ଭାରତରେ ଷ୍ଟାରଲିଙ୍କ୍‌

ଆମେରିକାର ଏରୋସ୍ପେସ୍‌ କମ୍ପାନୀ ସ୍ପେସ୍‌ଏକ୍ସ ଅଧୀନରେ ଥିବା ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବାର ଭାରତ ପ୍ରବେଶକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ, ସ୍ପେସ୍‌ଏକ୍ସର ମାଲିକ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିବିଶେଷ ଏଲନ୍‌ ମସ୍କ। ସେ ୨୦୨୦ରେ ପ୍ରଥମେ ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବା ଯୋଗାଇ ଦେଇଥିଲେ। ଏବେ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ଏହା ସେବା ଯୋଗାଉଛି। ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ଜିତାପଟ ପଛରେ ଏଲନ୍‌ ମସ୍କଙ୍କର ଖୋଲାଖୋଲି ଆର୍ଥିକ ସାହାଯ୍ୟ ରହିଥିଲା। ତତ୍‌ସହିତ ମସ୍କଙ୍କ ଦ୍ୱାରା ପରିଚାଳିତ ଏକ୍ସ (ପୂର୍ବନାମ ଟୁଇଟର)କମ୍ପାନୀ ଟ୍ରମ୍ପଙ୍କୁ ଜନସାଧାରଣଙ୍କ ନିକଟତର କରିବାରେ ସକ୍ରିୟ ସାହାଯ୍ୟ କରିଥିଲା। ଜିତିବା ପରେ ଟ୍ରମ୍ପ୍‌ ଏବେ ଏଲନ୍‌ ମସ୍କଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱ ଦେଇଛନ୍ତି।
କୁହାଯାଉଛି, ଷ୍ଟାରଲିଙ୍କ୍‌ ଭାରତରେ ସମସ୍ତଙ୍କୁ ଦ୍ରୁତଗତିର ଇଣ୍ଟରନେଟ ସେବା ଯୋଗାଇଦେବ, ବିଶେଷକରି ଗ୍ରାମାଞ୍ଚଳରେ ଡିଜିଟାଲ କ୍ଷେତ୍ରରେ ଉପୁଜୁଥିବା ବାଧା ଦୂର ହେବ ଏବଂ ଲୋକେ ସହଜରେ ଇଣ୍ଟରନେଟ ସୁବିଧା ପାଇପାରିବେ। ଗତମାସରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ ଷ୍ଟାରଲିଙ୍କ୍‌ର ପ୍ରବେଶ ସମ୍ଭାବନାକୁ ଉଜାଗର କରିଛି। ଜ୍ୟୋତିରାଦିତ୍ୟ କହିଥିଲେ, ସରକାର ସାଟେଲାଇଟ୍‌ ସ୍ପେକ୍ଟ୍ରମ ଆବଣ୍ଟନ କ୍ଷେତ୍ରରେ ପାରମ୍ପରିକ ନିଲାମ ପରିବର୍ତ୍ତେ ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ବଡ଼ କଥା ହେଉଛି, ସିନ୍ଧିଆଙ୍କ ମନ୍ତବ୍ୟକୁ ପ୍ରଶଂସା କରି ଷ୍ଟାରଲିଙ୍କ୍‌ ମାଲିକ ଏଲନ୍‌ ମସ୍କ ଏକ୍ସରେ ତାଙ୍କ ପ୍ରତିକ୍ରିୟା ରଖିଥିଲେ। ଭାରତରେ ଷ୍ଟାରଲିଙ୍କ୍‌ ଉତ୍ତମ ସେବା ଯୋଗାଇଦେବ ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ଉତ୍ସୁକ ବୋଲି କହିଥିଲେ। ବାସ୍ତବରେ ମସ୍କଙ୍କ ଏହି ପୋଷ୍ଟିଂ ପରେ ଭାରତରେ ଷ୍ଟାରଲିଙ୍କ୍‌ ପ୍ରବେଶର ସଙ୍କେତ ମିଳିଛି। ତେବେ ଷ୍ଟାରଲିଙ୍କ୍‌ କେଉଁ ପ୍ରକାର ସେବା ଯୋଗାଇବ ତାହା ବୁଝିବା ଦରକାର। ପ୍ରକୃତରେ ଷ୍ଟାରଲିଙ୍କ୍‌ ନାମକରଣ ଦି ଫଲ୍ଟ ଅଫ ଆଓ୍ବାର ଷ୍ଟାରସ୍‌ ଉପନ୍ୟାସରୁ ଉଦ୍ଧୃତ କରାଯାଇଛି। ଏହି ଦ୍ରୁତ ଇଣ୍ଟରନେଟ ସେବା କେବଲ ଆଧାରିତ ନୁହେଁ। ଏହା ଅତି ଦୁର୍ଗମ ଅଞ୍ଚଳ ସମେତ ସବୁ ଅଞ୍ଚଳକୁ ପୃଥିବୀପୃଷ୍ଠରୁ ୨୦୦୦ କିଲୋମିଟର ତଳେ ଥିବା ମହାକାଶ ସ୍ତର(ଲୋଅର୍ବିଟ)ରୁ ତା’ ନିଜସ୍ବ ସାଟେଲାଇଟ୍‌ରୁ ସେବା ଯୋଗାଇ ଦିଏ। ୬,୪୨୬ଟି ସାଟେଲାଇଟ୍‌ ଯୋଗେ ରେଡିଓ ସିଗ୍‌ନାଲ ମାଧ୍ୟମରେ ସିଧାସଳଖ ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଉଛି। ଏବେ ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବାର ଭାରତ ପ୍ରବେଶକୁ ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନୀ ବିରୋଧ କରିଛନ୍ତି। ଏହାର ସମ୍ଭାବ୍ୟ ପ୍ରବେଶ ଉପରେ ସମୀକ୍ଷା କରିବାକୁ ଟେଲ୍‌କମ ରେଗୁଲେଟରକୁ ସେ ଜଣାଇ ସ୍ପେକ୍ଟ୍ରମ ନିଲାମ ପାଇଁ ଦାବି କରିଛନ୍ତି। ଏହା ବ୍ୟତୀତ ରିଲାଏନ୍ସ ଜିଓ ତାହାର ବ୍ୟବହାର କାରୀଙ୍କୁ ଯେତିକି ଡେଟା ଯୋଗାଉଛି ଷ୍ଟାରଲାଇନ୍‌ ତାହାଠାରୁ ବହୁତ କମ୍‌ ଯୋଗାଇବ ବୋଲି ରିଲାଏନ୍ସ ଦାବି କରିଛି। ସମାନ୍ତରାଳ ଭାବେ ଏହାର ସମ୍ଭାବ୍ୟ ପ୍ରବେଶକୁ ନେଇ ଭାରତର ଦିଲ୍ଲୀସ୍ଥିତ କୂଟନୀତି ଫାଉଣ୍ଡେଶନ ବିରୋଧ କରିଛି। ଏହା ରିପୋର୍ଟରେ ଦର୍ଶାଇଛି ଯେ, ଷ୍ଟାରଲିଙ୍କ୍‌ ଇଣ୍ଟରନେଟ୍‌ ସେବାକୁ ଭାରତରେ ଅନୁମତି ମିଳିଲେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଆମେରିକାର ଗୋଇନ୍ଦା ଓ ମିଲିଟାରୀ ସଂସ୍ଥାଗୁଡ଼ିକ ସହିତ ଷ୍ଟାରଲିଙ୍କ୍‌ର ଘନିଷ୍ଠ ସମ୍ପର୍କ ରହିଥିବାରୁ ଭାରତର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ନଜର ରଖିବା ସହଜ ହୋଇଯିବ। ଅନ୍ୟପଟେ ଆଜିର ପୃଥିବୀରେ ସବୁ ଦେଶର ସବୁ ପ୍ରକାର ଭିତ୍ତିଭୂମି ଉପରେ ସାଟେଲାଇଟ୍‌ ମାଧ୍ୟମରେ ଦୃଷ୍ଟି ରଖି ହେଉଛି। ଷ୍ଟାରଲିଙ୍କ୍‌ ସେବା ଭାରତରେ ପ୍ରବେଶ କଲେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଯାହା କୁହାଯାଉଛି ତାହା ତ୍ରୁଟିପୂର୍ଣ୍ଣ। ଏଭଳି ଦାବି ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି ବୋଲି କହିହେବ।
ଅନ୍ୟ ଏକ ଦିଗରୁ ବିଚାର କଲେ ଷ୍ଟାରଲିଙ୍କ୍‌ ପ୍ରବେଶ ପାଇଁ ବାଟ ସଫା କରିବାର ପ୍ରୟାସ ଡିଜିଟାଲ ଇଣ୍ଡିଆ ଯୋଜନାର ଦୁର୍ବଳତାକୁ ପଦାରେ ପକାଉଛି। ଭାରତରେ ୧ ଜୁଲାଇ ୨୦୧୫ରୁ ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଅକ୍ଟୋବର ୨୦୨୪ ସୁଦ୍ଧା ଭାରତର ଅଫ୍‌ଲାଇନ ଜନସଂଖ୍ୟା ବିଶ୍ୱର ସବଠୁ ଅଧିକ। ୬୫ କୋଟି ଲୋକ ଇଣ୍ଟରନେଟ୍‌ରୁ ବଞ୍ଚିତ ବୋଲି ଜର୍ମାନୀର ଅନ୍‌ଲାଇନ ପ୍ଲାଟଫର୍ମ ଷ୍ଟାଟିଷ୍ଟାର ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ବ୍ୟତୀତ ଡିଜିଟାଇଜେଶନ କ୍ଷେତ୍ରରେ ଭାରତରେ ନାଗରିକ ତଥା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦିଆଯାଇପାରୁନାହିଁ। ଆଧାରଠାରୁ ଆରମ୍ଭ କରି ପାନ୍‌କାର୍ଡକୁ ବ୍ୟାଙ୍କ ଓ ଅନ୍ୟାନ୍ୟ ସେବା ସହ ଯୋଡ଼ିବା ଫଳରେ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀଙ୍କ ହାତରେ ପଡ଼ିଗଲାଣି। ସେମାନେ ବ୍ୟାଙ୍କ ଖାତାରୁ ଜମାକାରୀଙ୍କ ଟଙ୍କା ଲୁଟିନେବା ସହ ବ୍ୟବସାୟିକ କାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି। ଏପରି କି ଡାର୍କ ଓ୍ବେବ ହାତରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଘୂରିବୁଲୁଛି। ଏହି ଅପରାଧକୁ ସରକାର ନିୟନ୍ତ୍ରଣ କରିପାରୁନାହାନ୍ତି କି ଅପରାଧର ଗମ୍ଭୀରତା ଅନୁଯାୟୀ ସାଇବର ପୋଲିସର ପ୍ରଯୁକ୍ତିଗତ ଦକ୍ଷତା ନାହିଁ। ଭାରତର ଡିଜିଟାଲ ସ୍ଥିତି ଅତ୍ୟନ୍ତ ଦୁର୍ବଳ ବୋଲି ସମସ୍ତେ ବୁଝୁଛନ୍ତି। ତଥାପି ଏହି ଦେଶର ଜନସାଧାରଣ ଅନ୍ତରଙ୍ଗ ତଥ୍ୟର ମୂଲ୍ୟ ବୁଝିପାରୁନାହାନ୍ତି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଳ୍ପ ପରିମାଣରେ କିନ୍ତୁ ଲଗାତର ଭାବେ ଅର୍ଥ ଚୋରି ହେଉଥିଲେ ମଧ୍ୟ ଭାରତୀୟମାନେ ବୁଝିବାରେ ଅକ୍ଷମ। ତେଣୁ ସବୁ ଦୋଷ ଦୁର୍ବଳତା ସତ୍ତ୍ୱେ ସରକାର ବାହାସ୍ଫୋଟ ମାରି ଆଗେଇ ଯାଇପାରୁଛନ୍ତି। କାରଣ ସାଧାରଣ ଲୋକ ସମ୍ପୂର୍ଣ୍ଣ ଭାବେ ଅନଭିଜ୍ଞ ଓ ଅନ୍ଧାରରେ ରହୁଛନ୍ତି। ଷ୍ଟାରଲିଙ୍କ୍‌ର ପ୍ରବେଶ ଭାରତକୁ ବିପଦରେ ପକାଇବା ପରିବର୍ତ୍ତେ କେତେକ ବଡ଼ ବ୍ୟବସାୟୀଙ୍କ ଏକଚାଟିଆ ନୀତିରେ ଅସୁବିଧା ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri