Posted inଫୁରସତ

ଷ୍ଟାର୍ଟଅପ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆୟୋଜନ ହେବାକୁ ଥିବା ଯୁବ ସମ୍ମିଳନୀରେ ମହାରାଷ୍ଟ୍ରର ନେହା ଶିବାଜୀ ନାଏକଓ୍ବାଡ଼େ ଯୁବ ପରିବେଶବିତ୍‌ ଭାବେ ଯୋଗଦେବେ। ନେହା ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। କିନ୍ତୁ ପରିବେଶ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି। ବିଶେଷ କରି ଶୂନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ନେହାଙ୍କୁ ମିଳିତ ଜାତିସଂଘ ୟୁଥ୍‌ କ୍ଲାଇମେଟ୍‌ ଲିଡର ଭାବେ ମନୋନୀତ କରିଛି। ଯୁବ ଉଦ୍ୟୋଗୀ ନେହା ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି। ଶୂନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ପରଓ୍ବାହ’ ଯୁବ ସଂସ୍ଥାର ସେ ସହ ପ୍ରତିଷ୍ଠାତା(କୋ-ଫାଉଣ୍ଡର) ଅଛନ୍ତି। ନେହା ଏକ କ୍ଲାଇମେଟ୍‌ ଡାଟା ପ୍ରୋଗ୍ରାମ୍‌ ନିର୍ମାଣ କରିଛନ୍ତି, ଯାହାକି ଏଆଇ-ଏମ୍‌ଏଲ୍‌, ବିଗ୍‌ ଡାଟା ଏବଂ ଆଡ୍‌ଭାନ୍ସଡ୍‌ କ୍ଲାଇମେଟ୍‌ ମଡେଲିଂ ଭଳି ଡାଟା ଟେକ୍ନୋଲୋଜି ସହିତ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ କରିବା ଏହି ପ୍ରୋଗ୍ରାମର ଲକ୍ଷ୍ୟ ରହିଛି। ୟଙ୍ଗ୍‌ ଲିଡର୍ସ ଫର୍‌ ଆକ୍ଟିଭ ସିଟିଜେନଶିିପ୍‌ (ଓ୍ବାଇଏଲ୍‌ଏସି)ରେ ଆକ୍ସନ ଫେଲୋ ଭାବେ ନୀତି ନିର୍ଣ୍ଣୟ ଏବଂ ସିଏସ୍‌ଆର୍‌ ପଦକ୍ଷେପ ଉପରେ ସେ ବ୍ୟାପକ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ କ୍ଲାଇମେଟ୍‌ କଲେକ୍ଟିଭ୍‌ ଫାଉଣ୍ଡେଶନର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁଠି ସେ ଜଳବାୟୁ ଭିତ୍ତିକ ଷ୍ଟାର୍ଟଅପ୍‌କୁ ସୁଦୃଢ଼ କରିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଳବାୟୁ-ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛନ୍ତି। ନେହା ୟୁନାଇଟେଡ୍‌ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନ୍‌ଡିପି) ୟୁଥ୍‌ କୋ-ଲ୍ୟାବ୍‌ର ଅନ୍ୟତମ ସଦସ୍ୟ ରହିଛନ୍ତି। ନେହା କୁହନ୍ତି, ଜଳବାୟୁ ବିପଦକୁ ବୁଝିବା ଏବଂ ପରିଚାଳନା ପାଇଁ ଅଭିନବତ୍ୱକୁ ବ୍ୟାପକ ଏବଂ ପ୍ରଯୁକ୍ତିର ବ୍ୟବହାର କରିବା ଜରୁରୀ ଅଟେ। ଏହି ନୂତନ ପ୍ରଯୁକ୍ତି ଏବଂ ସମାଧାନର ବିକାଶ ପାଇଁ ଷ୍ଟାର୍ଟଅପ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri