ଦାରିଙ୍ଗବାଡ଼ି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗାଡ଼ିଚାଳକଙ୍କୁ ନିରାପଦ ଗାଡ଼ି ଚଳାଇବା ନେଇ ସଚେତନ କରାଯାଉଛି। ଗାଡ଼ି ଚଳାଇବା ବେଳେ ସିଟ୍ ବେଲ୍ଟ ବ୍ୟବହାର, ବାଇକ୍ଚାଳକମାନେ ହେଲମେଟ୍ ବ୍ୟବହାର ସହ ୨ରୁ ଅଧିକ ଯାତ୍ରୀ ନ ନେବା, ନିଶାସକ୍ତ ଓ ମୋବାଇଲରେ କଥାବାର୍ତ୍ତା ଅବସ୍ଥାରେ ଗାଡ଼ି ନ ଚଳାଇବା ଦ୍ରୁତଗତି ମଣିଷ ପାଇଁ ମହାବିପତ୍ତି ଆଣିଥାଏ। ଏ ସମ୍ପର୍କରେ ସଚେତନ କରାଇବା ସହ ଗାଡ଼ିରେ ସମ୍ପୃକ୍ତି ସମସ୍ତ କାଗଜପତ୍ର ସାଥିରେ ରଖିବା, ଗାଡ଼ିର ହେଡ୍ ଲାଇଟ ୨୦ ପ୍ରତିଶତ କଳା ରଙ୍ଗ କରିବା, ଆଗ ଗାଡ଼ିଠାରୁ ଅତି କମ୍ରେ ୨୫ ଫୁଟ ଦୂରତାରେ ପଛ ଗାଡ଼ି ଦୂରତା ରଖିବା, ବୁଲାଣି ଓ ଓଭରଟେକ୍ ବେଳେ ହର୍ନ ବଜାଇବା ଆଦି ସୁରକ୍ଷିତ ଗାଡ଼ି ଚଲାଇବା ପାଇଁ ପ୍ରଚାରପତ୍ର ସହ ଗୋଲାପ ଫୁଲ ଦେଇ ଚାଳକଙ୍କୁ ଉତ୍ସାହିତ କରାଯାଇଛି।
ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ପ୍ରୋବେସନର ସବ୍ ଇନ୍ସପେକ୍ଟର ଏସ୍. କେ ଇମଦାଦ ସଦଳବଳ ଏହି ସଚେତନ କରାଇଥିବା ବେଳେ ପୂର୍ବ ଭାରତ ବ୍ୟବସାୟୀ ସଂଗଠକଙ୍କ(ଇଆଇସି )ପକ୍ଷରୁ ଦଳର ମୁଖ୍ୟ ଚକ୍ରଧର ମହାରଣା, ରାକେଶ ସାହୁ, ମୃତ୍ୟୁଞ୍ଜୟ ମୁଦୁଲି, ମନୋଜ ମହାରଣା, କବି ଭଟ୍ଟ, ଗଦାଧର ମହାରଣା ପ୍ରମୁଖ ଏହି ସଚେତନରେ ସାମିଲ ହୋଇଥିଲେ।

