Posted inଖେଳ

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି ଅନକ୍ୟାପ୍ଡ ଖେଳାଳି ଉପରେ ଅନେକ ଫ୍ରାଞ୍ଚାଇଜ୍‌ ଜୋରଦାର ବୋଲି ଲଗାଇଥିଲେ। ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୪.୨୦ କୋଟି ଟଙ୍କାର ବିଶାଳ ରାଶ ଦେଇ ନିଜ ଦଳରେ ସାମିଲ କରିଛି। କାର୍ତ୍ତିକଙ୍କ ବେସ୍‌ ପ୍ରାଇସ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ବୋଲି ଆରମ୍ଭ ହେବା ସହ ମୂଲ୍ୟ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥିଲା। ଶେଷରେ ସବୁଠାରୁ ବଡ଼ କ୍ରୟ ଭାବେ ସିଏସ୍‌କେ ତାଙ୍କୁ ଦଳରେ ସାମିଲ କରିଥିଲା।  ସିଏସ୍କେ ଦୀର୍ଘଦିନ ଧରି ଏହି ଖେଳାଳି ଉପରେ ନଜର ରଖିଥିଲା।
ଗତ ବର୍ଷ କାର୍ତ୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ଟ୍ରାଏଲ୍‌ରେ ଭାଗ ନେଇଥିଲେ। କିନ୍ତୁ ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରି-ସିଜନ କ୍ୟାମ୍ପରେ ନଜର ଆସିଥିଲେ। କ୍ୟାମ୍ପ ସମୟରେ ଏକ ସମୟରେ ଆଲୋଚନା ହୋଇଥିଲା ଯେ କୌଣସି ଖେଳାଳିଙ୍କ ଆଘାତ ଯୋଗୁ ରିପ୍ଲେସମେଣ୍ଟ ଭାବେ ତାଙ୍କୁ ଦଳରେ ସାମିଲ କରାଯାଇପାରେ, କିନ୍ତୁ ନୀଲାମୀ ରେଜିଷ୍ଟ୍ରେସନ ନ ହେବା କାରଣରୁ ଏପରି ହୋଇପାରି ନ ଥିଲା। ଅପରପକ୍ଷେ ଏଥର ସେ କୋଲକାତା ନାଇଟ ରାଇଡର୍ସ ପାଇଁ ମଧ୍ୟ ଟ୍ରାଏଲ ଦେଇଥିଲେ। ସେଠାରେ ସେ ପ୍ରାୟ ୩୫ ବଲରେ ଶତକ ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନୀଲାମୀରେ କେକେଆର୍‌ ମଧ୍ୟ ତାଙ୍କୁ କିଣିବା ଦୌଡ଼ରେ ଥିଲା। କିନ୍ତୁ ସିଏସ୍‌କେ ବାଜି ମାରି ନେଇଥିଲା।

କାର୍ତ୍ତିକ ଶର୍ମା ବଡ଼ ବଡ଼ ଛକା ମାରିବା ପାଇଁ ଜଣାଶୁଣା। ୨୦୨୪-୨୫ ସିଜନ୍‌ରେ ସେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ଉତ୍ତରାଖଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହିଁ ଶତକ ହାସଲ କରିଥିଲେ। ବିଜୟ ହଜାରେ ଟ୍ରଫିରେ ମଧ୍ୟ ଡେବ୍ୟୁ ମ୍ୟାଚ୍ରେ ଶତକ ମାରିବାର କାରନାମା କରିଥିଲେ। ସେ ନିକଟରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଅଂଶ ମଧ୍ୟ ଥିଲେ। କିନ୍ତୁ ଆଘାତ ଯୋଗୁ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର ହେବାକୁ ପଡ଼ିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri