ବିଜେଡିର ସବୁ ଗୁମର ଖୋଲିଦେଲେ ଶ୍ରୀମୟୀ: କହୁ କହୁ କହିଦେଲେ….

ଭୁବନେଶ୍ୱର,୧୯।୧: ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ଏହାର କାରଣ ଜାଣିବା ପାଇଁ ଦଳର ବହୁ ଆଗଧାଡ଼ିର ନେତାଙ୍କ ଘରେ ଭିଡ ଜମିଛି। ଏହାକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସଭା ଅଙ୍କ ପାଇଁ ଏତେ ସବୁ ନାଟ ବୋଲି କୁହାଯାଉଥିବାବେଳେ ବିଜେଡିରେ କାଦୁଅଫିଙ୍ଗା ରାଜନୀତି ଥମୁନାହିଁ। ନିଲମ୍ବନକୁ ନେଇ ଦଳ ପକ୍ଷରୁ ପ୍ରତିଦିନ ଗଣମାଧ୍ୟମ ଆଗରେ ମୁଖପାତ୍ରମାନେ ବିବୃତି ରଖୁଥିବାବେଳେ ଦଳରୁ ପୂର୍ବରୁ ବିଦା ହୋଇଥିବା ଶ୍ରୀମୟୀ ମିଶ୍ର ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି। କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ। କିନ୍ତୁ ପ୍ରଶ୍ନ ଉଠୁଛି କିଏ କାହା ସହ ବିଶ୍ୱାସଘାତକତା କରିଛି? ପ୍ରକୃତ ବିଶ୍ୱାସଘାତକ କିଏ?

ପଚାରିବାକୁ ଚାହୁଁଛି:-

-କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ ସୀମିତ ରହିଲା?

-କାହାର ବିଶ୍ବାସଘାତକତା ପାଇଁ ଲୋକସଭାରେ ଦଳ “ଶୂନ” ହୋଇଗଲା?

-କାହାର ଷଡ଼ଯନ୍ତ୍ର ପାଇଁ ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ?

ଯେତେବେଳେ Hoarding ରୁ ନିଜ ବାପାଙ୍କ ଫଟୋ ହଟି ତାମିଲ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ, zero Tolerance?

କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରାମାଡ଼ କଲା ସତ୍ତ୍ୱେ ଦଳପତି ତାକୁ ‘ପ୍ରିୟପାତ୍ର’ କରି ରଖିଛନ୍ତି ଓ କ’ଣ ବାଧ୍ୟବାଧକତା ରହିଛି?

ସେତେବେଳେ ଆପଣଙ୍କ ‘ଅନୁଶାସନ’ କୁଆଡ଼େ ଯାଇଥିଲା, ଯେତେବେଳେ:-

୧. ଜଣେ ଅଣଓଡ଼ିଆ ବ୍ୟକ୍ତି ହସ୍ପିଟାଲ ପରିସରରେ ଦଳର ନେତାମାନଙ୍କୁ “I am down but not out” କହି ଧମକାଉଥିଲେ?

୨. ଦଳର ଜଣେ ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଗଲା ଏବଂ ଶଙ୍ଖଭବନର ବୈଠକର ଭିଡିଓକୁ ଭାଇରାଲ କରିବାର ଧମକ ଦିଆଗଲା?

୩. ଜଣେ ବରିଷ୍ଠ ନେତାଙ୍କ ଝିଅର ବାହାଘର ଭାଙ୍ଗିବା ପର୍ଯ୍ୟନ୍ତ କଥା ଗଲା?

୪. ଅତୀତରେ ଦଳକୁ ସବୁଠୁ ଅଧିକ ଗାଳି କରୁଥିବା ଲୋକଙ୍କୁ ସ୍ବତନ୍ତ୍ର ସମ୍ମାନ ଦେଇ ଟିକେଟ ବଣ୍ଟାଗଲା? କୁଆଡ଼େ ଗଲା ସେହି “Zero Tolerance” ଆଉ “Discipline” ?

ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀକୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ !

ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡ଼ିଆ ମୋହ ଆଜି ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି। ଜଣେ ଭଣ୍ଡ ସନ୍ୟାସୀ ଙ୍କ ହାତରେ ସର୍ବସ୍ବ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି।

ସେହି ଦୁଇ ବିଧାୟକଙ୍କ ବିରୋଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ? ଦଳର ବରିଷ୍ଠ ନେତାମାନେ କାହିଁକି ଚୁପ, କ’ଣ ଅନ୍ୟାୟ ଏବେ ସୀମା ଲଙ୍ଘିଲାଣି ବୋଲି ହୃଦବୋଧ ହଉଛି ନା ଆଜ୍ଞା ହଜୁରୀ ଅଭ୍ୟାସ ଯାଇନି?

ବୋଧହୁଏ ଓଡ଼ିଆଙ୍କ ସ୍ବାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି ତାମିଲ ଦମ୍ପତି ଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି। ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କୁ କଷ୍ଟ ଦେଇ ‘Sadistic Pleasure’ ପାଇବାର ଏକ ହୀନ ପ୍ରୟାସ।

କ୍ଷମତାରେ ଥିଲାବେଳେ ପରା ଗୋଇନ୍ଦା ସଂସ୍ଥା ଫେଲ ମାରିଲା, ସତ ଖବର ପହଞ୍ଚି ପାରିଲାନି। ଆଉ ଏବେ କ’ଣ ସେହି ତାମିଲ ସଂସ୍ଥା ର ରିପୋର୍ଟ ଆଧାରରେ ଗୁଇନ୍ଦା ତଥ୍ୟ ପହଞ୍ଚି ଯାଉଛି?

ମନେରଖନ୍ତୁ, ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri