ବୁଧବାର ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

ପୁରୀ,୧୪।୧: ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରାଦ୍ଧଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।

ସେପଟେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ ହେବ। ଏଥିଲାଗି ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ , ସେ ନେଇ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଆଉ ପରୀକ୍ଷା ମୂଳକ ନୁହେଁ , ସିଧାସଳଖ କାର୍ଯ୍ୟକାରୀ ହେବ।

ସେହିଭଳି ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ। ମରାମତି କାମ ଶେଷ ହେବା ପରେ ଗଣତି ମଣତି ଆରମ୍ଭ ହେବ। ଏଏସଆଇ ୩ ମାସ ସମୟ ମାଗିଥିଲା। ଯଥେଷ୍ଟ ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯାଉଛି। ମକର ନୀତିକାନ୍ତି ପାଇଁ ଏବେ ମରାମତି କାମ ବନ୍ଦ ରହିଛି । ୧୭ ତାରିଖରୁ ପୁର୍ନବାର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ

ଭୁବନେଶ୍ୱର,୧୧।୨: ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ଲୋକସଭା ଭବନସ୍ଥିତ...

ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ

ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ...

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୧।୨: ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ...

ଓଡ଼ିଶାରେ ବିବାହ ବିଚ୍ଛେଦ ରୋକିବେ ରାଜ୍ୟ ସରକାର: ଲାଗୁ କରିବେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର,୧୧।୨: ଓଡିଶାରେ ଛାଡପତ୍ରର ସଂଖ୍ୟାକୁ ରୋକିବା ଉଦ୍ଦେଶ୍ୟରେ ଦମ୍ପତିଙ୍କ ପାଇଁ ବୈବାହିକ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା...

ନୂଆ ଯୋଜନା ଘୋଷଣା କଲେ ରାଜ୍ୟ ସରକାର: ପୁତ୍ର ସନ୍ତାନ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା, ଜାଣନ୍ତୁ ଝିଅଙ୍କୁ କେତେ ?

ଭୁବନେଶ୍ୱର,୧୧।୨: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା...

ପିସିସି ସଭାପତି ହେବାପରେ ଜାଣନ୍ତୁ କ’ଣ କହିଲେ ଭକ୍ତ ଚରଣ ଦାସ

ଭୁବନେଶ୍ୱର,୧୧।୨: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ...

ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା

ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri