Posted inଖେଳ

‘ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ’: ଖରାପ ବଲ୍‌ ଫିଙ୍ଗିବାକୁ ନେଇ ଏହି ଖେଳାଳିଙ୍କ ଉପରେ ରାଗି ଯାଇଥିଲେ ଧୋନୀ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ୍‌ ମଧ୍ୟ କୁହାଯାଏ। ପଡ଼ିଆରେ ଥିବା ବେଳେ ଧୋନୀଙ୍କ ଏହି ସ୍ବଭାବ ବିରୋଧୀ ଟିମ୍‌ର ଚିନ୍ତା ବଢ଼ାଇଥାଏ। ହେଲେ କିଛି ଘଟଣା ଏଭଳି ଘଟିଛି ଯେଉଁ ସମୟରେ ଧୋନୀ ପଡ଼ିଆରେ ରାଗି ଯାଇଥିଲେ। ନିକଟରେ କୁଲଦୀପ ଯାଦବ ଏହା ଉପରୁ ପରଦା ହଟାଇଛନ୍ତି।

ଏକଦା କୁଲଦୀପଙ୍କୁ ଧୋନୀଙ୍କଠାରୁ ଗାଳି ଖାଇବାକୁ ପଡ଼ିଥିଲା। ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଛନ୍ତି, ମାହି ଭାଇ କମ୍‌ ରାଗନ୍ତି। ପଡ଼ିଆରେ ଥରେ ତାଙ୍କୁ ରାଗିବା ଦେଖିଥିଲି। ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଥିଲା। ଟି-୨୦ ମ୍ୟାଚ୍‌ଟି ଇନ୍ଦୋରରେ ଖେଳାଯାଉଥିଲା। ରୋହିତ ଶର୍ମା ଏଥିରେ ଶତକ କରିଥିଲେ। କୁଶଲ ପରେରା ଖେଳିବା ସମୟରେ ଧୋନୀ କଭର୍ସରୁ ଖେଳାଳି ହଟାଇ ପଏଣ୍ଟରେ ତିନିଜଣଙ୍କୁ ରଖିବାକୁ କହିଥିଲେ। ମୋତେ ଶୁଣାଯାଇ ନ ଥିଲା। ପରେରା ପର ବଲ୍‌ରେ ଚଉକା ମାରିଥିଲେ। ଏହାପରେ ଧୋନୀ ମୋ ପାଖକୁ ଆସି କହିଥିଲେ ମୁଁ ପାଗଳ। ଯିଏ ୩୦୦ ଏକଦୀବସୀୟ ମ୍ୟାଚ୍‌ ଖେଳିସାରିଛି ଏବଂ ତୋତେ ବୁଝାଉଛି ବୋଲି ଧୋନୀ ତାଙ୍କୁ କହିଥିଲେ।

ଏହାଶୁଣି କୁଲଦୀପ ଡ଼ରି ଯାଇଥିଲେ। କ’ଣ ପାଇଁ ଗାଳି ହେଲା ଜାଣି ପାରି ନ ଥିଲେ। ଏନେଇ ତାଙ୍କୁ ସେ ପଚାରିଥିଲେ। ଧୋନୀ କହିଥିଲେ, ଯେତେବେଳେ କିଏ ମୋ କଥା ଶୁଣେନାହିଁ, ମୋତେ ରାଗିବାକୁ ପଡ଼େ। ଏବେ ତୁ ମୋ ରାଗ ଦେଖିନାହୁଁ। ଏହା ଶୁଣି କୁଲଦୀପ ଚୁପ୍‌ ହୋଇଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri