Posted inଫୁରସତ

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା ଯାଇଥିବା ସ୍ଥାନକୁ କେହି ଅଲଗା କରିପାରିବେନି। ଆଉ କିଛି ଅଠାକୁ ତ ଲଗାଇବାବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡେ। କାରଣ ଆଙ୍ଗୁଠିରେ ଲାଗିଗଲେ ଆଙ୍ଗୁଠି ପରସ୍ପର ସହ ଯୋଡି ହେଇଯିବାର ଆଶଙ୍କା ଥାଏ। ତେବେ ମନରେ କେବେ ପ୍ରଶ୍ନ ଉଠିଛି କି କାଗଜ, କାଠ, ରବର ସବୁକିଛିକୁ ଯୋଡି ପାରୁଥିବା ଅଠା ନିଜ ବୋତଲ ଭିତରେ କାହିଁକି ଲାଖିକି ରହେନା? ଏଥର ଜାଣନ୍ତୁ ସେ ସମ୍ପର୍କରେ…

ଏହାର କାରଣ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଜରୁରୀ ଯେ ଅଠା ପ୍ରକୃତରେ କ’ଣ? ଅଠା ପଲିମରରେ ତିଆରି ହୋଇଥାଏ। ପଲିମର୍‌ ହେଉଛି ଏକ ରାସାୟନିକ ପଦାର୍ଥ ଯାହାକି ଅଠାଳିଆ ତଥା ପ୍ରସାରିତ ହେଉଥିବା ଷ୍ଟ୍ରାଣ୍ଡକୁ ବୁଝାଏ। ଏହା ଅଠାଳିଆ ହେବା ସହ ପ୍ରସାରିତ ହେଉଥିବାରୁ ଅଠା ତିଆରି ପାଇଁ ଏହାକୁ ବ୍ୟବହାର କରାଯାଏ। ଆଉ ବିଶେଷଜ୍ଞମାନେ ଅଠା ତିଆରି କଲାବେଳେ ଏହି ଅଠାଳିଆ ଓ ପ୍ରସାରିତ ହେଉଥିବା ପଲିମର୍‌ ସହ କିଛି ମାତ୍ରାରେ ପାଣି ମିଶାନ୍ତି। ଯଦ୍ୱାରା ଅଠା ସେମି ଲିକ୍ୱିଡ ଅବସ୍ଥାରେ ରହେ। ଏହି ପାଣି ସଲଭେଣ୍ଟ ଭଳି ବି କାମ କରେ। ଏଇ ପାଣି ହିଁ ବୋତଲ ଭିତରେ ଅଠାକୁ ସୁଖିବାକୁ ଦିଏନା ଓ ତାକୁ ସେମି ଲିକ୍ୱିଡ ଅବସ୍ଥାରେ ରଖେ। ଫଳରେ ଅଠା ବୋତଲ ଭିତରେ ସୁଖି ଲାଖି ଯାଏନା। ତେବେ ଆମେ ଯେବେ ଅଠାକୁ ବୋତଲରୁ ବାହାର କରୁ କିଛି ସମୟ ପରେ ଏହା ସୁଖିଯାଏ ଓ ଜିନିଷକୁ ଯୋଡିଦିଏ। ଏହି ପ୍ରକ୍ରିୟାରେ ଅଠା ସୁଖି ନ ଥାଏ। ବରଂ ସେଥିରେ ମିଶିଥିବା ପାଣି ବାଷ୍ପ ହୋଇ ଉଡିଯାଏ। ଯଦ୍ୱାରା କେବଳ ଅଠାଳିଆ ପଲିମର୍‌ ରହିଯାଏ, ଯାହାକି ଜିନିଷକୁ ଯୋଡିଦିଏ। ସେଥିପାଇଁ ଅଠାର ଠିପି ସବୁବେଳେ ବନ୍ଦ ରଖାଯାଏ। ଯଦି ବୋତଲ ଠିପି ଖୋଲା ରଖାଯାଏ ଅଠାରେ ଥିବା ପାଣି ସୁଖିଯାଏ। ଆଉ ଅଠାରୁ ଜଳୀୟ ଭାଗ ଚାଲିଗଲେ ତାହା ସୁଖି ବୋତଲ ଭିତରେ ଲାଖିଯାଏ। ସାଧାରଣତଃ ଧଳାରଙ୍ଗର ସେମି ଲିକ୍ୱିଡ ଅଠା କ୍ଷେତ୍ରରେ ଏଭଳି ହୁଏ।

ତେବେ ଫେଭିକ୍ୱିକ ପରି ଅଠାରେ ପାଣି ବ୍ୟବହାର ହୋଇ ନ ଥାଏ କି ତାହା ପଲିମରରେ ବି ତିଆରି ହୋଇ ନ ଥାଏ। ଏଥିରେ ସାଇନୋଏକ୍ରିଲେଟ ନାମକ ରସାୟନିକ ପଦାର୍ଥ ଥାଏ। ଏହି କେମିକାଲ ଯେବେ ବାୟୁରେ ଥିବା ଜଳୀୟ ଅଂଶ ସଂସ୍ପର୍ଶରେ ଆସେ ତାହା ଜିନିଷକୁ ଯୋଡିଦିଏ। ଆଉ ଫେଭିକ୍ୱିକ୍‌ ଭଳି ଅଠାକୁ ପାଣିଠାରୁ ଦୂରରେ ରଖିବାକୁ ପଡ଼େ। ଏମିତିରେ ଏହାକୁ ତିଆରି କରୁଥିବା କମ୍ପାନୀ ଏଭଳି ବୋତଲ ବ୍ୟବହାର କରେ ଯେଉଁଥିରେ ପାଣିର ଗୋଟେ କଣିକା ବି ପହଞ୍ଚତ୍ ପାରୁ ନ ଥିବ। ଫେଭିକ୍ୱିକ୍‌ର ଠିପି ଖୋଲା ରଖିଦେଲେ ବି ତାହା ସୁଖିଯାଏ ଓ ଭିତରେ ଲାଖିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri