ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା।

ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁନାୱାର୍ଡେନେ କହିଛନ୍ତି, କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବଜାରରେ ଅଭାବ ଏବଂ ଅସ୍ଥିରତାକୁ ନେଇ ଭାରତରୁ ଅଣ୍ଡା ଆମଦାନୀ କରିବାକୁ ଅନୁମତି ଦେବାକୁ ରାଜ୍ୟ ବାଣିଜ୍ୟ ନିଗମ ସରକାରଙ୍କୁ ଅନୁରୋଧ କରିଛି। ଅଣ୍ଡାର ଘରୋଇ ମୂଲ୍ୟ ସ୍ଥିର କରିବା ଏବଂ ଶ୍ରୀଲଙ୍କା ଗ୍ରାହକଙ୍କୁ ଅଣ୍ଡାର ସୁଲଭତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଏକ ରଣନୀତିକ ପଦକ୍ଷେପ ବୋଲି ଗୁନାୱାର୍ଡେନ କହିଛନ୍ତି।

ପଶୁ ଉତ୍ପାଦ ଏବଂ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସୁପାରିଶ କରାଯାଇଥିବା ତିନୋଟି ଭାରତୀୟ କମ୍ପାନୀରୁ କୋଟେସନ ଡକାଯାଇଛି ଓ ତିନିମାସ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ମାର୍ଚ୍ଚରୁ ଶ୍ରୀଲଙ୍କା ଭାରତର ଅଣ୍ଡା ଉପରେ ନିର୍ଭରଶୀଳ ଥିଲା ଯେତେବେଳେ ଦ୍ୱୀପରାଷ୍ଟ୍ରରେ ପଶୁ ଖାଦ୍ୟ ଆମଦାନୀକୁ ପ୍ରଭାବିତ କରୁଥିବା ବୈଦେଶିକ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ସଙ୍କଟକୁ ଦୂର କରିବା ପାଇଁ ଭାରତୀୟ ଅଣ୍ଡା ଆମଦାନୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚରେ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ଆମଦାନୀ କରି ଦେଶରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri