Posted inଖେଳ

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ ଶ୍ରୀଲଙ୍କା ତୃତୀୟ ଦିନର ଶେଷ ସୁଦ୍ଧା ୮ ଉଇକେଟ ହରାଇ ୨୬୫ ରନ୍‌ କରିଛି। ମ୍ୟାଚ୍‌ରେ ଆହୁରି ୨ ଦିନ ଥିବା ବେଳେ ଶ୍ରୀଲଙ୍କାକୁ ଫଲୋ-ଅନ୍‌ ଏଡ଼ାଇବା ପାଇଁ ୩୮ ରନ୍‌ ଦରକାର। ଷ୍ଟମ୍ପ୍ସ ବେଳକୁ ସୋନାଲ ଦିନୁଶା ୮୫ ଓ ଲାହିରୁ କୁମାରା ୮ ରନ୍‌କରି ଅପରାଜିତ ରହିଛନ୍ତି।

ଏହି ମ୍ୟାଚ୍‌ରେ ଦିନୁଶା ବିଶ୍ୱର ତୃତୀୟ ବ୍ୟାଟର ଭାବେ କ୍ୟାରିୟରର ପ୍ରଥମ ୩ ଟେଷ୍ଟ ଇନିଂସ୍‌ରେ ୮୦ରୁ ଊର୍ଦ୍ଧ୍ୱ ରନ୍‌ କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନ ଆଉଟ୍‌ ହେବା ପରେ ବ୍ୟାଟ୍‌ରେ ବାଉଣ୍ଡ୍ରି ଓ୍ବେଜ୍ସକୁ ମାରିଥିବା ପ୍ରବଥ ଜୟସୁରିୟାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯିବା ସହ ତାଙ୍କ ଶୃଙ୍ଖଳା ରେକର୍ଡରେ ଏକ ଡିମେରିଟ୍‌ ପଏଣ୍ଟ ଯୋଡ଼ାଯାଇଛି।

ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍‌ ସ୍କୋର ୮/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା କମିଲ ମିଶରା(୧୯) ଶୀଘ୍ର ଆଉଟ୍‌ ହୋଇଥିଲେ। ଗାଲେ ଟେଷ୍ଟରେ କନକ୍‌ଶନ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ପଦାର୍ପଣ କରିଥିବା ପସିନ୍ଦୁ ସୂରିୟାବାନ୍ଦରା(୮୦ ରନ୍‌, ୯ ଚୌକା) ଓ କାମିଣ୍ଡୁ ମେଣ୍ଡିସ୍‌ (୩୨) ଚତୁର୍ଥ ଉଇକେଟରେ ୮୭ ରନ୍‌ ଯୋଡ଼ି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଭାରତୀୟ ପେସର ପ୍ରସିଦ୍ଧ କ୍ରିଷ୍ଣା ଏହି ଯୋଡ଼ି ଭଙ୍ଗ କରିବା ପରେ ଶ୍ରୀଲଙ୍କା କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇଥିଲା। ଏକଦା ୧୨୨/୩ ସ୍କୋର କରିଥିବା ଶ୍ରୀଲଙ୍କା ୧୭୩ ରନ୍‌ରେ ୭ ଉଇକେଟ ହରାଇ ଶୀଘ୍ର ଅଲ୍‌ଆଉଟ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଦିନୁଶା କେଶରା ନୁଓ୍ବାନ୍ଥା(୧୮)ଙ୍କ ସହ ମିଶି ଅଷ୍ଟମ ଉଇକେଟରେ ପ୍ରାୟ ୨୩ ଓଭର ବ୍ୟାଟିଂକରି ୫୭ ରନ୍‌ ଯୋଡ଼ିଥିଲେ। ଏହାପରେ ଦିନୁଶାଙ୍କ ସହ ଲାହିରୁ କୁମାରା ମିଶି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ବର୍ଷା କାରଣରୁ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟମ୍ପ୍ସ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?