ଏମ୍‌ଏସ୍‌ଆଇଏଲ୍‌ର ସ୍ବତନ୍ତ୍ର ରାଲି

ଭୁବନେଶ୍ୱର,୧୧।୧୦: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର ରାଲିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତୀୟ ଯୁବକମାନଙ୍କ ପାଇଁ ‘ଖାମ୍ରି ମୋ ସିକ୍କିମ୍‌’ ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ନେଭି (ନୌସେନା) କ୍ଷେତ୍ରରେ ଯୋଗଦେବା ଉଦ୍ଦେଶ୍ୟରେ ଉକ୍ତ ରାଲିର ଆରମ୍ଭ କରାଯାଇଛି। ଉତ୍ତର ଭାରତୀୟ ଯୁବକମାନେ ନୌସେନାରେ କ୍ୟାରିୟର କରିବା ସୁଯୋଗ ଆଦି ବିଷୟରେ ଉକ୍ତ ରାଲି ସଚେତନତା ସୃଷ୍ଟି କରିଛି। ୬,୫୦୦ କି.ମି. ଏହି ଦୁଃସାହସିକ ଯାତ୍ରା ଲୋନାଭାଲାର ଭାରତୀୟ ନୌସେନା ଘାଟିରୁ ୪୫ ନୌସେନା ଅଧିକାରୀଙ୍କ ଏକ ଟିମ୍‌ ପାର୍ଟି ଯାନରେ ଉକ୍ତ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପାର୍ଟି ଯାନରେ ତିନିଟି ଦୁର୍ଗମ ମାରୁତି ସୁଜୁକି ଜିମ୍ନି ଅଫ୍‌ ରୋଡ୍‌ର ଏବଂ ଦୁଇଟି ଫ୍ଲାଗ୍‌ଶିପ୍‌ ଗ୍ରାଣ୍ଡ୍‌ ଭିଟାରା ଅଲ ଗ୍ରିପ୍‌ ଏସ୍‌ୟୁଭି ଆଦି ସାମିଲ ରହିଛି। ଏପରିକି ସେମାନେ ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଉକ୍ତ ଯାତ୍ରାରେ ରହିବେ ଏବଂ ମୋହାଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଏହି ରାଲି ହେବାକୁ ଥିବାବେଳେ ଲକ୍ଷ୍ନୌ, ବାରାଣସୀ, ଗ୍ୟାଙ୍ଗ୍‌ଟକ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବେ।
ଗେମ୍‌ ଷ୍ଟାଟ୍‌ ଓ ତୁସି ମୋଟର୍ସ ଆନୁକୂଲ୍ୟରେ ଭୁବନେଶ୍ୱର ଏକ ତାରକା ହୋଟେଲରେ ଉକ୍ତ ଟିମ୍‌କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ନୌବାହିନୀର ଅଧିକାରୀଙ୍କ ସହ ତୁସି ମୋଟର୍ସର ଏମ୍‌ଡି ପ୍ରୀତି ପଲ୍ଲବୀ ପଟ୍ଟନାୟକ, ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକଙ୍କ ସମେତ ତମନ୍ନା ଦେହୁରୀ, ଜିତ୍‌ ସିଂ ଏବଂ ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୌସେନାର ଏହି ଉତ୍ତମ ପଦକ୍ଷେପକୁ ନିଜର ସମର୍ଥନ ଏବଂ ଏକତା ଦେଖାଇବା ପାଇଁ ଭୁବନେଶ୍ୱରସ୍ଥିତ ମାରୁତି କାର୍‌ ଡିଲର କମ୍ପାନୀ ତୁସି ମୋଟର୍ସ ଓ ଖେଳ ଓ ଅଭିଯାନ କମ୍ପାନୀ ଗେମ୍‌ ଷ୍ଟାର୍ଟ ଭୁବନେଶ୍ୱରରେ ଏକ ରାଲିରେ ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri