କେନ୍ଦୁଝରରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଆରମ୍ଭ

କେନ୍ଦୁଝର, ୧୩ ।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଓମ୍ବାଡସି ସହାୟତାରେ ୨୦୨୧ରୁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେଉଛି। ସେଥିମଧ୍ୟରୁ ଗୋଟିଏ ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ) ରହିଥିବା ବେଳେ ୨ଟି ହେଉଛି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ବିଏଲଏସ)। ଏହି ଆମ୍ବୁଲାନ୍ସଗୁ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଯୋଡା ଯାଇଛି।
ଜିଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସାଇଁକୁଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏହି ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି। ଏହି ଆମ୍ବୁଲାନ୍ସର ନାମ ‘ଓମ୍ବାଡସି ସେବା ସଂଯୋଗ ବାହନ’ ରଖାଯାଇଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀମାନଙ୍କୁ ବଡ ଡାକ୍ତରଖାନାକୁ ପଠାଇବା ବେଳେ ଓମ୍ବାଡସିର ଏହି ଆମ୍ବୁଲାନ୍ସ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ୨୦୨୧ ମେ’ରୁ ୨୦୨୩ ଡିସେମ୍ବର ଭିତରେ ୬ ହଜାର ୪୯୩ ଜଣ ରୋଗୀ ଏହି ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି। ଓମ୍ବାଡସିର ଏହି ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଫଳରେ ୨୦୨୧ ମେ’ରୁ ୨୦୨୨ ମାର୍ଚ୍ଚ ଭିତରେ ୧୭୬୨ ଜଣ ରୋଗୀ ଉପକୃତ ହୋଇଛନ୍ତି। ସେହିପରି ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ଭିତରେ ୨୬୬୯, ଏପ୍ରିଲ ୨୦୨୩ରୁ ୨୦୨୪ ଜାନୁଆରୀ ମାସ ସୁଦ୍ଧା ୨୦୬୨ ଜଣ ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛି। ପ୍ରତି ମାସରେ ୨୦୦ରୁ ୨୫୦ ଜଣ ରୋଗୀ ଏହି ସେବା ପାଇଛନ୍ତି।
ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସରେ ଅକ୍ସିଜେନ, ଭେଣ୍ଟିଲେଟର, ପଲ୍ସ ଅକ୍ସିମିଟର, ଗ୍ଲୁକୋମିଟର, ନେବିଲାଇଜର୍‌, ଇନଫ୍ୟୁଜନ ପମ୍ପ, ସକ୍ସନ ମେସିନ ଏବଂ ବିଭିନ୍ନ ପ୍ରକାରର ଷ୍ଟ୍ରେଚର ଆଦି ରହିଛି। ସେହିପରି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ଛଡା ଅନ୍ୟନ୍ୟ ପ୍ରାଥମିକ ଚିକିତ୍ସା ସୁବିଧା ରହିଛି। ତା’ଛ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସୁବିଧାରେ ଡାକ୍ତରଖାନା ନେବା ପାଇଁ ସ୍ପାଇନ ବୋର୍ଡ ସହିତ ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ରହିଛି।
ଏହି ଏଏଲଏସ ଓ ବିଏଲଏସ ଆମ୍ବୁଲାନ୍ସ ଛଡା କେନ୍ଦୁଝର ଜିଲାାରେ ପ୍ରଶାସନ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ମଧ୍ୟ ଚାଲିଛି। ଫଳରେ ରୋଗୀମାନେ ଘର ପାଖରୁ ସୁବିଧାରେ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି।
କେନ୍ଦୁଝର ସହିତ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲାରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଓମ୍ବାଡସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ନବୀକରଣ କରାଯିବା ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ଫଳରେ ସ୍ବାସ୍ଥ୍ୟ ସେବାର ରୂପରେଖ ବଦଳିଛି। ଏଥିରେ ଆମ୍ବୁଲାନ୍ସ ସେବା ଯୋଡି ହେବା ଫଳରେ ଖଣି ପ୍ରଭାବିତ କେନ୍ଦୁଝର ଜିଲାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଅଧିକ ସୁଦୃଢ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri