ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସୁନା ବେଶ, ଦୋଳବେଦୀରେ ଦୋଳ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପୁରୀ,୧୪।୩(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଫାଲୁଗନ ମାସ ପୂର୍ଣ୍ଣିମା ତଥା ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ସମ୍ପନ୍ନ ହେବା ସହ ଦୋଳବେଦୀରେ ଦୋଳ ପୂର୍ଣ୍ଣିମା ନୀତି ପାଳିତ ହୋଇଯାଇଛି।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଦୋଳଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୁଙ୍କ ଦୋଳତ୍ସବ ଓ ସୁନାବେଶ ଦର୍ଶନର ସୁଯୋଗ ଶ୍ରଦ୍ଧାଳୁମାନେ ପାଇ କୁତାର୍ଥ ହୋଇଛନ୍ତି।

ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ଖଇକୋରା ଭୋଗ କରାଯାଇ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ସେବାୟତ। ଏହି ବେଶ ଦର୍ଶନ ପାଇଁ ଓ ଦୋଳତ୍ସବରେ ସାମିଲ ହେବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା। ନିଦ୍ଧାରିତ ସମୟଠାରୁ ନୀତିରେ ବିଳମ୍ବ ଯୋଗୁ ବହୁତ ଭକ୍ତ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ରତ୍ନ ସିଂହାସନର ଚାରିପାଖରେ ୭ ଘେରା ପରିକ୍ରମା କରିଥିଲେ। ପରେ ନାଭିକଟା ମଣ୍ଡପକୁ ବିଜେ କରିଥିଲେ । ସେଠାରେ ଚଳନ୍ତି ପ୍ରତିମାଙ୍କ ବନକ ଲାଗି ନୀତି କରାଯାଇ ଭୋଗ ବନ୍ଦାପନା କରାଯାଇଥିଲା ।

ନୀତି ସମ୍ପନ୍ନ ପରେ ଚଳନ୍ତି ପ୍ରତିମାଙ୍କୁ ମଣି ବିମାନରେ ବିଜେ କରାଯାଇ ଶ୍ରୀମନ୍ଦିର ଭିତର ବେଢା ୭ଥର ପ୍ରଦିକ୍ଷଣ କରିଥିଲେ । ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ଏବଂ ଦୋଳି ଚାରିପାଖରେ ସାତଘେରା ଲେଖାଏଁ ଏପରୀ ମୋଟ ୨୧ ଘେରା ପ୍ରଦକ୍ଷଣ କରିବା ପରେ ବେଦୀରେ ବସି ଝୁଲିଥିଲେ।

ପରେ ମହାପ୍ରଭୁଙ୍କ ଅନ୍ୟନ୍ୟ ନୀତି, କାନ୍ତି ଦୋଳବେଦୀରେ ଅନୁଷ୍ଠିତ ହୋଇଥିଲା। ଦୋଳବେଦୀ ସେ ସମସ୍ତ ନୀତିକ୍ରାନ୍ତି ସାରି ବିଳମ୍ବିତ ରାତିରେ ଠାକୁର ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ।

ସେହିପରି ଚୈତ୍ର ମାସ କୃର୍ଷ୍ଣ ପ୍ରତିପ୍ରଦା ତିଥି ଶନିବାର ଅବସରରେ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂବେଦୀ ମଣି ବିମାନରେ ଚନ୍ଦନଚକଡାକୁ ବୀଜେ କରି ସେଠାରେ ଚନ୍ଦନ ଅନୁକୂଳ ନୀତି ସମ୍ପାଦନ କରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri