ବଦଳିଲା ଶ୍ରୀରାଧାଙ୍କ ପୁରୁଣା ଚାନ୍ଦପ୍ରଭା, ଏଥିରେ ଖର୍ଚ୍ଚ ହୋଇଛି…

ସାକ୍ଷୀଗୋପାଳ,୩୦ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ବିଗ୍ରହ ସହ ରହିଥିବା ପୁରୁଣା ଚାନ୍ଦିରୁପା ପ୍ରଭା ପରିବର୍ତ୍ତନ କରାଯାଇ ନୂତନ ପ୍ରଭା ଲାଗି କରାଯାଇଛି। ନବ ନିର୍ମିତ ପ୍ରଭାରେ ଓଡ଼ିଆ ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ଫୁଟିତ ପଦ୍ମଫୁଲ, ମୟୁର, ସେବତୀ ଫୁଲ, ଲତା ଓ କଳସ ପ୍ରଭାରେ ଶୋଭାପାଉଛି। ପୂର୍ବରୁ ରତ୍ନସିଂହାସନରେ ଶ୍ରୀରାଧା ରାଣୀଙ୍କ ବିଗ୍ରହ ପଛକୁ ଲାଗିରହିଥିବା ପୁରୁଣା ପ୍ରଭା ଅପସାରଣ କରାଯାଇ ନୂଆ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରଭା ରଖାଯାଇଛି। ଅଁଳା ନବମୀ ତିଥିରେ ଓଡ଼ିଆଣୀ ବେଶରେ ନୂଆ ପ୍ରଭା ଅଧିକ ଆକର୍ଷଣ ସାଜିବ ବୋଲି ସ୍ଥାନୀୟ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି l ଠାକୁରଙ୍କୁ ମିଳିଥିବା ଦାନ ରୁପାକୁ ମିଶାଇ ପ୍ରାୟ ୫ କିଲୋଗ୍ରାମ ଓଜନର ପ୍ରଭା ତିଆରି କରିବାକୁ ମନ୍ଦିର ପ୍ରଶାସନ ଆନୁମାନିକ ୭୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Trusted Odia Daily