Posted inଖେଳ

ଅଭିଷେକଙ୍କ ବ୍ୟାଟ୍‌ରେ ଲାଗିଛି ସ୍ପ୍ରିଙ୍ଗ! ମ୍ୟାଚ ପରେ ବ୍ୟାଟ ନେଇଗଲେ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୨୬।୧: ଭାରତୀୟ ଯୁବ ଓପନର ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଗୁଆହାଟୀଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକଙ୍କ ବ୍ୟାଟିଂ ଏତେ ଭୟଙ୍କର ଥିଲା ଯେ, କିୱି ଖେଳାଳିମାନେ ପଡ଼ିଆ ମଝିରେ ତାଙ୍କ ବ୍ୟାଟ୍‌କୁ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର, ଡେଭନ କନୱେ ଏବଂ ଜ୍ୟାକବ ଡଫି ହସି ହସି ଅଭିଷେକଙ୍କ ବ୍ୟାଟ୍‌କୁ ଦେଖୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୃଶ୍ୟ ୨୦୦୩ ବିଶ୍ୱକପ୍ ଫାଇନାଲ୍‌ରେ ରିକି ପଣ୍ଟିଂଙ୍କ ‘ସ୍ପ୍ରିଂ ବ୍ୟାଟ୍’ ଗୁଜବକୁ ମନେ ପକାଇ ଦେଇଛି। ପଣ୍ଟିଂଙ୍କ ଭଳି ଅଭିଷେକ ମଧ୍ୟ ଏତେ ସହଜରେ ଛକା ମାରୁଥିଲେ ଯେ ବିରୋଧୀ ଦଳ ପାଇଁ ଏହା ଅବିଶ୍ୱସନୀୟ ମନେ ହେଉଥିଲା।

୧୫୪ ରନର ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୧୦ ଓଭରରେ ବିଜୟ ହାସଲ କରିଛି। ଏଥିରେ ଅଭିଷେକ ଶର୍ମାଙ୍କ ଅବଦାନ ଥିଲା ଅତୁଳନୀୟ ଅବଦାନ ରହିଥିଲା। ସେ ମାତ୍ର ୨୦ ବଲ୍‌ରେ ଅପରାଜିତ ୬୮ ରନ୍ ସ୍କୋର କରିଥିଲେ। ମାତ୍ର ୧୪ ବଲ୍‌ରେ ୫୦ ରନ୍ ପୂରଣ କରି ସେ ଭାରତ ପାଇଁ ଟି-୨୦ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯୁବରାଜ ସିଂଙ୍କ ୧୨ ବଲ୍ ରେକର୍ଡ ଏବେ ବି ଶୀର୍ଷରେ ଅଛି। ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୬ ବଲ୍‌ରୁ ୫୭ ରନ୍ ସଂଗ୍ରହ କରିଥିଲେ।

ବର୍ତ୍ତମାନ ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ଭାବେ ଅଭିଷେକ ନିଜର ଦାବି ମଜବୁତ କରିଛନ୍ତି। ୩୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୫.୨୨ ରହିଛି, ଯାହା ଅତ୍ୟନ୍ତ ପ୍ରଭାବଶାଳୀ। ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ମାର୍କ ଚାପମ୍ୟାନ୍ ମଧ୍ୟ ଅଭିଷେକଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କର ଛକା ମାରିବା କ୍ଷମତା ଅଦ୍ଭୁତ ଏବଂ ତାଙ୍କୁ ଅଟକାଇବା କଷ୍ଟକର।

ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୩-୦ରେ ଅଗ୍ରଣୀ ହାସଲ କରିଛି। ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଭିଷେକଙ୍କ ଏହି ଫର୍ମ ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ଭାଷଣରେ ଆମ୍ବେଦକରଙ୍କୁ ଭୁଲିଗଲେ ମନ୍ତ୍ରୀ, ଅଭିଯୋଗ ଆଣି ମହିଳା କର୍ମଚାରୀ କହିଲେ…

ମୁମ୍ବାଇ,୨୬ା୧: ସୋମବାର ମହାରାଷ୍ଟ୍ରର ନାସିକରେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଜଣେ…

୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢାକା,୨୬ା୧: ବାଂଲାଦେଶର ଏକ କୋର୍ଟ ସୋମବାର ଢାକାର ପଳାତକ ପୂର୍ବତନ ପୋଲିସ ମୁଖ୍ୟ ଏବଂ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁଲାଇ ୨୦୨୪ରେ ହୋଇଥିବା…

 ହାଇୱା ଧକ୍କାରେ ମୃତ୍ୟୁ ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ…

ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ: ୧୮ ମୃତ, ଅନେକ ନିଖୋଜ

ମାନିଲା,୨୬ା୧: ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୩୫୦ରୁ ଅଧିକ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ଅତି କମ୍‌ରେ ୧୮ ଜଣଙ୍କର ମୃତ୍ୟୁ…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରମୁଖ ଟୁର୍ନାମେଣ୍ଟ ପୂର୍ବରୁ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ…

କ୍ରିକେଟ୍‌ରେ ହଇଚଇ କଲେ ଅଭିଷେକ ଶର୍ମା: କଲେ ବିଶ୍ୱରେକର୍ଡ

ଗୌହାଟୀ,୨୬।୧: ଟିମ ଇଣ୍ଡିଆର ଷ୍ଟାର ଓପନର ଅଭିଷେକ ଶର୍ମା ଆଜିକାଲି ଚମତ୍କାର ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ମ୍ୟାନ୍‌ମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍: ସରକାର ଖୋଲିଲେ ଗୁପ୍ତ ଅପରେସନର ରହସ୍ୟ

ନୂଆଦିଲ୍ଲୀ, ୨୫ା୧: ଭାରତୀୟ ସେନା ପକ୍ଷରୁ ମ୍ୟାନ୍‌ମାର ସୀମା ଭିତରେ ପଶି କରାଯାଇଥିବା ଏକ ଗୁପ୍ତ ଅପରେସନ କରାଯାଇଛି। ଏ ସମ୍ପର୍କରେ ପ୍ରଥମ କରି ଆନୁଷ୍ଠାନିକ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri