ଶ୍ରୀମନ୍ଦିରରେ ପଞ୍ଚକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ସିଂହଦ୍ୱାରରେ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ

ପୁରୀ,୩୦ା୧୦: ପଞ୍ଚକ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ଏନେଇ ପୁରୀ ଜିଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବାକୁ ଥିବାବେଳେ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଏଥିସହିତ ଅଁଳା ନବମୀରେ ଭୋର୍‌ ୫ଟାରୁ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ବିଳମ୍ବିତ ରାତି ଯାଏ ରାଧାପାଦ ଦର୍ଶନ ଜାରି ରହିଛି। ଦର୍ଶନ ପାଇଁ ୧୧ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Trusted Odia Daily

Share