Posted inଖେଳ

ଇତିହାସ ରଚିଲେ ଅଶ୍ୱିନ, ମାତ୍ର ୩୯ ମ୍ୟାଚ୍‌ରେ ହେଲେ ‘ନମ୍ବର ୧’…

ପୁଣେ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ ୟଙ୍ଗଙ୍କୁ ଆଉଟ୍‌ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ନାଥାନ ଲିଓନଙ୍କୁ ପଛରେ ପକାଇ ଅଶ୍ୱିନ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। ମାତ୍ର ୩୯ ମ୍ୟାଚ୍‌ରେ ସେ ଏହି କାରନାମା କରିଦେଖାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ପ୍ରଥମେ ଅଷ୍ଟ୍ରେଲିଆର ନାଥାନ ଲିଓନଙ୍କ ନାମରେ ଥିଲା। ଏଯାବତ ସେ ୪୩ ମ୍ୟାଚ୍‌ ଖେଳିଥିବା ବେଳେ ୧୮୭ ଉଇକେଟ ନେବାରେ ସଫଳ ହୋଇଛନ୍ତି। ପୁଣେ ଟେଷ୍ଟ ପୂର୍ବରୁ ନାଥାନଙ୍କ ରେକର୍ଡ ଭାଙ୍ଗିବାକୁ ଅଶ୍ୱିନଙ୍କୁ ୨ ଉଇକେଟର ଆବଶ୍ୟକତା ଥିଲା। ଏମିତିରେ ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ୨ ଉଇକେଟ ଯିବା ପରେ ସେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର ପାଲଟିଛନ୍ତି।

ଅଶ୍ୱିନ ନିଜର ୩୯ ତମ ମ୍ୟାଚ ଖେଳି WTC ରେ ଅଧିକାଂଶ ଉଇକେଟ ରେକର୍ଡ ଭାଙ୍ଗିଥିଲେ। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମଙ୍କୁ ଆଉଟ୍‌ କରି ସେ ନାଥାନ ଲିଅନଙ୍କ ୧୮୭ ଉଇକେଟର ସମକକ୍ଷ ହୋଇଥିଲେ। ଏହା ପରେ ସେ ୱିଲ ୟଙ୍ଗଙ୍କୁ ଆଉଟ୍‌ କରି ତାଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଅଶ୍ୱିନ WTC ଇତିହାସରେ ସର୍ବାଧିକ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri