Posted inଜାତୀୟ

୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି

ମୁମ୍ବାଇ,୧୮ା୭: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍‌ ଲିଃର ୨,୨୧୬ ଲୋଡର ପଦବୀ ପୂରଣ ପାଇଁ ମୁମ୍ବାଇରେ ସାକ୍ଷାତ୍‌କାର ପରୀକ୍ଷା ବେଳେ ଦଳାଚକଟା ସ୍ଥିତି ଉପୁଜିଛି। ପରୀକ୍ଷା ଦେବା ପାଇଁ ୨୫,୦୦୦ରୁ ଅଧିକ ଆଶାୟୀ ପହଞ୍ଚତ୍ବାରୁ ପ୍ରବଳ ଠେଲାପେଲା ହୋଇଥିଲା। ଆବେଦନକାରୀମାନେ ଆପ୍ଲିକେଶନ କାଉଣ୍ଟର ପାଖରେ ପହଞ୍ଚତ୍ବା ପାଇଁ ଧସ୍ତାଧସ୍ତି ହେଉଥିବା ଦେଖାଯାଇଥିଲା। ବିନା ଖାଦ୍ୟ ପାନୀୟରେ ସେମାନଙ୍କୁ ବହୁ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲାବେଳେ ବହୁ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ।

ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍‌ ଲିଃ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ପରିଚାଳନା ସେବା ପ୍ରଦାନ କରିଥାଏ। ଏହି ଏୟାରପୋର୍ଟ ଲୋଡରମାନେ ବିମାନରେ ଲଗେଜ୍‌ ଲୋଡ୍‌, ଅନ୍‌ଲୋଡ୍‌ କରିବା ସହ ବ୍ୟାଗେଜ୍‌ ବେଲ୍ଟ ଏବଂ ର଼୍ୟାମ୍ପ୍‌ ଟ୍ରାକ୍ଟର ଚଳାଇଥାନ୍ତି। ଲଗେଜ୍‌, ଜିନିଷପତ୍ର ପରିଚାଳନା ଓ ଖାଦ୍ୟ ଯୋଗାଣ ପାଇଁ ପ୍ରତି ବିମାନକୁ ଅନୂ୍ୟନ ୫ ଜଣ ଲୋଡର ଆବଶ୍ୟକ ହୋଇଥାଏ। ସେମାନଙ୍କର ଦରମା ୨୦ରୁ ୨୫ ହଜାର ହୋଇଥିବାବେଳେ ଓଭରଟାଇମ୍‌ ସହ ଅଧିକାଂଶ ୩୦,୦୦୦ ଟଙ୍କା ପାଇଥାନ୍ତି। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମାଟ୍ରିକ ହୋଇଥିବାବେଳେ ଶାରୀରିକ ଦକ୍ଷତା ଜରୁରୀ। ଏହି ପରୀକ୍ଷା ଦେବା ପାଇଁ ୪୦୦ କି.ମି.ରୁ ଅଧିକ ଦୂରରୁ ପିଲାମାନେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ରାଜନୀତି ଭୁଲି ଗୋଟିଏ ମଞ୍ଚରେ ଏକାଠି ନାଚିଲେ କଙ୍ଗନା, ମହୁଆ, ସୁପ୍ରିୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ସାଂସଦ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଟିଏମସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri