଳିତ ଶିକ୍ଷାବର୍ଷରେ ଶିକ୍ଷାଧିକାର ଆଇନ୍‌‌ ଅନୁସାରେ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସମ୍ବନ୍ଧରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ
ଏବଂ ବ୍ଲକ୍‌‌ ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଶିକ୍ଷାଅଧିକାର ଆଇନ୍‌‌ ଅନୁସାରେ ଚଳିତ ମାସ ୬ ତାରିଖ ଶୁକ୍ରବାର ସୁଦ୍ଧା ଘରୋଇ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଶେଷ ତାରିଖ ଥିଲା। ଯେଉଁ ଘରୋଇ ସ୍କୁଲଗୁଡ଼ିକ ଶିକ୍ଷାଧିକାର ଆଇନ୍‌‌କୁ
ଅବମାନନା କରି ଘରୋଇ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ମାଗଣାପଢ଼ିବା ପାଇଁ ସୁଯୋଗ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share
Tags: odisha