ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜାନୁୟାରୀ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଦିଗପହଣ୍ଡି ବଜାର ସାହି ରାଜବାଟି ସିଂହଦ୍ୱାର ସମ୍ମୁଖ ଗାନ୍ଧୀ ଛକଠାରେ ନବଦିନାତ୍ମକ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୁରୀ ସ୍ଥିତ ଶ୍ରୀ ରାମଦୟା ପରିଷଦର ମୁଖ୍ୟ ମହନ୍ତ ଶ୍ରୀ ଗଙ୍ଗାରାମ ଦାସ ମହାରାଜାଙ୍କ ସହ ଯୋଗାଯୋଗ କରି ଓଡ଼ିଶାର ସୁନାମଧନ୍ୟ ପ୍ରବକ୍ତାମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା।
କମିଟି ସଭାପତି ଭାବେ ହରିକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପସଭାପତି କାଳୁ ଚରଣ ପାଣିଗ୍ରାହୀ, ସମ୍ପାଦକ ରଘୁନାଥ ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।
ବୈଠକରେ ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାତ୍ର, ନରସିଂହ ପଣ୍ଡା, ସୁବାସ ଚନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ପଟ୍ଟନାୟକ, ଜୀବନ ନନ୍ଦ, ଆଇନଜୀବୀ ହେମନ୍ତ କୁମାର ପାଣିଗ୍ରାହୀ, ପରେଶ ଚନ୍ଦ୍ର ରଥ, ହରପ୍ରସାଦ ରଥ, ଲକ୍ଷ୍ମୀ ନାରାୟଣ ଦାଶ, ସୁରେଶ ପାତ୍ର, ଭବାନୀ ପ୍ରସାଦ ପାଢ଼ୀ, ହରିକୃଷ୍ଣ ସାହୁ, ପି. ଗୋବିନ୍ଦ ପାତ୍ର, ସତ୍ୟ ନାରାୟଣ ଦାସ, ବି.ଦୀନବନ୍ଧୁ, ଇ. ଶଙ୍କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।


