Posted inଜାତୀୟ

୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି

ମୁମ୍ବାଇ,୧୮ା୭: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍‌ ଲିଃର ୨,୨୧୬ ଲୋଡର ପଦବୀ ପୂରଣ ପାଇଁ ମୁମ୍ବାଇରେ ସାକ୍ଷାତ୍‌କାର ପରୀକ୍ଷା ବେଳେ ଦଳାଚକଟା ସ୍ଥିତି ଉପୁଜିଛି। ପରୀକ୍ଷା ଦେବା ପାଇଁ ୨୫,୦୦୦ରୁ ଅଧିକ ଆଶାୟୀ ପହଞ୍ଚତ୍ବାରୁ ପ୍ରବଳ ଠେଲାପେଲା ହୋଇଥିଲା। ଆବେଦନକାରୀମାନେ ଆପ୍ଲିକେଶନ କାଉଣ୍ଟର ପାଖରେ ପହଞ୍ଚତ୍ବା ପାଇଁ ଧସ୍ତାଧସ୍ତି ହେଉଥିବା ଦେଖାଯାଇଥିଲା। ବିନା ଖାଦ୍ୟ ପାନୀୟରେ ସେମାନଙ୍କୁ ବହୁ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲାବେଳେ ବହୁ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ।

ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍‌ ଲିଃ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ପରିଚାଳନା ସେବା ପ୍ରଦାନ କରିଥାଏ। ଏହି ଏୟାରପୋର୍ଟ ଲୋଡରମାନେ ବିମାନରେ ଲଗେଜ୍‌ ଲୋଡ୍‌, ଅନ୍‌ଲୋଡ୍‌ କରିବା ସହ ବ୍ୟାଗେଜ୍‌ ବେଲ୍ଟ ଏବଂ ର଼୍ୟାମ୍ପ୍‌ ଟ୍ରାକ୍ଟର ଚଳାଇଥାନ୍ତି। ଲଗେଜ୍‌, ଜିନିଷପତ୍ର ପରିଚାଳନା ଓ ଖାଦ୍ୟ ଯୋଗାଣ ପାଇଁ ପ୍ରତି ବିମାନକୁ ଅନୂ୍ୟନ ୫ ଜଣ ଲୋଡର ଆବଶ୍ୟକ ହୋଇଥାଏ। ସେମାନଙ୍କର ଦରମା ୨୦ରୁ ୨୫ ହଜାର ହୋଇଥିବାବେଳେ ଓଭରଟାଇମ୍‌ ସହ ଅଧିକାଂଶ ୩୦,୦୦୦ ଟଙ୍କା ପାଇଥାନ୍ତି। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମାଟ୍ରିକ ହୋଇଥିବାବେଳେ ଶାରୀରିକ ଦକ୍ଷତା ଜରୁରୀ। ଏହି ପରୀକ୍ଷା ଦେବା ପାଇଁ ୪୦୦ କି.ମି.ରୁ ଅଧିକ ଦୂରରୁ ପିଲାମାନେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri