ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ ପେସର ହେବାର ରେକର୍ଡ କରିଛନ୍ତି।
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ଉଇକେଟ ସଫଳତା ପାଇବା ସହ ପାକିସ୍ତାନର ଲିଜେଣ୍ଡ ପେସର ଓ୍ବାସିମ ଆକ୍ରମଙ୍କ ୪୧୪ ଟେଷ୍ଟ ଉଇକେଟ ରେକର୍ଡକୁ ଅତିକ୍ରମ କରିଛନ୍ତି।
୩୫ ବର୍ଷୀୟ ଷ୍ଟାର୍କ ୧୦୨ତମ ଟେଷ୍ଟରେ ଏହି ମାଇଲଷ୍ଟୋନ ଅତିକ୍ରମ କରିଥିବା ବେଳେ ଆକ୍ରମ ମୋଟ ଉପରେ ୧୦୪ ଟେଷ୍ଟ ଖେଳିଥିଲେ। ଷ୍ଟାର୍କ ଏବେ ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ୧୬ତମ ସ୍ଥାନରେ ରହିଛନ୍ତି।


