Posted inଫୁରସତ

ସୁନ୍ଦରାଚଳ…

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ରଥରେ ଚଢ଼ି ଜନ୍ମବେଦିକୁ ଯାଆନ୍ତି ଠାକୁରେ। ଆଗରେ ତାଳଧ୍ୱଜ ରଥରେ ଚାଲନ୍ତି ଦାରୁଦିଅଁଙ୍କ ଶ୍ରବଣଶକ୍ତି ଅଗ୍ରଜ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଇଚ୍ଛାଶକ୍ତି ମା’ ସୁଭଦ୍ରା ଓ କାର୍ଯ୍ୟଶକ୍ତି ଶ୍ରୀସୁଦର୍ଶନ ଗୋଟିଏ ରଥ (ଦେବଦଳନ)ରେ ଗତି କରନ୍ତି। ସର୍ବଶେଷରେ ନନ୍ଦିଘୋଷରେ ଯାଆନ୍ତି କାଳିଆ ସାଆନ୍ତ। ଏହି ଯାତ୍ରା ଉପାସନା ମଣ୍ଡପରୁ ଆବିର୍ଭାବ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପକୁ। ତେଣୁ ଏହାକୁ କୁହାଯାଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଦାରୁଦିଅଁଙ୍କର ଗୁଣ୍ଡିଚା ଯାତ୍ରା ହେଉଛି ଓଲଟ ଯାତ୍ରା। ଜଣେ ମଣିଷ ଘରୁ ବାହାରକୁ ଗଲେ ବା ସ୍ଥାନାନ୍ତର ହେଲେ ଯେତେବେଳେ ଜନ୍ମସ୍ଥାନକୁ ବାହୁଡ଼ି ଆସେ, ତାହାକୁ ଘରବାହୁଡ଼ା କହିଥାଉ। ଦାରୁଦିଅଁ ଆବିର୍ଭାବ ସ୍ଥଳକୁ ଉପାସନା ସ୍ଥଳରୁ ବାହୁଡ଼ି ଯାଉଛନ୍ତି ଯେଉଁଦିନ, ତାହା ବାହୁଡ଼ା ଯାତ୍ରା ହେବା କଥା। କିନ୍ତୁ ତାହାକୁ ଗୁଣ୍ଡିଚା ଯାତ୍ରା କୁହାଯାଉଛି। ତେଣେ ମହାପ୍ରଭୁ ଯେଉଁଦିନ ଆବିର୍ଭାବ ମଣ୍ଡପରୁ ରତ୍ନବେଦିକୁ ବିଜେ କରୁଛନ୍ତି ତାହାକୁ କୁହାଯାଉଛି ବାହୁଡ଼ାଯାତ୍ରା। ତାହା ହିଁ ଦାରୁଦିଅଁଙ୍କ ଉପାସନାରେ ବୈଚିତ୍ର୍ୟ।

ଶାସ୍ତ୍ରରେ ବର୍ଣ୍ଣନା ରହିଛି- ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁଦିଅଁଙ୍କ ପାଇଁ ମନ୍ଦିର ନିର୍ମାଣ କରିବା ପରେ ପ୍ରତିଷ୍ଠା ବିଧି ସମାପ୍ତ କରିଥିଲେ। ସେତେବେଳେ ଆଡ଼ପ ମଣ୍ଡପରୁ ମହାପ୍ରଭୁଙ୍କୁ ରଥରେ ବସାଇ ପ୍ରଥମେ ଶ୍ରୀମନ୍ଦିରକୁ ଆଣିଥିଲେ। ତାହା ଥିଲା ଦାରୁଦିଅଁଙ୍କର ନୀଳାଚଳ ଯାତ୍ରା। ଏହି ଶାସ୍ତ୍ରୀୟ ପରମ୍ପରା ଏବେ ବି ଶ୍ରୀଜଗନ୍ନାଥଧାମର ପଞ୍ଚକୋଶୀମାନଙ୍କ ମଧ୍ୟରେ ବଞ୍ଚତ୍ରହିଛି। ଷୋଳ ଶାସନ ଓ ବତିଶ କରବାଡ଼ର ବ୍ରାହ୍ମଣମାନେ, କ୍ଷେତ୍ରରେ ବାସ କରୁଥିବା ଜାଣିବା ଶୁଣିବା ଲୋକେ ଦାରୁଦିଅଁ ଆଡ଼ପ ମଣ୍ଡପରେ ପହଞ୍ଚତ୍ବା ପରେ ସେଠାକୁ ଯାଇ ଦର୍ଶନ କରନ୍ତି ଓ ତାଙ୍କର ନୀଳାଚଳକୁ ଆସିବା ବେଳେ ଭାଗନିଅନ୍ତି। ସ୍କନ୍ଦ ପୁରାଣ ବର୍ଣ୍ଣନା ଅନୁଯାୟୀ, ଦାରୁଦିଅଁଙ୍କର ଉପାସନା ଧାମକୁ ଭୂସ୍ବର୍ଗ କୁହାଯାଏ। ତେଣୁ ଭୂସ୍ବର୍ଗକୁ ଗମନ କରିବା ବା ଯାତ୍ରା କରିବାର ବିଧିକୁ ଆମେ ବାହୁଡ଼ା ଯାତ୍ରା କହୁଛୁ। କାରଣ ସେ ଆମ ପାଖକୁ ବାହୁଡ଼ି ଆସୁଛନ୍ତି। ଆବିର୍ଭାବ ମଣ୍ଡପ ବା ଧାମକୁ ଯାତ୍ରା କରୁଥିବାରୁ ତାଙ୍କ ପାଇଁ ତାହା ବାହୁଡ଼ା ଯାତ୍ରା, ମାତ୍ର ମନୁଷ୍ୟଙ୍କ ମୁକ୍ତି ନିମନ୍ତେ ଲୀଳାକ୍ଷେତ୍ରକୁ ଫେରିବାକୁ ହେଉଛି ଆମ ପାଇଁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଅତଏବ ଦାରୁଦିଅଁଙ୍କ ନିମନ୍ତେ ଗୁଣ୍ଡିଚା ଯାତ୍ରା ହେଉଛି ବାହୁଡ଼ା ଯାତ୍ରା ଓ ଜୀବ ମଙ୍ଗଳ ନିମନ୍ତେ ଭୂସ୍ବର୍ଗକୁ ଫେରିବାର ଯାତ୍ରା ହେଉଛି ବାହୁଡ଼ା ଯାତ୍ରା।

ମାଧୁର୍ଯ୍ୟ ଭୂମି: ବୈଷ୍ଣବ ପରମ୍ପରାରେ ଦାରୁଦିଅଁଙ୍କ ଗୁଣ୍ଡିଚା ଯାତ୍ରା ମାଧୁର୍ଯ୍ୟଭୂମିକୁ ଯାତ୍ରା ବୋଲି ଗ୍ରହଣ କରାଯାଏ। ଦାରୁଦିଅଁ ଉପାସିତ ହେଉଥିବା ଶ୍ରୀମନ୍ଦିର ନୀଳାଚଳ ଧାମରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ଏହାକୁ କୁହାଯାଏ ଐଶ୍ୱର୍ଯ୍ୟଧାମ। ମାଧୁର୍ଯ୍ୟଧାମ ହେଉଛି ବ୍ରଜଧାମ (ଆଜିର ଗୁଣ୍ଡିଚାବାଡ଼ି)। ଶ୍ରୀକୃଷ୍ଣ ଉପାସକମାନେ ଦାରୁଦିଅଁଙ୍କ ଆବିର୍ଭାବ ଧାମକୁ ବ୍ରଜଧାମ ଭାବେ ଗ୍ରହଣ କରନ୍ତି। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ‘ବ୍ରଜଧାମ ହେଉଛି ସୁନ୍ଦରାଚଳ। ଏହି ଯାତ୍ରା ନୀଳାଚଳରୁ ସୁନ୍ଦରାଚଳକୁ ଯାତ୍ରା। ସୁନ୍ଦରାଚଳକୁ ଲାଗି ରହିଛି ଆଈତୋଟା। ଯିବା ପୂର୍ବରୁ ସୁନ୍ଦରାଚଳର ମାର୍ଜନା ନୀତି ହୋଇଥାଏ। ଏହି ନୀତିରେ ମାର୍ଜନାକାରୀମାନେ ଗୁଣୁଗୁଣୁ ହୋଇ ମାର୍ଜନା କଲାବେଳେ ବୋଲନ୍ତି ‘କାଲି ଆସିବେ ମୋ ପ୍ରାଣବନ୍ଧୁ/ଆଜି କୁଞ୍ଜ ସଜାଅ ଗୋ’। ପ୍ରକୃତି ଆକର୍ଷିତ କରୁଛି ଶ୍ରୀପୁରୁଷୋତ୍ତମଙ୍କୁ। ଏହି ମାର୍ଜନା ଗୀତର ଗୁଞ୍ଜରଣ ଶେଷ ହୁଏ ଆଈତୋଟାରେ। ଆଈ ହେଉଛନ୍ତି ବୈଷ୍ଣବମାନଙ୍କ ମତରେ ‘ବୃନ୍ଦା’। ବ୍ରଜବାସୀଙ୍କ ପାଇଁ ଆଈର ଅର୍ଥ ମାଆ। ମା’ର ତୋଟା ହିଁ ପବିତ୍ର ଆଈତୋଟା। ଜନ୍ମଭୂମିକୁ ମା’ର ତୋଟା ଲାଗି ରହିବା ସ୍ବାଭାବିକ। ଦାରୁଦିଅଁଙ୍କ କେହି ମା’ ନ ଥିବାବେଳେ ମା’ର କଳ୍ପନା କରାଯାଇ ଏହି ଭାବର କଥା ପ୍ରାଚୀନ କାଳରୁ ରହିଛି।

ମହାପ୍ରଭୁଙ୍କ ପ୍ରିୟସ୍ଥଳ: ଦାରୁଦିଅଁଙ୍କ ଜନ୍ମସ୍ଥାନ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସିଦ୍ଧେଶ୍ୱର ମହାପାତ୍ର କୁହନ୍ତି, ମହାପ୍ରଭୁଙ୍କ ଜନ୍ମ/ଆବିର୍ଭାବ ସ୍ଥଳ, ମହାବେଦି, ଆଟୋପ ମଣ୍ଡପ/ଆଡ଼ମ୍ବର ମଣ୍ଡପ ବା ଲୋକମୁଖରେ ପ୍ରଚାରିତ ଆଡ଼ପ ମଣ୍ଡପ ବା ଆଜିର ଗୁଣ୍ଡିଚା ମନ୍ଦିର ଏକ ପବିତ୍ର ସ୍ଥଳ। ସ୍କନ୍ଦ ପୁରାଣ ବର୍ଣ୍ଣନାନୁଯାୟୀ, ଶ୍ରୀମନ୍ଦିରର ପ୍ରତିଷ୍ଠାତା ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ମହାପ୍ରଭୁ କହୁଛନ୍ତି ହେ ରାଜା! ବର୍ଷକୁ ଥରେ ମୋତେ ଗୁଣ୍ଡିଚା ମନ୍ଦିରକୁ ନେଇଯିବ। ସେଇ ମୋର ଜନ୍ମସ୍ଥାନ। ମୋର ଏକ ଅତି ପ୍ରିୟ ସ୍ଥଳ। ତେଣୁ ରଥଯାତ୍ରାର ଏହା ପୃଷ୍ଠଭୂମି ବୋଲି ବିବେଚିତ ହୁଏ। ତେବେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ସମୟରେ ଏଠାରେ ରହି ଅନେକେ ବ୍ରତ ଉପାସନା କରନ୍ତି। ତୀର୍ଥ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ସାରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ଏଠାରେ ଦର୍ଶନକୁ ବି ବହୁ ପୁଣ୍ୟପ୍ରଦ କୁହାଯାଏ। ‘ନୀଳାଦ୍ରୌ ତୁ ସହସ୍ରାଣି ଆଡ଼ପ ମଣ୍ଡପେ ଦିନେ’ର ଅର୍ଥ ନୀଳାଦ୍ରି ମଣ୍ଡପ ବା ନୀଳାଚଳରେ ମହାପ୍ରଭୁଙ୍କୁ ହଜାରେ ଥର ଦର୍ଶନ କଲେ ଯାହା ମିଳେ, ଆଡ଼ପ ମଣ୍ଡପରେ ଥରଟିଏ ଦର୍ଶନ କଲେ ତାହା ପ୍ରାପ୍ତ ହୁଏ।

ଆଡ଼ପ ଅବଢ଼ା: ମହାପ୍ରଭୁ ନୀଳାଚଳରେ ଶ୍ରୀମନ୍ଦିରରେ ଲୀଳା କରୁଥିବା ବେଳେ ତାଙ୍କ ପ୍ରସାଦକୁ ମହାପ୍ରସାଦ କୁହାଯାଏ। ବିଶ୍ୱରେ କୌଣସି ଦେବଦେବୀଙ୍କ ପ୍ରସାଦକୁ ଶାସ୍ତ୍ରରେ ମହାପ୍ରସାଦର ମାନ୍ୟତା ଦିଆଯାଇନାହିଁ।

– ମହାପ୍ରସାଦ ଶବ୍ଦ ପଛରେ ଗୂଢ଼ ରହସ୍ୟ ରହିଛି।

– ଏହାର ଅନ୍ୟ ନାମ ଅବଢ଼ା, ନିର୍ମାଲ୍ୟ, କୈବଲ୍ୟ।

– ଆଡ଼ପ ମଣ୍ଡପ ଅର୍ଥାତ୍‌ ସୁନ୍ଦରାଚଳରେ ଦାରୁଦିଅଁ ବିଜେ କରିବା ପରଦିନ ମହାପ୍ରସାଦ ପ୍ରସ୍ତୁତ ହୁଏ।

– ପ୍ରସ୍ତୁତି ପ୍ରକ୍ରିୟା ଏକା।

– ଭୋଗ ପ୍ରକ୍ରିୟା ଏକା।

ତଥାପି ଆଡ଼ପ ଅବଢ଼ା ଭାବରେ ଏହାର ପ୍ରସିଦ୍ଧି ସର୍ବଜନବିଦିତ।

– ଆଡ଼ପ ମଣ୍ଡପ ଦାରୁଦିଅଁଙ୍କ ଆବିର୍ଭାବ ସ୍ଥଳ।

– ଏଇଠି ପ୍ରଥମେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଭୋଗ ଅର୍ପଣ କରିଥିଲେ, ତାହା ଆଡ଼ପ ଅବଢ଼ା ଭାବରେ ରୂଢ଼ି ହୋଇଯାଇଛି।

– ଆଡ଼ପ ମଣ୍ଡପରେ ଦିନେ ଦର୍ଶନ କଲେ ବର୍ଷେ ଦର୍ଶନର ଫଳ ମିଳେ।

– ଦାରୁଦିଅଁ ବ୍ରହ୍ମଦାରୁ। ତାଙ୍କ ପ୍ରସାଦ ଅନ୍ନବ୍ରହ୍ମ।

– ତାଙ୍କ ପ୍ରସାଦକୁ ସମାନ ମର୍ଯ୍ୟାଦା ଦେଇଯାଇଛନ୍ତି ଆଦି ଶଙ୍କରାଚାର୍ଯ୍ୟ।

– ଦାରୁଦିଅଁଙ୍କୁ ପ୍ରଥମେ ମହାରାଣୀ ଗୁଣ୍ଡିଚା ଓ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସଂଧ୍ୟାଦର୍ଶନ ଦିନ ଦର୍ଶନ କରିଥିଲେ। ତେଣୁ ତାହା ନବମୀ ଦର୍ଶନ ଭାବରେ ପରିଚିତ।

ସଦ୍ଭାବନାର ବାର୍ତ୍ତା : ଶାସ୍ତ୍ରରେ କୁହାଯାଇଛି ‘ସୋହମ୍‌’। ଏହାର ଅର୍ଥ ହେଉଛି ସେ ହିଁ ମୁଁ, ମୁଁ ହିଁ ସେ। ତୋ’ ଓ ମୋ’ ଭିତରେ କୌଣସି ପ୍ରଭେଦ ନାହିଁ। ଭାରତୀୟ ଦର୍ଶନରେ ଏହି ଗଭୀର ରହସ୍ୟକୁ ଦାରୁଦିଅଁ ରଥଯାତ୍ରାରେ ସାକାର କରାଉଛନ୍ତି। ଏଠାରେ ଦେହ ଓ ଦେହୀର କୌଣସି ଭେଦ ନାହିଁ। ଭାରତର କୌଣସି ମନ୍ଦିରରେ ମୂଳ ବିଗ୍ରହ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହିତ ମିଶି ମାନବୀୟ ଲୀଳା କରିବାର ଦୃଷ୍ଟାନ୍ତ ବିରଳ। କିନ୍ତୁ ଦାରୁଦିଅଁ ନିର୍ଗୁଣ ବ୍ରହ୍ମ ହେଲେ ମଧ୍ୟ ସାକାର ହୋଇ ଜୀବର ମଙ୍ଗଳ ପାଇଁ ଏହି ଲୀଳା କରିଥାନ୍ତି। ସେଥିପାଇଁ ଏହାକୁ କୁହାଯାଏ ପତିତପାବନ ଯାତ୍ରା। ଏଥିରେ ସମାଜକୁ ସେ ମୁଖ୍ୟ ଭାବରେ ସଦ୍ଭାବନାର ବାର୍ତ୍ତା ଦେଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri