ନାଲ୍‌କୋ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ୨.୦

ଭୁବନେଶ୍ୱର,୨୨ା୧୦: ଚଳିତ ବର୍ଷ ଅକ୍ଟୋବର ୨ରୁ ନାଲ୍‌କୋର ସମସ୍ତ କାର୍ଯ୍ୟାଳୟ ଓ ୟୁନିଟ୍‌ରେ ସ୍ବତନ୍ତ୍ର ଅଭିଯାନ ୨.୦ (ସ୍ପେଶାଲ କ୍ୟାମ୍ପେନ୍‌ ୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି ଏହା ଅନ୍ତର୍ଗତ ବିଭିନ୍ନ ସ୍ବଚ୍ଛତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଅସମାହିତ ମାମଲାର ଯଥା ସମୟରେ ସମାଧାନ, ରେକର୍ଡ ପରିଚାଳନା, ଅଫିସ ପରିସରକୁ ଦକ୍ଷତାର ସହ ସୁବ୍ୟବହାର ଏବଂ ପ୍ଲାଷ୍ଟିକ୍‌ର ଏକକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରହିଛି। ବିଶେଷକରି ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ସ୍ବତନ୍ତ୍ର ଅଭିଯାନ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟାବଳୀର ନିୟମିତ ଅନୁଧ୍ୟାନ କରୁଛନ୍ତି। ସେହିଭଳି ଭୁବନେଶ୍ୱରସ୍ଥିତ ନାଲ୍‌କୋର କର୍ପୋରେଟ କାର୍ଯ୍ୟାଳୟ ଏବଂ ଉପତ୍ାଦନ କ୍ଷେତ୍ର ତଥା ରାଷ୍ଟ୍ରବ୍ୟାପୀ ଏହାର ଅନ୍ୟ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ଚାଲିଥିବା କାର୍ଯ୍ୟକ୍ରମଗୁଡିକର ମଧ୍ୟ ପାତ୍ର ନେତୃତ୍ୱ ନେଉଛନ୍ତି। ସେହିପରି ଏହି ସ୍ବତନ୍ତ୍ର ଅଭିଯାନର ଅଂଶ ଭାବେ ଅନୁଗୋଳଠାରେ ଥିବା ନାଲ୍‌କୋର ସ୍ମେଲ୍ଟର ଏବଂ ପାୱାର କମ୍ପ୍ଲେକ୍ସରେ ଅବସ୍ଥିତ ସୁନିଆ ମୁଣ୍ଡା ହ୍ରଦ ପରିଷ୍କୃତ କରାଯିବା ସହ ଏହାର ପ୍ରଶିକ୍ଷଣ କେନ୍ଦ୍ରଠାରେ ଏକ ଯୋଗ ଓ ୱେଲ୍‌ନେସ୍‌ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri