Posted inଜାତୀୟ

ଜଘନ୍ୟ ଅପରାଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରସ୍ତାବିତ ଆଇନ: ହତ୍ୟା ଅପରାଧ ନିମନ୍ତେ ରହିବ ଧାରା ୧୦୧

ନୂଆଦିଲ୍ଲୀ,୧୩।୮: ଭାରତୀୟ ଦଣ୍ଡ ସଂହିତା, ୧୮୬୦ ବଦଳରେ ଅଣାଯିବାକୁ ଥିବା ଭାରତୀୟ ନ୍ୟାୟ ସଂହିତାରେ ଆତଙ୍କବାଦ ଏବଂ ସଂଗଠିତ ସିଣ୍ଡିକେଟ୍‌ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ଏଭଳି ଅପରାଧରୁ ହେଉଥିବା ଆର୍ଥତ୍କ ଉପାର୍ଜନକୁ ରୋକିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଚଳିତ ଆଇନ ଅନେକ ସମୟରେ ପଳାତକ ଏବଂ ଦେଶ ବାହାରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଉନାହିଁ। ସେଭଳି ପଳାତକମାନଙ୍କୁ ଆଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ଦଣ୍ଡବିଧାନ କରାଇବା ନିମନ୍ତେ ନୂଆ ବିଲ୍‌ ପୋଲିସକୁ ଅଧିକ କ୍ଷମତା ପ୍ରଦାନ କରିବ। ସେମାନେ ଅପରାଧରେ ସମ୍ପୃକ୍ତ ହୋଇ ଯେଉଁ ଆର୍ଥିକ ଲାଭ ଉଠାଇଥିବେ, ସେଗୁଡ଼ିକୁ ମଧ୍ୟ ଜବତ କରାଯିବ। ସେହିପରି ଆତଙ୍କବାଦୀ କାର୍ଯ୍ୟ ଓ ସଂଗଠିତ ଅପରାଧ ପାଇଁ ପ୍ରେରିତ କରୁଥିବା ଦେଶ ବାହାର ବ୍ୟକ୍ତି ମଧ୍ୟ ଦଣ୍ଡିତ ହୋଇପାରିବେ।
ନୂଆ ଆଇନରେ ଆପରାଧିକ ଷଡ଼ଯନ୍ତ୍ରର ବିଦେଶୀ ଲିଙ୍କ ଖୋଜି ବାହାର କରିବା ସହ ସଂଗଠିତ ଅପରାଧ ଏବଂ ଆତଙ୍କବାଦ ତଥା ଭାରତରେ ଅପରାଧ ଘଟାଇବା ପାଇଁ ଉସୁକାଉଥିବା ବିଦେଶୀଙ୍କୁ ଦଣ୍ଡ ଦେବା ଲାଗି ପୋଲିସ ସକ୍ଷମ ହେବ। ଆପରାଧିକ ଷଡ଼ଯନ୍ତ୍ରର ସୀମାର ସଂଜ୍ଞା ନିରୂପଣ ଲାଗି ସାଧାରଣ ଲକ୍ଷ୍ୟ ତତ୍ତ୍ୱର ପ୍ରଚଳନ କରାଯାଇଛି।
ସାଧାରଣରେ ‘୪୨୦’ କହିଲେ ଠକେଇ ଓ ପ୍ରତିଶ୍ରୁତି ନ ରଖିବାକୁ ବହୁ ପିଢ଼ି ଧରି ଲୋକେ ବୁଝୁଥିଲେ। ଆଇପିସିର ଏହି ଧାରାକୁ ନେଇ ବଲିଉଡ୍‌ ଚଳଚ୍ଚିତ୍ର ଶ୍ରୀ ୪୨୦ ପ୍ରସ୍ତୁତ ହୋଇଥିଲା। ଏହି ଧାରାକୁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୬ରେ ରଖାଯାଇଛି। ସେହିପରି ହତ୍ୟାକାଣ୍ଡ ପାଇଁ ଆଇପିସିରେ ରହିଥିବା ଧାରା ୩୦୨କୁ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୦୧ରେ ରଖାଯାଇଛି। ବେଆଇନ ଜନସମାଗମକୁ ରୋକିବା ଲାଗି ରହିଥିବା ଆଇପିସିର ଧାରା ୧୪୪ ଏବେ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୮୭ରେ ରହିଛି। ଦୀର୍ଘବର୍ଷ ଧରି ଆଇପିସିରେ ଅନେକ ନୂଆ ଧାରା ଓ ଉପଧାରା ସଂଯୋଗ ଯୋଗୁ ଦଣ୍ଡ ସଂହିତା ପୃଥୁଳାକାର ହୋଇଛି। ଆଇନକୁ ଅଧିକ ସମସାମୟିକ, ସଶକ୍ତ ଓ ତାଜା କରିବା ପାଇଁ ପୁନର୍ଲିଖନର ଉଦ୍ୟମ କରାଯାଇଛି। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ପରେ ୩ ପ୍ରମୁଖ ଆପରାଧିକ ଆଇନରେ ସଂଶୋଧନ କରାଯାଇଥିଲା। ଏହା ସଂକ୍ଷିପ୍ତ ପରିବର୍ତ୍ତନ ଥିଲା। ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୬ ଧାରା ରହିବ। ସେଥିରୁ ୧୭୫ଟି ସଂଶୋଧିତ ହୋଇଛି। ୮ଟି ନୂଆ ଧାରା ଯୋଡ଼ାଯାଇଥିବାବେଳେ ୨୨ଟିକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ୪୦ ବର୍ଷର ପୁରୁଣା ଅପରାଧ ପ୍ରକ୍ରିୟା ସଂହିତା (ସିଆର୍‌ପିସି) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ। ଅନେକ ଉପନିବେଶୀୟ ଶବ୍ଦକୁ ହଟାଇଦିଆଯାଇ ଉକ୍ତ ପ୍ରସ୍ତାବିତ ଆଇନକୁ ଅଧିକ ପ୍ରାସଙ୍ଗିକ କରାଯାଇଛି।
ଅନ୍ୟପକ୍ଷରେ ଆଇପିସି ବଦଳରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍‌ ରାଜନୀତିକୁ ଶେଷ କରିବା ପାଇଁ ପୋଲିସ କ୍ଷମତାର ଦୁରୁପଯୋଗ ଲାଗି ଅନୁମତି ଦେବ ବୋଲି ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ମୁହଁ ବନ୍ଦ କରିବା ନୂଆ ଆଇନ ଆଣିବା ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri