Posted inଖେଳ

ହାବଭାବ ଦେଖି ପାକିସ୍ତାନ ଛାନିଆ! ୯୦ ମିନିଟ୍‌ ଆଗରୁ ନେଟ୍ସରେ ପହଞ୍ଚି ଚମକାଇଲେ କିଙ୍ଗ୍‌ କୋହଲି

ଦୁବାଇ,୨୨।୨: କଥାରେ ଅଛି ଯଦି ତୁମେ କିଛି କରିବା ଲାଗି ନିଶ୍ଚିତ କରିନିଅ ତେବେ କିଛି ବି କଷ୍ଟକର ନୁହେଁ। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ମଧ୍ୟ ପାକିସ୍ତାନକୁ ପରାସ୍ତ କରିବାକୁ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ମ୍ୟାଚ୍‌ ପୂର୍ବରୁ ତାଙ୍କର ହାବଭାବରୁ ଏହା ସ୍ପଷ୍ଟ ହେଉଛି। ପାକିସ୍ତାନ ବିପକ୍ଷ ବଡ଼ ମୁକାବିଲା ପୂର୍ବରୁ କୋହଲି ଦଳର ଅନ୍ୟ ଖେଳାଳିମାନଙ୍କଠାରୁ ୯୦ ମିନିଟ ପୂର୍ବରୁ ନେଟ୍ସରେ ଅଭ୍ୟାସ କରିବାକୁ ପହଞ୍ଚିଯାଇଥିଲେ। ସେଠାରେ ସେ ପ୍ରଥମେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ।

ବିରାଟ ଦଳର ଦୁଇ ଜଣସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଏକ ଭ୍ୟାନ୍‌ରେ ଦୁବାଇ ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ସେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ। ଏହି ସମୟରେସେ ନେଟ୍ସରେ UAEର ସ୍ଥାନୀୟ ବୋଲରଙ୍କ ବିପକ୍ଷରେ ଖେଳିଥିଲେ। କୋହଲି ସର୍ବଦା କିପରି ତାଙ୍କ ଦଳକୁ ମ୍ୟାଚ୍‌ ଜିତାଇପାରିବେ ସେନେଇ ଚିନ୍ତା କରନ୍ତି। ଦୁବାଇରେ କୋହଲିଙ୍କ ଅଭ୍ୟାସ ସମୟରେ ସମାନ ଚିନ୍ତାଧାରାର ଏକ ଝଲକ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଥୀ ଖେଳାଳିମାନଙ୍କଠାରୁ ଦେଢ଼ ଘଣ୍ଟା ପୂର୍ବରୁ ନେଟରେ ପ୍ରବେଶ କରିଥିଲେ।

ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି ୨୨ ରନ୍‌ରୁ ଅଧିକ ସ୍କୋର କରିପାରି ନଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ଆଗାମୀ ମ୍ୟାଚ୍‌ରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି। କାରଣ ଅତୀତରେ ଯେବେ ବି ସେ ଖେଳିଛନ୍ତି ତାଙ୍କର ମନୋଭାବ ବଦଳିଯିବା ନଜିର ରହିଛି। ଏହି କାରଣରୁ ସେ ବର୍ତ୍ତମାନ ICC ODI ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ଅଟନ୍ତି। ସେ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ICC ODI ମ୍ୟାଚ୍‌ରେ ୫୫ ରୁ ଅଧିକ ହାରରେ ୩୩୩ ରନ କରିଛନ୍ତି।

ଫେବୃଆରୀ ୨୩ ତାରିଖରେ ଦୁବାଇରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରର ମୁହାଁମୁହିଁ ହେବେ, ବିରାଟ କୋହଲି ମଧ୍ୟ ଦୁଇଟି ଉପଲବ୍ଧି ପାଇଁ ଲକ୍ଷ୍ୟ ରଖିବେ। ପ୍ରଥମତଃ ସେ ୧୪୦୦୦ ଦିନିକିଆ ରନ ପୂରଣ କରିପାରନ୍ତି ଏବଂ ଦ୍ୱିତୀୟତଃ ସେ ପାକିସ୍ତାନ ବିପକ୍ଷରେ ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ସ୍କୋର୍‌ ମାମଲାରେ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇପାରନ୍ତି। କିନ୍ତୁ ସର୍ବୋପରି ପାକିସ୍ତାନକୁ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ ରହିବ। ଏହି କାରଣରୁ ସେ ତାଙ୍କ ଅନ୍ୟ ସାଥୀ ଖେଳାଳିମାନଙ୍କଠାରୁ ୯୦ ମିନିଟ ପୂର୍ବରୁ ଅଭ୍ୟାସ କରିବାକୁ ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?