Posted inଜାତୀୟ

ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍‌ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ ତାମିଲ ଶବ୍ଦ ‘ரூ’’ ରଖିଛନ୍ତି। ଏହାକୁ ନେଇ ନୂଆ ବିବାଦ ଉପୁଜିଛି। ଭାଜପା ଏହାକୁ ତାମିଲନାଡ଼ୁର ଅପମାନ ବୋଲି କହୁଛି।

ଏବେ ପ୍ରଶ୍ନ ଉଠୁଛି ଯେ ଷ୍ଟାଲିନ ସରକାର ଜାରି କରିଥିବା ନୂଆ ପ୍ରତୀକ ଆସିଲା କେଉଁଠୁ। କାରଣ ‘₹’କୁ ତାମିଲନାଡ଼ୁର ହିଁ ବ୍ୟକ୍ତି ଡିଜାଇନ୍‌ କରିଥିଲେ। ତାଙ୍କ ବାପା ଡିଏମ୍‌କେର ପୂର୍ବ ବିଧାୟକ ମଧ୍ୟ ଥିଲେ।

ଟଙ୍କାର ପ୍ରତୀକକୁ ଆଇଆଇଟି ମୁମ୍ବାଇର ଛାତ୍ର ଉଦୟ କୁମାର ନିର୍ମାଣ କରିଥିଲେ। ତାଙ୍କ ଜନ୍ମ ତିରୁବନ୍ନାମଲାଇ ନିକଟରେ ହୋଇଥିଲା। ଉଦୟଙ୍କ ବାପା ଧର୍ମଲିଙ୍ଗମ୍‌ ଡିଏମ୍‌କେର ପୂର୍ବ ବିଧାୟକ ଥିଲେ। ଏବେ ଏହାକୁ ନେଇ ଭାଜପା ଷ୍ଟାଲିନ ସରକାରଙ୍କୁ ଘେରିଛି।

ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଳବିୟ ଷ୍ଟାଲିନଙ୍କ ନିଷ୍ପତ୍ତିକୁ ତାମିଲନାଡ଼ୁର ଅପମାନ ବୋଲି ଲେଖି କହିଛନ୍ତି, ଉଦୟ କୁମାର ଧର୍ମଲିଙ୍ଗମ ଜଣେ ଭାରତୀୟ ଶିକ୍ଷାବିତ୍‌ ତଥା ଡିଜାଇନର, ଯିଏକି ଡିଏମ୍‌କେର ପୂର୍ବତନ ବିଧାୟକଙ୍କ ପୁଅ। ସେ ଭାରତୀୟ ଟଙ୍କାର ପ୍ରତୀକକୁ ଡିଜାଇନ କରିଥିଲେ, ଏହାକୁ ଭାରତବାସୀ ସ୍ବୀକାର କରିଥିଲେ। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ତାମିଲନାଡ଼ୁ ବଜେଟ ୨୦୨୫-୨୬ର କାଗଜପତ୍ରରେ ଏହି ଚିହ୍ନକୁ ହଟାଇ ତାମିଲମାନଙ୍କ ଅପମାନ କରିଛନ୍ତି। ଜଣେ କିଭଳି ଏଭଳି ହାସ୍ୟାସ୍ପଦ କାମ କରିପାରେ?

ଏବେ ଭାଜପାର କଟାକ୍ଷ ପରେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ଯାଇ ଫସି ଯାଇଥିବା କୁହାଯାଇଛି। କାରଣ ଯେଉଁ ତାମିଲ ବ୍ୟକ୍ତିଙ୍କ ଡିଜାଇନକୁ ସାରା ଭାରତ ସ୍ବୀକାର କରିଥିଲା, ତାହାକୁ ତାମିଲନାଡ଼ୁ ସରକାର ଅସ୍ବୀକାର କରୁଥିବା ଭାଜପା କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri