ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ତାର, ନିଜେ ହୋଇଗଲେ ଶିକାର

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜକୁ ଗୋଟିଏ ପରେ ଗୋଟିଏ ବିପଦ ଗୋଡ଼ାଉଛ। ଦୁଇଦିନ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାର ପ୍ରକୃତ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମଙ୍ଗଳବାର ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍‌ ଆସି ଘଟଣାର ତଦନ୍ତ କରି ଫେରିଯାଇଛି। ଅନ୍ୟପଟେ ଉକ୍ତ ରେଞ୍ଜର ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେଣୁ ସେମାନେ ଆଜକୁ କିଛିଦିନ ହେବ ବିଭାଗ ବିରୋଧରେ ମେଳି ବାନ୍ଧିଛନ୍ତି। ସେହିଭଳି ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘ ଅଧୀନରେ ଆସୁଥିବା ବନପାଳ, ବନରକ୍ଷୀମାନେ ମଧ୍ୟ ଗତ ରବିବାର ଠାରୁ ୩ ଦଫା ଦାବି ନେଇ କଳାବ୍ୟାଜ୍‌ ପିନ୍ଧିବା ସହ ନୂଆ କେସ୍‌ ନ କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ସୁଯୋଗ ନେଇ ଉକ୍ତ ରେଞ୍ଜରେ କାଠ ଚୋରି ଏବଂ ବନ୍ୟପ୍ରାଣୀ ଶିକାର ବଢ଼ିଯାଇଛି। ଯାହାକି ବିଭାଗ ପାଇଁ ସମସ୍ୟା ଆଣୁଛି।

କଥାରେ ଅଛି ଯେ ପାଞ୍ଚେ ପର ମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ୍‌ ଶିକାର କରିବାକୁ ବିଦ୍ୟୁତ୍‌ତାର ବିଛାଇ ଥିବାବେଳେ ବିଦ୍ୟୁତ୍‌ତାରରେ ଲାଗି ଜଣେ ଶିକାରୀ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ରାତିରେ ଜଗନ୍ନାଥପ୍ରସାଦ ରେଞ୍ଜରେ  ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ୍‌ତାରରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଚାଞ୍ଚରାପଲ୍ଲୀର ସୁରଥ ପ୍ରଧାନ (୪୫)ଲାଗି ମୃତ୍ୟୁ ଘଟିଛି।। ଏହି ଘଟଣା ବୁଧବାର ସକାଳେ ଜଣାପଡ଼ିବା ବନ ବିଭାଗ କର୍ମଚାରୀ କିମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସମ୍ପୁକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଲୋକଙ୍କ ସୁତ୍ରରୁ ପ୍ରକାଶ ଯେ, ସୁରଥ ଗତକାଲି ରାତିରେ ବିଲମାଳ ଆଡ଼େ କୌଣସି କାମରେ ଯାଇଥିଲେ। ରାତିରେ ବିଲମାଳର ଏକ ଲଟା ବୁଦା ଅଞ୍ଚଳରେ ଶିକାର ପାଇଁ ବିଦ୍ୟୁତ୍‌ତାର ବିଛା ହୋଇଥିଲା। ଉକ୍ତ ତାରରେ ଲାଗି ସୁରଥଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଆଜି ସକାଳେ ଜଣାପଡ଼ିଛି।

ଅପରପକ୍ଷରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗତକାଲି ରାତିରେ ୩ ଜଣ ଶିକାର କରିବାକୁ ବିଲମାଳକୁ ଯାଇଥିଲେ। ତେଣୁ ସେମାନେ ବିଦ୍ୟୁତ୍‌ତାର ବିଛାଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଉକ୍ତ ତାରରେ ଲାଗି ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦୁଇଜଣ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି। ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ବୋଲି ଡିଏଫ୍‌ଓ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିରୁ ୩୬ ଘନଫୁଟ ଶାଗୁଆନ କାଠ ଜବତ: ଆନୁମାନିକ ମୂଲ୍ୟ ହେବ…

ଭଞ୍ଜନଗର, ୨୦।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳର ପାଲାସପଲ୍ଲୀ ଗାଁ ନିକଟସ୍ଥ ଏକ ଜମିରୁ ପ୍ରାୟ ୩୬ ଘନଫୁଟ ଶାଗୁଆନ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri