ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ କେହି ନ ଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚିବା ପରେ ସନ୍ଧ୍ୟାରେ ମିଳିଲା ଖାଦ୍ୟ। ଭାଟିଗାଁ ସ୍ଥିତ ୫-ଟି ଅଧୀନ ସରକାରୀ ୟୁଜି ହାଇସ୍କୁଲରେ ବୁଧବାର ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା। ପ୍ରଧାନ ଶିକ୍ଷକ ଓ ରୋଷେଇ ଦାୟିତ୍ୱରେ ଥିବା କର୍ମଚାରୀ ସମସ୍ତେ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ପ୍ରଧାନ ହେଲେ ପ୍ରଧାନ ଶିକ୍ଷକ ହେଡକ୍ୱାଟର ଛାଡ଼ି ନବରଙ୍ଗପୁରେ ରହୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଅବହେଳା ଯୋଗୁ ପିଲାମାନେ ଭୋକରେ ରହିଲେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ସମସ୍ୟାକୁ ଗୁରୁତର ସହ ନେଇ ତଦନ୍ତ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଶିକ୍ଷା ବିଭାଗ ଅଧୀନରେ ଭାଟିଗାଁ ସରକାରୀ ୟୁଜି ହାଇସ୍କୁଲ ରହିଛି। ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ବୁଧବାର ପ୍ରଥମାଷ୍ଟମୀ ଯୋଗୁ ବିଦ୍ୟାଳୟ ଛୁଟି ଥିଲା। ଛାତ୍ରାବାସରେ ୭୨ ଛାତ୍ର ଥିଲେ। ସକାଳୁ ରୋଷେୟା ଖଗପତି ଭତରାଙ୍କୁ ପ୍ରଧାନ ଶିକ୍ଷକ ସରୋଜ କୁମାର ତ୍ରିପାଠୀ ଚାଉଳ, ଡାଲି, ପରିବା ଆଦି ଦେଇ ବିଦ୍ୟାଳୟରୁ ଚାଲି ଯାଇଥିଲେ। ଖଗପତି ଆଉ ରୋଷେଇ କଲେ ନାହିଁ। ଫଳରେ ଛାତ୍ରମାନେ ଦିନସାରା ଭୋକରେ ରହିଥିଲେ। ନିଶା କାରଣରୁ ରୋଷେୟା ଏଭଳି କରିଥିବା ଅଭିଯୋଗ ହୋଇଛି। ତେବେ ଏହାର ସତ୍ୟତା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ପିଲାମାନେ ଭୋକରେ ଥିବା ପ୍ରଚାର ହେବାପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ଗୌଡ଼ ସାଢ଼େ ୨ଟାରେ ଛାତ୍ରମାନଙ୍କୁ ୧୫୦ ଟଙ୍କା ଦେଇ କିଛି ଜଳଖିଆ ଆଣି ଖାଇଦିଅ ବୋଲି କହିଥିଲେ। ହେଲେ ରୋଷେଇ ଦାୟିତ୍ୱରେ ଥିବା ୩ କର୍ମଚାରୀ ନିଶାରେ ରହୁଥିବାରୁ ସେମାନଙ୍କୁ କାର୍ଯ୍ୟରୁ ହଟାଯାଉ ବୋଲି ପିଲାଙ୍କ ଅଭିଭାବକ ମାନେ ଦାବି କରିଛନ୍ତି। ତାହା ନ ହେଲେ ବିଦ୍ୟାଳୟରେ ତାଲାପକାଇ ପିଲାଙ୍କୁ ଆଉ ସ୍କୁଲ ପଠାଇବୁ ନାହିଁ ବୋଲି ଚେତାବନି ଦେଇଛନ୍ତି। ଏମିତିକି ଚାଉଳ ଚୋରି ହେବା ସହ ବିଦ୍ୟାଳୟରେ ଅନେକ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ଏ ନେଇ ପୂର୍ବରୁ ଡିଇଓଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ କହିଛନ୍ତି।
ରହିବା ବିଷୟରେ ହଷ୍ଟେଲ ଛାତ୍ର ଖଗେଶ୍ୱର ଭତରା କହିଛନ୍ତି, ସକାଳେ ଚୁଡ଼ା ଦେଇଥିଲେ। ଏହାପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାଦ୍ୟ ମିଳି ନ ଥିବା ସେ କହିଥିଲେ। ବଡମସିଗାଁ ସରପଞ୍ଚ କମଳେଶ୍ୱରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଟିଗାଁ ୫-ଟି ୟୁଜି ହାଇସ୍କୁଲରେ ଥିବା ରୋଷେୟା ମାନେ ସାଢ଼େ ୨ଟା ପର୍ଯ୍ୟନ୍ତ ଚୁଲି ଲାଗାଇ ନ ଥିଲେ। ପଚାରିବାରୁ କାଠ ଓଦା ହୋଇଥିବା କହିଥିଲେ। ତେବେ ୨ ମାସ ମଧ୍ୟରେ ୮ ଥର ବୈଠକ କରାଯାଇ ୩ ରୋଷେୟାଙ୍କୁ ବହିଷ୍କୃତ କରିବା ନିମନ୍ତେ ଦାବି ହେଇଛି। ହେଲେ ପ୍ରଧାନ ଶିକ୍ଷକ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସରପଞ୍ଚ କହିଛନ୍ତି। ୩ ରୋଷେୟାଙ୍କୁ ବହିଷ୍କାର କରା ନ ଗଲେ ନିଜେ ସ୍କୁଲରେ ତାଲା ଠୁଙ୍କିବେ ବୋଲି ସେ କହିଛନ୍ତି। ଘଟଣା ବିଷୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରୋଷେୟା ଖଗପତି ଭତରାଙ୍କୁ ପଚାରିବାରୁ ସେ ନିଶାରେ ଥିବା ଘଟଣାକୁ ଖଣ୍ଡନ କରିଛନ୍ତି। ଚୁଲି ସଜାଡ଼ିବାରେ ସମସ୍ୟା ହେବାରୁ ରୋଷେଇ ବିଳମ୍ବ ହେଲା। ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ସେ ଗ୍ୟାସ ଯୋଗାଡ଼ କରିଥିଲେ ବୋଲି ସେ କହିଛନ୍ତି। ପ୍ରଧାନ ଶିକ୍ଷକ ସରୋଜ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ସେ ଜରୁରୀ ବୈଠକକୁ ଯାଇଥିଲେ ବୋଲି କହିଛନ୍ତି। ଚୁଲି ଜଳୁ ନ ଥିଲେ ମଧ୍ୟ ୨ ଟା ପର୍ଯ୍ୟନ୍ତ ରୋଷେୟା କିମ୍ବା ପିଲାମାନେ ଜଣାଇ ନ ଥିଲେ। ଖବର ପାଇ ରୋଷଇ କରାଯାଇଛି ବୋଲି ସେ ସନ୍ଧ୍ୟାରେ କହିଥିଲେ। ଅନ୍ୟପକ୍ଷରେ ୩ କର୍ମଚାରୀଙ୍କୁ ହଟାଇବା ବିଷୟରେ ସେ କହିଛନ୍ତି, ସେମାନଙ୍କ ପେଟପାଟଣାର କଥା। ସ୍କୁଲ ପରିଚାଳନା କମିଟି ଓ ଗାଁ ଲୋକଙ୍କ ସହ ଆଲୋଚନା ପରେ ସେମାନଙ୍କୁ ରଖାଯାଇଥିଲା। ପ୍ରଧାନ ଶିକ୍ଷକ ଭାବେ ନିଜେ ଖାଦ୍ୟ ଖାଇଥିଲେ ମଧ୍ୟ ପିଲାଙ୍କୁ ମିଳି ନ ଥିବାରୁ ଦୁଃଖିତ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri