Posted inଫୁରସତ

୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା କହି ଅଧିକାଂଶ ଲୋକ ନିଜ କର୍ମ କ୍ଷେତ୍ରକୁ ଫୋକସ୍‌ କରି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି। ତେବେ ନିକଟରେ ଆମେରିକାର ଜଣେ ମହିଳା ପାଠପଢା ଛାଡିବାର ଦୀର୍ଘ ୮ ଦଶନ୍ଧି ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସମସ୍ତଙ୍କୁ ଚକିତ କରିଛି। ୧୦୫ ବର୍ଷ ବୟସରେ ଜୀବନର ଶେଷ ଅବସ୍ଥାରେ ଏହି ମହିଳା ଜଣକ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ବୟସ ହାର ମାନିଥିବା ପ୍ରମାଣିତ ହୋଇଛି। ସାରା ବିଶ୍ୱ ଏବେ ଏହି ମହିଳାଙ୍କ ଦୃଢ଼ ଆତ୍ମବିଶ୍ୱାସ, ସାହସ ତଥା ପଢ଼ା ପାଇଁ ରହିଥିବା ଭଲପାଇବା ଓ ଦୁର୍ବଳତାକୁ ପ୍ରଶଂସା କରୁଛି।

ହିସ୍‌ଲୋପ ନାମ୍ନୀ ଏହି ୧୦୫ ବର୍ଷୀୟା ଆମେରିକୀୟ ମହିଳା ନାମ ଲେଖାଇବାର ଦୀର୍ଘ ୮୪ ବର୍ଷ ପରେ ‘ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ ସ୍କୁଲ୍‌ ଅଫ୍‌ ଏଜୁକେଶନ(ଜିଏସ୍‌ଇ)’ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୪୦ରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଶିକ୍ଷା ବିଭାଗରେ ନାମ ଲେଖାଇବା ସହ ଠିକ୍‌ ସମୟରେ ନିଜ କୋର୍ସ ମଧ୍ୟ ପୂରା କରିଥିଲେ। ତେବେ ସେ ଏହି ବିଶ୍ୱବିଦ୍ୟାଳୟରେ ନିଜର ଅନ୍ତିମ ମାଷ୍ଟର ଥେସିସ୍‌ ଜମା କରିବା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ଓ ତାଙ୍କର ଡିଗ୍ରୀ ପାଇବା ସ୍ବପ୍ନ ଅଧାରେ ରହିଯାଇଥିଲା। ସେତେବେଳେ ବର୍ଜିନିଆଙ୍କ ପ୍ରେମିକଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେବାକୁ ଡକରା ଆସିଥିଲା ଓ ସେ ଯୁଦ୍ଧରେ ସାମିଲ ହୋଇଥିଲେ। ଫଳରେ ବର୍ଜିନିଆ ମଧ୍ୟ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ପଢା ଅଧାରୁ ଛାଡିଥିଲେ। ପରେ ବର୍ଜିନିଆ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ସହ ନିଜ ପରିବାରର କାର୍ଯ୍ୟ ତଥା ତାଙ୍କ ପିଲାମାନଙ୍କ ଦେଖାଶୁଣା କରିଥିଲେ।

ନିକଟରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ ପକ୍ଷରୁ ସ୍ନାତକୋତ୍ତର ପାଇଁ ଥେସିସ୍‌ର ଆବଶ୍ୟକତାକୁ ସମାପ୍ତ କରି ଦିଆଯାଇଛି। ଫଳରେ ବର୍ଜିନିଆ ରେକର୍ଡ ୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କରିପାରିଛନ୍ତି। ଶୁକ୍ରବାର ତାଙ୍କୁ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଡିନ୍‌ ଡାନିଏଲ୍‌ ସ୍ବାର୍ଟଜ୍‌ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଭର୍ଜିନିଆ ହିସଲପ୍‌ ଶିକ୍ଷା ବିଷୟରେ ମାଷ୍ଟର ଅଫ୍‌ ଆର୍ଟସ୍‌ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri