Posted inଜାତୀୟ

ଲଗାତର ୨୦ ବର୍ଷ ହେଲାଣି କ୍ଷମତାରେ, ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ ନୀତୀଶ କୁମାର; କାରଣ ଜାଣିଲେ…

ପାଟନା,୬।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ପୁଣିଥରେ ବିଧାନ ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ନିଶ୍ଚିତ ଯେ ସେ ବିଧାନ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହେବେ। ଖାଲିଥିବା ୧୧ ଆସନ ମଧ୍ୟରୁ ଜେଡିୟୁକୁ ମିଳିଥିବା ଦ୍ୱିତୀୟ ଆସନରେ ଖାଲିଦ୍‌ ଅନୱାର ନିର୍ବାଚିତ ହେବେ। ତେବେ କ୍ରମାଗତ ଚତୁର୍ଥ ଥର ପାଇଁ ନୀତୀଶ ଏମ୍‌ଏଲ୍‌ସି ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଦ୍ୟାବଧି ନୀତୀଶ କୁମାର ୯ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ହେଲେ ଜଣେ ବିଧାୟକ ଭାବେ ସେ କେବେହେଲେ ସିଏମ୍‌ ଚେୟାରରେ ବସି ନାହାନ୍ତି। ପ୍ରତ୍ୟେକ ଥର ସେ ବିଧାନ ପରିଷଦ ରାସ୍ତା ବାଛି ଆସିଛନ୍ତି। ୨୦୨୪ରେ ପୁଣି ଥରେ ନୀତୀଶ କୁମାର ମଧ୍ୟ ତାହା କରିବାକୁ ଯାଉଛନ୍ତି।
‘ଗୁଡ୍‌ ଗଭର୍ନାନ୍ସ ବାବୁ’ ଭାବରେ ଜଣାଶୁଣା ନୀତୀଶ କୁମାର କ୍ରମାଗତ ୨୦ ବର୍ଷ ବିହାରରେ କ୍ଷମତାରେ ରହିଛନ୍ତି। ଯଦିଓ ଜିତନ ରାମ ମାଞ୍ଝିଙ୍କୁ ମୁଖ୍ୟମନ୍ତ୍ରୀ କରି ନୀତୀଶ ୨୭୮ ଦିନ ପାଇଁ ସିଏମ ଚେୟାର ଛାଡିଥିଲେ କିନ୍ତୁ ପରୋକ୍ଷରେ ସେ ନିଜେ କ୍ଷମତାର ମଙ୍ଗ ଧରିଥିଲେ। ବିଗତ ବର୍ଷ ମଧ୍ୟରେ ନୀତୀଶ ଜଣେ ବିକାଶ ମଣିଷ ଭାବରେ ନିଜର ଭାବମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି, କିନ୍ତୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହସ କରିପାରି ନାହାନ୍ତି। ୨୦୦୪ ନିର୍ବାଚନରେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ଏହା ପଛର କାରଣ ବୋଲି ରାଜନୈତିକ ବିଶେଷଜ୍ଞମାନେ ବିବେଚନା କରନ୍ତି।
ନୀତୀଶ କୁମାର ୧୯୭୭ ମସିହାରେ ଜନତା ପାର୍ଟିରୁ ସକ୍ରିୟ ରାଜନୀତି ଆରମ୍ଭ କରିଥିଲେ। ନୀତୀଶ କୁମାରଙ୍କ ପିତା (ପେସାରେ ଜଣେ ବୈଦ୍ୟ) ମୂଳତଃ ନାଲନ୍ଦା ଜିଲାର ଥିଲେ। ଏନ୍‌ଆଇଟି ପାଟନାରୁ ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିବା ପରେ ସେ ରାଜନୀତିକୁ ଆସି ଜେପି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଆନ୍ଦୋଳନରେ ବିହାରର ଛାମୁଆ ନେତା ଲାଲୁ ପ୍ରସାଦ ଯାଦବ ଏବଂ ସୁଶୀଲ କୁମାର ମୋଦୀ ନୀତୀଶଙ୍କ ସାଥୀ  ଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ତାଙ୍କୁ ଲଗାତାର ଦୁଇଥର ପରାଜୟର ସାମ୍ନା କରିବାକୁ ପଡିଥିଲା।
୧୯୮୫ ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ, ସେତେବେଳେ ସେ ହାର୍ନାଟ ବିଧାନସଭା ଆସନରୁ ନିର୍ବାଚନରେ ଜିତିଥିଲେ। ନୀତୀଶଙ୍କ ଇଚ୍ଛାଶକ୍ତି ଅଧିକ ଥିଲା, ଦଳ ମଧ୍ୟ ତାଙ୍କୁ ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଥିଲା। ୧୯୮୯ ରେ ଲୋକ ସଭା ନିର୍ବାଚନରେ ଜିତିବା ପରେ ନୀତୀଶ କୁମାର କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୪ ରେ ନୀତୀଶ କୁମାର ଜନତା ଦଳକୁ ବିଦାୟ ଜଣାଇ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ସହ ସମତା ପାର୍ଟି ଗଠନ କରିଥିଲେ। ଏହା ପରେ ସେ ୧୯୯୯ ପର୍ଯ୍ୟନ୍ତ କ୍ରମାଗତ ନିର୍ବାଚନରେ ଜିତିଥିଲେ ଏବଂ ଏନଡିଏ ସରକାରରେ ରେଳ ମନ୍ତ୍ରୀ ହୋଇଥିଲେ। ତେବେ ଏକ ବଡ଼ ଟ୍ରେନ ଦୁର୍ଘଟଣା ପରେ ନୀତୀଶଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ୨୦୦୩ରେ ସମତା ପାର୍ଟି, ଜନତା ଦଳ ଏବଂ ଲୋକ ଶକ୍ତି ପାର୍ଟି ଏକାଠି ହୋଇ ଜନତା ଦଳ ୟୁନାଇଟେଡ୍‌ ଗଠନ କରିଥିଲେ।
୨୦୦୦ରେ ନୀତୀଶ କୁମାରଙ୍କ ଭାଗ୍ୟ ବଦଳିଥିଲା ଯେତେବେଳେ ଏନ୍‌ଡିଏ ତାଙ୍କୁ ବିହାରର ସିଏମ୍‌ ଭାବରେ ପ୍ରୋଜେକ୍ଟ କରିଥିଲା। ସେ ୭ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଶ୍ୱାସ ଭୋଟ ପାଇବାରେ ସକ୍ଷମ ନ ହେବା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ରାବ୍ରି ଦେବୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟ ଥିଲା ଯେତେବେଳେ ବିହାର ଜଙ୍ଗଲରାଜ୍‌ର ପର୍ଯ୍ୟାୟ ଦେଇ ଗତି କରୁଥିଲା। ଏଭଳି ପରିସ୍ଥିତିରେ ବିହାରର ଜନସାଧାରଣଙ୍କ ଆଖି ନୀତୀଶ କୁମାରଙ୍କ ଉପରେ ଥିଲା। ପରେ ନୀତୀଶ ବିହାର ରାଜନୀତିରେ ଧ୍ୟାନ ଦେଇଥିଲେ। ୨୦୦୫ ରେ ଜେଡିୟୁ ଭାଜପା ସହ ମିଶି ସରକାର ଗଠନ କରାଯାଇଥିଲା।
ତେବେ ନୀତୀଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ମୁଖ୍ୟ କାରଣ ହେଉଛି ୨୦ ବର୍ଷ ପୂର୍ବେ ସେ ପାଇଥିବା ଆଘାତ। ତେବେ ସେ ୨୦୦୪ ରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନରେ ସେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କାରଣ ନୀତୀଶ କୁମାର ୧୯୮୯ ରୁ ୧୯୯୯ ପର୍ଯ୍ୟନ୍ତ ବାଢ୍‌ ଲୋକ ସଭା ଆସନରୁ ନିର୍ବାଚନରେ କ୍ରମାଗତ ଭାବରେ ଜିତୁଥିଲେ, ଏହି ଲୋକ ସଭା ନିର୍ବାଚନମଣ୍ଡଳୀ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା, କିନ୍ତୁ ୨୦୦୪ ରେ ସେ ହୃଦୟଙ୍ଗମ କରିଥିଲେ ଯେ ଏଥର ବୋଧହୁଏ ଏଠାରୁ ତାଙ୍କ ଏମ୍‌ପି ପଦବୀ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ନୀତୀଶ କୁମାର ବାଢ୍‌ ସହ ନାଲନ୍ଦା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନୀତୀଶଙ୍କ ଭୟ ସତ୍ୟ ପ୍ରମାଣିତ ହେଲା। ସେ ବାଢ୍‌ ଲୋକ ସଭା ଆସନରୁ ନିର୍ବାଚନରେ ହାରିଗଲେ। ଯେତେବେଳେ ସେ ୨୦୦୫ ରେ ସିଏମ ହୋଇଥିଲେ, ସେ ନାଲନ୍ଦା ଆସନରୁ ଏମ୍‌ପି ଥିଲେ। ପରେ ସେ ଏହି ଆସନ ଛାଡି ବିଧାନ ପରିଷଦରୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ କ୍ରମାଗତ ଭାବରେ ବିଧାନ ପରିଷଦର ସଦସ୍ୟ ରହିଆସିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?