Posted inଜାତୀୟ

ଜଘନ୍ୟ ଅପରାଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରସ୍ତାବିତ ଆଇନ: ହତ୍ୟା ଅପରାଧ ନିମନ୍ତେ ରହିବ ଧାରା ୧୦୧

ନୂଆଦିଲ୍ଲୀ,୧୩।୮: ଭାରତୀୟ ଦଣ୍ଡ ସଂହିତା, ୧୮୬୦ ବଦଳରେ ଅଣାଯିବାକୁ ଥିବା ଭାରତୀୟ ନ୍ୟାୟ ସଂହିତାରେ ଆତଙ୍କବାଦ ଏବଂ ସଂଗଠିତ ସିଣ୍ଡିକେଟ୍‌ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ଏଭଳି ଅପରାଧରୁ ହେଉଥିବା ଆର୍ଥତ୍କ ଉପାର୍ଜନକୁ ରୋକିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଚଳିତ ଆଇନ ଅନେକ ସମୟରେ ପଳାତକ ଏବଂ ଦେଶ ବାହାରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଉନାହିଁ। ସେଭଳି ପଳାତକମାନଙ୍କୁ ଆଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ଦଣ୍ଡବିଧାନ କରାଇବା ନିମନ୍ତେ ନୂଆ ବିଲ୍‌ ପୋଲିସକୁ ଅଧିକ କ୍ଷମତା ପ୍ରଦାନ କରିବ। ସେମାନେ ଅପରାଧରେ ସମ୍ପୃକ୍ତ ହୋଇ ଯେଉଁ ଆର୍ଥିକ ଲାଭ ଉଠାଇଥିବେ, ସେଗୁଡ଼ିକୁ ମଧ୍ୟ ଜବତ କରାଯିବ। ସେହିପରି ଆତଙ୍କବାଦୀ କାର୍ଯ୍ୟ ଓ ସଂଗଠିତ ଅପରାଧ ପାଇଁ ପ୍ରେରିତ କରୁଥିବା ଦେଶ ବାହାର ବ୍ୟକ୍ତି ମଧ୍ୟ ଦଣ୍ଡିତ ହୋଇପାରିବେ।
ନୂଆ ଆଇନରେ ଆପରାଧିକ ଷଡ଼ଯନ୍ତ୍ରର ବିଦେଶୀ ଲିଙ୍କ ଖୋଜି ବାହାର କରିବା ସହ ସଂଗଠିତ ଅପରାଧ ଏବଂ ଆତଙ୍କବାଦ ତଥା ଭାରତରେ ଅପରାଧ ଘଟାଇବା ପାଇଁ ଉସୁକାଉଥିବା ବିଦେଶୀଙ୍କୁ ଦଣ୍ଡ ଦେବା ଲାଗି ପୋଲିସ ସକ୍ଷମ ହେବ। ଆପରାଧିକ ଷଡ଼ଯନ୍ତ୍ରର ସୀମାର ସଂଜ୍ଞା ନିରୂପଣ ଲାଗି ସାଧାରଣ ଲକ୍ଷ୍ୟ ତତ୍ତ୍ୱର ପ୍ରଚଳନ କରାଯାଇଛି।
ସାଧାରଣରେ ‘୪୨୦’ କହିଲେ ଠକେଇ ଓ ପ୍ରତିଶ୍ରୁତି ନ ରଖିବାକୁ ବହୁ ପିଢ଼ି ଧରି ଲୋକେ ବୁଝୁଥିଲେ। ଆଇପିସିର ଏହି ଧାରାକୁ ନେଇ ବଲିଉଡ୍‌ ଚଳଚ୍ଚିତ୍ର ଶ୍ରୀ ୪୨୦ ପ୍ରସ୍ତୁତ ହୋଇଥିଲା। ଏହି ଧାରାକୁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୬ରେ ରଖାଯାଇଛି। ସେହିପରି ହତ୍ୟାକାଣ୍ଡ ପାଇଁ ଆଇପିସିରେ ରହିଥିବା ଧାରା ୩୦୨କୁ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୦୧ରେ ରଖାଯାଇଛି। ବେଆଇନ ଜନସମାଗମକୁ ରୋକିବା ଲାଗି ରହିଥିବା ଆଇପିସିର ଧାରା ୧୪୪ ଏବେ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୮୭ରେ ରହିଛି। ଦୀର୍ଘବର୍ଷ ଧରି ଆଇପିସିରେ ଅନେକ ନୂଆ ଧାରା ଓ ଉପଧାରା ସଂଯୋଗ ଯୋଗୁ ଦଣ୍ଡ ସଂହିତା ପୃଥୁଳାକାର ହୋଇଛି। ଆଇନକୁ ଅଧିକ ସମସାମୟିକ, ସଶକ୍ତ ଓ ତାଜା କରିବା ପାଇଁ ପୁନର୍ଲିଖନର ଉଦ୍ୟମ କରାଯାଇଛି। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ପରେ ୩ ପ୍ରମୁଖ ଆପରାଧିକ ଆଇନରେ ସଂଶୋଧନ କରାଯାଇଥିଲା। ଏହା ସଂକ୍ଷିପ୍ତ ପରିବର୍ତ୍ତନ ଥିଲା। ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୬ ଧାରା ରହିବ। ସେଥିରୁ ୧୭୫ଟି ସଂଶୋଧିତ ହୋଇଛି। ୮ଟି ନୂଆ ଧାରା ଯୋଡ଼ାଯାଇଥିବାବେଳେ ୨୨ଟିକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ୪୦ ବର୍ଷର ପୁରୁଣା ଅପରାଧ ପ୍ରକ୍ରିୟା ସଂହିତା (ସିଆର୍‌ପିସି) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ। ଅନେକ ଉପନିବେଶୀୟ ଶବ୍ଦକୁ ହଟାଇଦିଆଯାଇ ଉକ୍ତ ପ୍ରସ୍ତାବିତ ଆଇନକୁ ଅଧିକ ପ୍ରାସଙ୍ଗିକ କରାଯାଇଛି।
ଅନ୍ୟପକ୍ଷରେ ଆଇପିସି ବଦଳରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍‌ ରାଜନୀତିକୁ ଶେଷ କରିବା ପାଇଁ ପୋଲିସ କ୍ଷମତାର ଦୁରୁପଯୋଗ ଲାଗି ଅନୁମତି ଦେବ ବୋଲି ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ମୁହଁ ବନ୍ଦ କରିବା ନୂଆ ଆଇନ ଆଣିବା ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri