ଆଜିଠାରୁ ଦିଲ୍ଲୀରୁ ‘ଶ୍ରୀଜଗନ୍ନାଥ ଯାତ୍ରା’

ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏହା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଏବଂ ଐତିହ୍ୟସ୍ଥଳୀକୁ ଯାତ୍ରା କରିବ ବୋଲି ଆଇଆର୍‌ସିଟିସି ପକ୍ଷରୁ କୁହାଯାଇଛି। ବିଶେଷକରି ଏହି ଟ୍ରେନ୍‌ ୮ ଦିନିଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ପର୍ଯ୍ୟଟକମାନେ ଭାରତର ପ୍ରମୁଖ ଧାମ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିପାରିବେ। ଏହାବ୍ୟତୀତ ବାରାଣସୀ, ବୈଦ୍ୟନାଥ ଏବଂ ଗୟା ଭଳି ପ୍ରମୁଖ ସ୍ଥାନ ପର୍ଯ୍ୟଟନରେ ଆକର୍ଷଣୀୟ ହେବ। ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଯାତ୍ରାର ପ୍ରଥମ ରହଣି ବାରାଣସୀ ସହରରେ ହେବ। ସେଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତିସ୍ଥଳ ଆଦି ପରିଦର୍ଶନ କରିପାରିବେ। ବାରାଣସୀ ପରେ ଟ୍ରେନ୍‌ ଝାଡ଼ଖଣ୍ଡର ଯଶିଡିହି ରେଳଷ୍ଟେଶନକୁ ଯାତ୍ରା ଆରମ୍ଭ କରିବ ଏବଂ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିବା ସୁଯୋଗ ପାଇବେ। ଏହା ପରେ ପରେ ଟ୍ରେନ୍‌ ଯଶିଡିହି ରେଳଷ୍ଟେଶନରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ୨ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ସେହିଭଳି ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଦର୍ଶନ କରିବାର ସୁଯୋଗ ପାଇପାରିବେ। ପୁରୀ ପରେ ଗୟା ହେବ ଟ୍ରେନ୍‌ର ଶେଷ ଗନ୍ତବ୍ୟସ୍ଥଳ। ସେଠାରେ ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ। ଏହି ୮ ଦିନିଆ ଯାତ୍ରା ଶେଷକରି ଟ୍ରେନ ଫେବୃୟାରୀ ୧ତାରିଖରେ ଦିଲ୍ଲୀରେ ପହଞ୍ଚତ୍ବ। ଅପରପକ୍ଷରେ ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରକ ରେକ୍‌ ବିଶିଷ୍ଟ ଏହି ଟୁରିଷ୍ଟ ଟ୍ରେନ୍‌ ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଏଟାୱା, କାନପୁର ଏବଂ ଲକ୍ଷ୍ନୌ ଆଦି ଷ୍ଟେଶନରେ ବୋର୍ଡ ଡି-ବୋର୍ଡର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟୁରିଷ୍ଟ ଟ୍ରେନ୍‌ରେ ୧୧ଟି ୩ୟ ଶ୍ରେଣୀ ଏସି କୋଚ,ଗୋଟିଏ ପାଣ୍ଟ୍ରି କାର ଏବଂ ୨ଟି ଏସ୍‌ଏଲ୍‌ଆର୍‌ ରହିବ। ଉକ୍ତ ଟ୍ରେନ୍‌ରେ ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି। ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ପର୍ଯ୍ୟଟକ ପିଛା ୧୭,୬୫୫ ଟଙ୍କା ଠାରୁ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri