Posted inଖେଳ

ଅଭିଷେକଙ୍କ ବ୍ୟାଟ୍‌ରେ ଲାଗିଛି ସ୍ପ୍ରିଙ୍ଗ! ମ୍ୟାଚ ପରେ ବ୍ୟାଟ ନେଇଗଲେ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୨୬।୧: ଭାରତୀୟ ଯୁବ ଓପନର ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଗୁଆହାଟୀଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକଙ୍କ ବ୍ୟାଟିଂ ଏତେ ଭୟଙ୍କର ଥିଲା ଯେ, କିୱି ଖେଳାଳିମାନେ ପଡ଼ିଆ ମଝିରେ ତାଙ୍କ ବ୍ୟାଟ୍‌କୁ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର, ଡେଭନ କନୱେ ଏବଂ ଜ୍ୟାକବ ଡଫି ହସି ହସି ଅଭିଷେକଙ୍କ ବ୍ୟାଟ୍‌କୁ ଦେଖୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୃଶ୍ୟ ୨୦୦୩ ବିଶ୍ୱକପ୍ ଫାଇନାଲ୍‌ରେ ରିକି ପଣ୍ଟିଂଙ୍କ ‘ସ୍ପ୍ରିଂ ବ୍ୟାଟ୍’ ଗୁଜବକୁ ମନେ ପକାଇ ଦେଇଛି। ପଣ୍ଟିଂଙ୍କ ଭଳି ଅଭିଷେକ ମଧ୍ୟ ଏତେ ସହଜରେ ଛକା ମାରୁଥିଲେ ଯେ ବିରୋଧୀ ଦଳ ପାଇଁ ଏହା ଅବିଶ୍ୱସନୀୟ ମନେ ହେଉଥିଲା।

୧୫୪ ରନର ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୧୦ ଓଭରରେ ବିଜୟ ହାସଲ କରିଛି। ଏଥିରେ ଅଭିଷେକ ଶର୍ମାଙ୍କ ଅବଦାନ ଥିଲା ଅତୁଳନୀୟ ଅବଦାନ ରହିଥିଲା। ସେ ମାତ୍ର ୨୦ ବଲ୍‌ରେ ଅପରାଜିତ ୬୮ ରନ୍ ସ୍କୋର କରିଥିଲେ। ମାତ୍ର ୧୪ ବଲ୍‌ରେ ୫୦ ରନ୍ ପୂରଣ କରି ସେ ଭାରତ ପାଇଁ ଟି-୨୦ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯୁବରାଜ ସିଂଙ୍କ ୧୨ ବଲ୍ ରେକର୍ଡ ଏବେ ବି ଶୀର୍ଷରେ ଅଛି। ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୬ ବଲ୍‌ରୁ ୫୭ ରନ୍ ସଂଗ୍ରହ କରିଥିଲେ।

ବର୍ତ୍ତମାନ ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ଭାବେ ଅଭିଷେକ ନିଜର ଦାବି ମଜବୁତ କରିଛନ୍ତି। ୩୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୫.୨୨ ରହିଛି, ଯାହା ଅତ୍ୟନ୍ତ ପ୍ରଭାବଶାଳୀ। ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ମାର୍କ ଚାପମ୍ୟାନ୍ ମଧ୍ୟ ଅଭିଷେକଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କର ଛକା ମାରିବା କ୍ଷମତା ଅଦ୍ଭୁତ ଏବଂ ତାଙ୍କୁ ଅଟକାଇବା କଷ୍ଟକର।

ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୩-୦ରେ ଅଗ୍ରଣୀ ହାସଲ କରିଛି। ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଭିଷେକଙ୍କ ଏହି ଫର୍ମ ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ରାଗ କେମିତି ନିୟନ୍ତ୍ରଣ କରିବି ଜାଣିପାରୁନାହିଁ…ସଂସଦରେ ଭାବପ୍ରବଣ ହୋଇପଡ଼ିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands…

ଆତ୍ମସମର୍ପଣ କରିବ ଇରାନ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଦାବି

ଓ୍ବାଶିଂଟନ୍‌,୧୩।୩:ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି। ଇରାନର…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦବୀରୁ ହଟାଇବା ପାଇଁ ନୋଟିସ୍‌

ନୂଆଦିଲ୍ଲୀ,୧୩ା୩: ଶୁକ୍ରବାର ବିରୋଧୀ ଦଳ ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri