Posted inଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍‌ସୁଇପ୍‌ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କବଜା କରିଛି। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି। ଏହି ପରାଜୟ ସହିତ ଶ୍ରୀଲଙ୍କାକୁ ‘ପରାଜୟର’ ଦାଗ ଲାଗଛି॥
ଭାରତ ବିପକ୍ଷ ତୃତୀୟ ଟି-୨୦ ହରାଇବା ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ମ୍ୟାଚ୍‌ ପରାଜୟବରଣ କରିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ଏହା ବର୍ତ୍ତମାନ ଶ୍ରୀଲଙ୍କା ନାମରେ ହୋଇଛି। ଅନ୍ତର୍ଜାତୀୟ ଟି-୨୦ରେ ଶ୍ରୀଲଙ୍କା ସର୍ବାଧିକ ୧୦୫ ମ୍ୟାଚ ହାରିଛି। ଏହି ତାଲିକାରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୧୦୪ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।
୧୦୫ ପରାଜୟ – ଶ୍ରୀଲଙ୍କା
୧୦୪ ପରାଜୟ – ବାଂଲାଦେଶ
୧୦୧ ପରାଜୟ – ୱେଷ୍ଟଇଣ୍ଡିଜ
୯୯ ପରାଜୟ – ଜିମ୍ବାୱେ
୯୯ ପରାଜୟ – ନ୍ୟୁଜିଲାଣ୍ଡ

ତୃତୀୟ ଟି-୨୦ରେ ବିଜୟ ସହ ଭାରତ ଶ୍ରୀଲଙ୍କା ବିପକ୍ଷରେ ୨୨ତମ ଟି-୨୦ ଅନ୍ତର୍ଜାତୀୟ ଜିତିଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିଛି। ଏଥି ସହିତ ଗୋଟିଏ ଦଳ ବିପକ୍ଷରେ କୌଣସି ଦଳ ଦ୍ୱାରା ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିବାର ରେକର୍ଡ ପାକିସ୍ତାନ ନାମରେ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଏପର୍ଯ୍ୟନ୍ତ ୨୩ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri