Posted inଜାତୀୟ

ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍‌ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ ତାମିଲ ଶବ୍ଦ ‘ரூ’’ ରଖିଛନ୍ତି। ଏହାକୁ ନେଇ ନୂଆ ବିବାଦ ଉପୁଜିଛି। ଭାଜପା ଏହାକୁ ତାମିଲନାଡ଼ୁର ଅପମାନ ବୋଲି କହୁଛି।

ଏବେ ପ୍ରଶ୍ନ ଉଠୁଛି ଯେ ଷ୍ଟାଲିନ ସରକାର ଜାରି କରିଥିବା ନୂଆ ପ୍ରତୀକ ଆସିଲା କେଉଁଠୁ। କାରଣ ‘₹’କୁ ତାମିଲନାଡ଼ୁର ହିଁ ବ୍ୟକ୍ତି ଡିଜାଇନ୍‌ କରିଥିଲେ। ତାଙ୍କ ବାପା ଡିଏମ୍‌କେର ପୂର୍ବ ବିଧାୟକ ମଧ୍ୟ ଥିଲେ।

ଟଙ୍କାର ପ୍ରତୀକକୁ ଆଇଆଇଟି ମୁମ୍ବାଇର ଛାତ୍ର ଉଦୟ କୁମାର ନିର୍ମାଣ କରିଥିଲେ। ତାଙ୍କ ଜନ୍ମ ତିରୁବନ୍ନାମଲାଇ ନିକଟରେ ହୋଇଥିଲା। ଉଦୟଙ୍କ ବାପା ଧର୍ମଲିଙ୍ଗମ୍‌ ଡିଏମ୍‌କେର ପୂର୍ବ ବିଧାୟକ ଥିଲେ। ଏବେ ଏହାକୁ ନେଇ ଭାଜପା ଷ୍ଟାଲିନ ସରକାରଙ୍କୁ ଘେରିଛି।

ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଳବିୟ ଷ୍ଟାଲିନଙ୍କ ନିଷ୍ପତ୍ତିକୁ ତାମିଲନାଡ଼ୁର ଅପମାନ ବୋଲି ଲେଖି କହିଛନ୍ତି, ଉଦୟ କୁମାର ଧର୍ମଲିଙ୍ଗମ ଜଣେ ଭାରତୀୟ ଶିକ୍ଷାବିତ୍‌ ତଥା ଡିଜାଇନର, ଯିଏକି ଡିଏମ୍‌କେର ପୂର୍ବତନ ବିଧାୟକଙ୍କ ପୁଅ। ସେ ଭାରତୀୟ ଟଙ୍କାର ପ୍ରତୀକକୁ ଡିଜାଇନ କରିଥିଲେ, ଏହାକୁ ଭାରତବାସୀ ସ୍ବୀକାର କରିଥିଲେ। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ତାମିଲନାଡ଼ୁ ବଜେଟ ୨୦୨୫-୨୬ର କାଗଜପତ୍ରରେ ଏହି ଚିହ୍ନକୁ ହଟାଇ ତାମିଲମାନଙ୍କ ଅପମାନ କରିଛନ୍ତି। ଜଣେ କିଭଳି ଏଭଳି ହାସ୍ୟାସ୍ପଦ କାମ କରିପାରେ?

ଏବେ ଭାଜପାର କଟାକ୍ଷ ପରେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ଯାଇ ଫସି ଯାଇଥିବା କୁହାଯାଇଛି। କାରଣ ଯେଉଁ ତାମିଲ ବ୍ୟକ୍ତିଙ୍କ ଡିଜାଇନକୁ ସାରା ଭାରତ ସ୍ବୀକାର କରିଥିଲା, ତାହାକୁ ତାମିଲନାଡ଼ୁ ସରକାର ଅସ୍ବୀକାର କରୁଥିବା ଭାଜପା କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri