ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଉକ୍ତ ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋଚିତ୍ରରେ ରକ୍ତ ଓ ସିନ୍ଦୂର ଲଗାଯାଇଛି। ୨ଟି କଣ୍ଢେଇ କରି ସେଥିରେ ମଙ୍ଗଳସୂତ୍ର ପିନ୍ଧାଯାଇଛି। ଏପରିକି ସେଠାରେ ନାଲି ଶଙ୍ଖା ସିନ୍ଦୂର ସହ ମାଟିହାଣ୍ଡି ପଡ଼ିଥିବା ବେଳେ ଏକ ମୃତ ଦେଶୀ କୁକୁଡ଼ା ମଧ୍ୟ ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅପଣ୍ଡରା ପଞ୍ଚାୟତର ଜଣେ ବିବାହିତ ଯୁବକ ଭୁବନେଶ୍ୱରରେ ରୁହନ୍ତି। ସେ ଫଟୋଥିବା ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ପାଠ ପଢ଼ାଉଥିଲେ। ତାଙ୍କୁ ନିଜର ଭାବି ତାଙ୍କ ନାମରେ ଭୁବନେଶ୍ୱରରେ ପ୍ଲଟ ଓ ଗାଡ଼ି ମୋଟର କିଣିଥିଲେ। ମାତ୍ର ଯୁବତୀ ଜଣକ ଗତ କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କୁ ଧରାଛୁଆଁ ଦେଉନାହାନ୍ତି। ତେଣୁ ପ୍ରେମିକାଙ୍କୁ ଆପଣାଇବା ପାଇଁ ସମ୍ପୃକ୍ତ ଯୁବକ ତନ୍ତ୍ରବିଦ୍ୟାର ସହାୟତା ନେଉଥିବା ନେଇ ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily


