ସ୍ଥିରତା ଉପରେ ବିଶ୍ୱାସ

ସି ଫୁଡ୍‌ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଏକ ପ୍ରତିଷ୍ଠିତ ନାମ ରାମ୍ସ। ସୂର୍ଯ୍ୟ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଏହି ୟୁନିଟ୍‌ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାମୁଦ୍ରିକ ଖାଦ୍ୟ ଶିଳ୍ପ ସହ ଜଡ଼ିତ। ରାମ୍ସ ପକ୍ଷରୁ ବନ୍ନାମେୟୀ ଚିଙ୍ଗୁଡ଼ି ପ୍ରଜାତିର ଫିନିସ୍‌ ପ୍ରଡ଼କ୍ଟ ଭାଲ୍ୟୁ ଚେନ୍‌ ପାଇଁ ଏକ ଉତ୍ତମ ମାଛ ଯାଆଁଳା ତିଆରି ସ୍ଥାନ ରହିଛି। ଅନ୍ୟ ପ୍ରଜାତିଗୁଡ଼ିକ ପାଇଁ ମଧ୍ୟ ସମାନ ଶୃଙ୍ଖଳ ପ୍ରସ୍ତୁତ କରିବାକୁ ଚାହାନ୍ତି ରାମ୍ସ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ଦାଶ। ଆକ୍ୱାକଲ୍ଚର ପ୍ରତି ତାଙ୍କର ଅନେକ ଆଗ୍ରହ ରହିଛି। ସେ ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ ସି’ ଫୁଡ୍‌ର ବଜାର ସ୍ଥିତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

ମହାମାରୀ ସମୟରେ ସି’ ଫୁଡ୍‌ ଇଣ୍ଡଷ୍ଟ୍ରି କେଉଁ ପ୍ରକାର ଆହ୍ବାନକୁ ସାମ୍ନା କରିଥିଲା?
ମହାମାରୀ ଆରମ୍ଭରେ ଅନେକ ଅନିଶ୍ଚିତତା ଦେଖାଦେଇଥିଲା। ଚାଷୀମାନେ ଆତଙ୍କିତ ହୋଇ ସି’ଫୁଡ୍‌ ଅମଳ କରିଦେଇଥିବାରୁ କିଛିମାତ୍ରାରେ କ୍ଷତି ଘଟିଥିଲା। ସାଧାରଣତଃ ହୋରେକା ସେକ୍ଟର ଦ୍ୱାରା ଅଧିକ ଚିଙ୍ଗୁଡ଼ି ଉପଯୋଗ ହୋଇଥାଏ ଏବଂ ଏହା ଚିଙ୍ଗୁଡ଼ି ଚାହିଦାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ତେବେ ଖୁଚୁରା କ୍ଷେତ୍ରରେ ଚାହିଦାରେ ବୃଦ୍ଧି ଘଟିଥିଲା ଏବଂ ଏହା ନିଶ୍ଚିତ ଭାବରେ ଲମ୍ବା ଅବଧି ଉପଯୋଗ ପାଇଁ ଲାଭଦାୟକ। ଯେ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଏବଂ ହୋରେକା କ୍ଷେତ୍ରରେ ସୁଧାର ଆସିନାହିଁ, ସେ ପର୍ଯ୍ୟନ୍ତ ଖୁଚୁରା ବଜାରରେ ବିକ୍ରି କରୁ ନ ଥିବା ଛୋଟ ଏବଂ ମଧ୍ୟମ ରପ୍ତାନିକାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ।

ଚାହିଦା ଅଧିକ ରହିଛି; ମାଛ
ନା ଚିଙ୍ଗୁଡ଼ି?
ଜଳୀୟ କୃଷିରେ ଅଧିକ ମାଛ ଚାଷ ହିଁ ହୋଇଥାଏ କିନ୍ତୁ ଚିଙ୍ଗୁଡ଼ିର ବଜାର ମୂଲ୍ୟ ଅଧିକ ରହିଥାଏ। ଓଡ଼ିଶାରେ ସାମୁଦ୍ରିକ ଚିଙ୍ଗୁଡ଼ିର ଚାହିଦା ଅଧିକ ରହିଛି। ଆମେ ସି’ଫୁଡ୍‌ ଇଣ୍ଡଷ୍ଟ୍ରିର ଘଟଣାକ୍ରମ ଅଭିବୃଦ୍ଧି ଦେଖିଛୁ। ୨୦୦୬ରେ ଏହି କ୍ଷେତ୍ରରେ ଓଡ଼ିଶାର ସର୍ବମୋଟ ଆମଦାନୀ ୫୦୦ କୋଟି ଟଙ୍କା ରହିଥିଲା, କିନ୍ତୁ ବର୍ତ୍ତମାନ ଆମେ ୫୦୦୦ କୋଟି ଟଙ୍କା ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ କରୁଛୁ। ଚାଷରେ ବୃଦ୍ଧି ଘଟିଥିଲେ ବି ଓ୍ବାଇଲ୍ଡ କଟ୍‌ ଉତ୍ପାଦର ବିକ୍ରି କମିଛି। ସରକାର ଏଭଳି ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ।

କମ୍ପାନୀର ଭବିଷ୍ୟତ ଯୋଜନା କ’ଣ ରହିଛି?
ମୋ କମ୍ପାନୀର ରଣନୀତି ହେଉଛି ‘ସ୍ଥିରତା’। କାରଣ ଆମେ ଏହା ଉପରେ ହିଁ ବିଶ୍ୱାସ କରୁ ଏବଂ ଗ୍ରାହକ ଆମଠାରୁ ‘ସ୍ଥିରତା’ ହିଁ ଆଶା କରନ୍ତି।

ସରକାରଙ୍କୁ କିଛି ପ୍ରସ୍ତାବ
ଦେବେ କି?
ଚିଙ୍ଗୁଡ଼ି ଚାଷ ସମ୍ବନ୍ଧରେ କହିବାକୁ ଗଲେ ଏହା ୧୯୯୫ ମସିହାରୁ ହ୍ବାଇଟ୍‌ ସ୍ପଟ୍‌ ଭାଇରସ୍‌ ଭଳି ମହାମାରୀରେ ପୀଡ଼ିତ। ଏହାଛଡ଼ା ୧୪ଟି ରୋଗ ରହିଛି, ଯାହା ଚିଙ୍ଗୁଡ଼ି ଚାଷକୁ ପ୍ରଭାବିତ କରିଥାଏ। କ୍ଷୁଦ୍ର ଚାଷୀଙ୍କ ଉପରେ ୯୦% ଅତ୍ୟଧିକ ଖର୍ଚ୍ଚ ଭାର ରହିଛି। ତେଣୁ ସରକାର ରୋଗ ନିରାକରଣ ଲାବ୍‌ ନିର୍ମାଣ ଦିଗରେ ବିନିଯୋଗ କରିବା ଆବଶ୍ୟକ ଏବଂ ଓଡ଼ିଶାର କୃଷକମାନେ ଯେପରି ଉତ୍ତମ ପ୍ରାଣୀ ଚିକିତ୍ସା ସେବା ପାଇପାରିବେ ସେ ଦିଗରେ ସୁନିଶ୍ଚିତ କରିବା ଆବଶ୍ୟକ। ଏହି ଚାଷରେ ବର୍ତ୍ତମାନ ହେଉଥିବା କ୍ଷତି ପାଇଁ ବିଭିନ୍ନ ପ୍ରକାର ରୋଗ ଦାୟୀ। ତେଣୁ ସରକାର ହିତାଧିକାରୀଙ୍କ ସହିତ ଯୋଗାଯୋଗ କରି ଏ ସମସ୍ତ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶାବାଦୀ। ଏହାଛଡ଼ା ପ୍ରାୟ ସମସ୍ତ ସି’ଫୁଡ୍‌ ଫାର୍ମ ଉପକୂଳବର୍ତ୍ତୀ ଏବଂ ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଉକ୍ତ ଅଞ୍ଚଳର ଇଲେକ୍ଟ୍ରିଟିସି ଭିତ୍ତିଭୂମିରେ ଉନ୍ନତି ଆଣିବା ଆବଶ୍ୟକ। ବିଦ୍ୟୁତ୍‌ ସଂଯୋଗ ସୁବିଧାର ଅଭାବ ହିଁ ଆଜି ଆନ୍ଧ୍ର ଚାଷୀଙ୍କଠାରୁ ଓଡ଼ିଶା ଚାଷୀଙ୍କୁ ପଛରେ ପକାଇଦେଇଛି। ତେଣୁ ସରକାର ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ। ଆକ୍ୱାକଲ୍ଚରକୁୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଆକ୍ୱାକଲ୍ଚର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri