ଘାଟିରେ ବସ୍‌ ଓଲଟି ଖେଳ ଶିକ୍ଷକ ମୃତ, ୩୪ ଛାତ୍ରୀଛାତ୍ର ଆହତ

ଚନ୍ଦାହାଣ୍ଡି/ଝରିଗାଁ/ନବରଙ୍ଗପୁର,୨୮।୯( ଦିଲୀପ ଦାସ/ କିଶୋର ଚନ୍ଦ୍ର ମଣ୍ଡଳ/ସଦାଶିବ ପ୍ରହରାଜ)ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଥିବା ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ ଘଟିଥିବାବେଳେ ୩୪ ଛାତ୍ରୀଛାତ୍ରଙ୍କ ସମେତ ୩୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୪ ଛାତ୍ରୀଛାତ୍ର, ୨ ଖେଳ ଶିକ୍ଷୟିତ୍ରୀ, ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଲେ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନା(୨୪ )। ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ବାରବାଟିଆ ଗାଁରେ। ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତାଙ୍କ ନିଜ ଗ୍ରାମକୁ ପଠାଯାଇଥିବା ସୂଚନା ମିଳିଛି।

ଚନ୍ଦାହାଣ୍ଡିରେ ବୁଧବାରଠାରୁ ୩ଦିନିଆ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଥିଲା l ପୂର୍ବାହ୍ନରେ ଉମରକୋଟ ବ୍ଲକର ବିଭିନ୍ନ ସ୍କୁଲର ୫୮ଜଣ ଛାତ୍ରୀଛାତ୍ରଙ୍କ ସହ ୫ଜଣ ମହିଳା, ପୁରୁଷ ଖେଳ ଶିକ୍ଷକ ଏକ ଘରୋଇ ବସ୍‌ ପ୍ରଧାନ ଟ୍ରାଭେଲ୍ସ(ଓଡି-୨୪-୨୯୭୯)ରେ ଚନ୍ଦାହାଣ୍ଡି ଅଭିମୁଖେ ବାହାରିଥିଲା। ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣାସ୍ଥଳରେ ଖେଳ ଶିକ୍ଷକ ଜେନାଙ୍କ ମୃତ୍ୟୁ ଘଟିଥିଲା। ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଝରିଗାଁ ଅଗ୍ନିଶମ ବିଭାଗ କର୍ମଚାରୀ, ପୋଲିସ ପହଞ୍ଚତ୍ କେତେଜଣ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଏବଂ ଅନ୍ୟ ଗାଡ଼ିରେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗାଡି ଚାଳକ ନରେନ୍ଦ୍ର ମିସ୍ତ୍ରୀ(୩୨), କ୍ରୀଡ଼ା ଶିକ୍ଷୟିତ୍ରୀ ରଶ୍ମିତା ବରାଳ(୪୬), ନିବେଦିତା ସ୍ବାଇଁ(୪୬), ଛାତ୍ର ଆନନ୍ଦ ମାରାଣ୍ଡି(୧୬), ମିଥୁନ ସାନ୍ତା(୧୬), ନୃପତି ଗୁଣ୍ଠା(୧୫), ବିଦ୍ୟା ବିଶ୍ୱଜିତ(୧୬), ପଲାସା ମଣ୍ଡଳ (୧୬), ଜୀବନ ପାଙ୍ଗି(୧୬), ସନ୍ଧ୍ୟା ହରିଜନ(୧୪),ଶୀତଲ ପୂଜାରୀ(୧୫) ବବି ହରିଜନ(୧୫), ଶ୍ରଦ୍ଧାଞ୍ଜଳି ପନକା(୧୫), ଚୁମିତା ସାନ୍ତା(୧୪), ଜହନ ସାନ୍ତା(୧୫), ପୂର୍ଣ୍ଣ ସାନ୍ତା (୧୭) ଓ ଟୁନା ସାନ୍ତା (୧୭)ଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ୧୧ ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀପ୍ରସାଦ ବେହେରା କହିଛନ୍ତି। ଖବର ଲେଖାଯିବା ବେଳକୁ ୩ଜଣଙ୍କୁ କୋରାପୁଟ ପଠାଯାଇଛି। ଆମ୍ବୁଲାନ୍ସ ନ ଥିବାରୁ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି, ଏସ୍‌ଡିସି ଉପଦେଷ୍ଟା ପ୍ରଦୀପ ମାଝି, ଏସ୍‌ପି ଏସ୍‌.ସୁଶ୍ରୀ, ଉଠାଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ଡିଇଓ ପ୍ରଦୀପ କୁମାର ନାଗ, ଏଡିଇଓ ରେଶମଲାଲ ନାୟକ, ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ ପଟ୍ଟନାୟକ, ବିଭାଶିଷ ଦେ, ଗୋପାଳ ପଟ୍ଟନାୟକ ପହଞ୍ଚତ୍ ଆହତ ଛାତ୍ରୀଛାତ୍ର ଏବଂ ଖେଳ ଶିକ୍ଷକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣାସ୍ଥଳରେ ଏସ୍‌ପି ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି l ଘାଟିରେ ପୂର୍ବରୁ ବହୁ ଦୁର୍ଘଟଣା ହେଉଥିବାବେଳେ ରାଜ୍ୟ ସରକାର ନୂତନ ଓସାରିଆ ରାସ୍ତା ନିର୍ମାଣ କରିଛନ୍ତି। ଘାଟିରେ ଲାଗିଥିବା ସମସ୍ତ ସାଇନ୍‌ ବୋର୍ଡ ଚୋରି ହୋଇସାରିଲାଣି। ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ନୂଆ ଚାଳକ ଘାଟି ସମ୍ପର୍କରେ ଅବଗତ ହୋଇପାରୁ ନ ଥିବା ଏମ୍‌ପି କହିଛନ୍ତି। କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେ ନେଇ ଆର୍‌ଟିଓ ଏବଂ ଏମ୍‌ଭିଆଇ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ମୃତ ଖେଳ ଶିକ୍ଷକଙ୍କ ପରିବାର ଏବଂ ଆହତଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।
ଚନ୍ଦାହାଣ୍ଡିରେ ହେବାକୁ ଥିବା ୩ ଦିନିଆ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଜିଲାର ୧୦ ବ୍ଲକର ୫୫୦ ଛାତ୍ରୀଛାତ୍ର ଭାଗ ନେଇଥାନ୍ତେ। ଏଥିପାଇଁ ଜିଲାର ବିଭିନ୍ନ ହାଇସ୍କୁଲର ୫୦ ଜଣ କ୍ରୀଡ଼ା ଶିକ୍ଷକଙ୍କୁ କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିୟୋଜିତ କରାଯାଇଥିଲା।

ଘାଟି ତଳକୁ ଖସିଲା ସ୍କୁଟି, ୩ ଯୁବକ ମୃତ

କୋରାପୁଟ/ନାରାୟଣପାଟଣା, ୨୮ା୯(ଅମିତାଭ ବେହେରା/ ରାଜକିଶୋର ଜେନା)କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗଳବେଡା ଗ୍ରାମ ନିକଟସ୍ଥ ଘାଟିରେ ବୁଧବାର ରାତି ୮ଟାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ୬୦ ଫୁଟ ତଳକୁ ଖସିପଡିଛି। ଫଳରେ ସ୍କୁଟିରେ ଥିବା ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଆନ୍ଧ୍ର ପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରା ଗ୍ରାମର ଜୟ ରାଜୁ (୧୯), ମାରି ଶିବା (୨୦) ଓ ମାଲିକା ବାଲରାଜୁ (୨୧) ବୋଲି ଜଣାପଡଛି।
ଖବରରୁ ଜଣାପଡିଛି, ଆନ୍ଧ୍ରର ଆନାସୁଭଦ୍ରା ଅଞ୍ଚଳର ଏହି ୩ ଜଣ ଯୁବକ କୌଣସି କାମରେ ଏକ ସ୍କୁଟି ଯୋଗେ ନାରାୟଣପାଟଣାର ବୋରିଗି ଅଞ୍ଚଳକୁ ଆସିଥିଲେ। କାମ ସାରି ଘରକୁ ଫେରୁଥିବାବେଳେ ଲଙ୍ଗଳବେଡା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ନାରାୟଣପାଟଣା ପୋଲିସ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେମାନଙ୍କୁ ଘାଟି ତଳୁ ଉଦ୍ଧାର କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା। ମୃତଦେହଗୁଡିକୁ ନାରାୟଣପାଟଣା ମେଡିକାଲରେ ରଖାଯାଇଛି। ଗୁରୁବାର ବ୍ୟବଚ୍ଛେଦ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ଖବର ପାଇ ସେମାନଙ୍କ ପରିବାର ଲୋକେ ପହଞ୍ଚତ୍ଥିବା ଜଣାପଡ଼ିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri