ତିନୋଟି ଦେଶର କଥା

ଦକ୍ଷିଣ ଏସିଆର ତିନୋଟି ବୃହତ୍‌ ଦେଶର ସ୍ଥିତି ଏବେ କେଉଁଠି ତାହା ଲକ୍ଷ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶଗୁଡ଼ିକରେ ଏବେ ଗଣତନ୍ତ୍ର ଅଛି, ଯାହା ସେମାନଙ୍କୁ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି। ମଝିରେ ମଝିରେ ପାକିସ୍ତାନରେ ସାମରିକ ଶାସନ ହସ୍ତକ୍ଷେପ କରୁଥିଲେ ମଧ୍ୟ ଗତ ୧୩ ବର୍ଷ ହେବ ସେଠାରେ ଗଣତନ୍ତ୍ର ଧାରାରେ ଶାସନ ଚାଲିଛି। ବାଂଲାଦେଶ ସ୍ବାଧୀନ ହେବା ପରେ ମଝିରେ କିଛି ସମୟ ସାମରିକ ଶାସନକୁ ଛାଡ଼ିଦେଲେ ତିନି ଦଶନ୍ଧି ଧରି ସେଠାରେ ଗଣତନ୍ତ୍ର ବଜାୟ ରହିଛି। ଅପରପକ୍ଷେ ଭାରତରେ ସବୁବେଳେ ଗଣତନ୍ତ୍ରର ସ୍ଥିତି ସୁଦୃଢ଼। ରାଜନୈତିକ ଦୃଷ୍ଟିକୋଣରୁ ପାକିସ୍ତାନ ବିଭାଜିତ ହେଲେ ମଧ୍ୟ ଏହାର ସଂସଦରେ ଅଧିକ ବିରୋଧୀ ରହିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଏବଂ ଭାରତରେ ବିରୋଧୀ ଦୁର୍ବଳ । ଏହି ଦୁଇ ଦେଶରେ ଶାସକ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଲଗାତର ବିରୋଧୀଙ୍କ ସହ ନିଷ୍ଠୁରତା ପ୍ରଦର୍ଶନ କରି ଆସିଛନ୍ତି । ଘଟଣା କ୍ରମରେ ବିରୋଧୀ ନେତ୍ରୀ ଖଲିଦା ଜିଆ ଦୋଷୀ ଭାବେ କିଛି ଦିନ ଜେଲ୍‌ରେ ରହିଥିଲେ ଓ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରି ନ ଥିଲେ।
ଶେଖ୍‌ ହାସିନା ୧୨ ବର୍ଷ ହେବ କ୍ଷମତା ଉପଭୋଗ କରି ଆସୁଛନ୍ତି। ତାଙ୍କ ଶାସନରେ ବାଂଲାଦେଶ ଆର୍ଥିକ କ୍ଷେତ୍ରରେ ଭାରତ ଓ ପାକିସ୍ତାନଠାରୁ ବହୁ ଆଗକୁ ଯାଇପାରିଛି। ନିକଟରେ ବାଂଲାଦେଶ ଭାରତର ମୁଣ୍ଡ ପିଚ୍ଛା ଜିଡିପିକୁ ଟପି ଯାଇଛି। ଗତ ବର୍ଷଗୁଡ଼ିକରେ ବାଂଲାଦେଶ ଦୃଢ଼ ତଥା ଦ୍ରୁତ ଅଭିବୃଦ୍ଧି ହାସଲ କରିଥିବାବେଳେ ଭାରତ ଏ କ୍ଷେତ୍ରରେ ଦୁର୍ବଳ । ଗତ ଦୁଇ ତିନି ବର୍ଷରେ ଜିଡିପିର ମାନୁଫାକ୍‌ଚରିଂ ଶେୟାର ୧୬%ରୁ ୨୦%କୁ ବୃଦ୍ଧି କରିବାକୁ ବାଂଲାଦେଶ ସକ୍ଷମ ହୋଇଥିବାବେଳେ ଭାରତ ୨୦୧୪ ତୁଳନାରେ ୧୫%ରୁ ତଳକୁ ଖସି ୧୨% ରହିଛି। ମାନୁଫାକ୍‌ଚରିଂର ଅଭିବୃଦ୍ଧି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ବହୁ ଲୋକଙ୍କୁ ରୋଜଗାର ଦିଏ। ବିଶେଷକରି ପୋଷାକ ମାନୁଫାକଚରିଂ ସେକ୍ଟରରେ ବାଂଲାଦେଶ ସବୁଠୁ ଆଗରେ ଓ ଏଥିରେ ଅଧିକ ମହିଳା ନିଯୁକ୍ତ ହୋଇଛନ୍ତି। ଅପରପକ୍ଷେ ଭାରତରେ ମୁଖ୍ୟତଃ ୨୦୧୪ ପରଠାରୁ ଏହା ଆର୍ଥିକ ଦିଗରୁ ଦିଗହରା ହୋଇପଡ଼ିଛି। ଭାରତରେ ଶ୍ରମଶକ୍ତିର ଭାଗୀଦାରି ହାର (କାମ କରୁଥିବା ଓ କାମ ଚାହଁୁଥିବା ଲୋକଙ୍କ ସଂଖ୍ୟା) ଦକ୍ଷିଣ ଏସିଆରେ ପୂରା ତଳେ ରହିଛି ଓ ବିଶ୍ୱରେ ମଧ୍ୟ ଏହା ସବୁଠୁ କମ୍‌। ଗତ କିଛିବର୍ଷ ହେବ ଏଭଳି ଘଟଣା ଦେଖିବାକୁ ମିଳୁଥିଲେ ମଧ୍ୟ ଏଥିରେ ପରିବର୍ତ୍ତନର କୌଣସି ସଂକେତ ଦେଖାଯାଉ ନାହିଁ। ଭାରତରେ ଚାକିରି ମଧ୍ୟ ଉପଲବ୍ଧ ହେଉନାହିଁ। ବିଗତ କିଛି ବର୍ଷରେ ପାକିସ୍ତାନର ଅଭିବୃଦ୍ଧି କମିବାରେ ଲାଗିଛି । ହେଲେ ଚାଇନା- ପାକିସ୍ତାନ ଇକୋନୋମିକ କରିଡର( ସିପିଇସି) ଭଳି ଭିତ୍ତିଭୂମି ପ୍ରୋଜେକ୍ଟରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିବାରୁ ନିକଟ ଭବିଷ୍ୟତରେ ଅଭିବୃଦ୍ଧିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଏହି ପ୍ରୋଜେକ୍ଟ ପଶ୍ଚିମ ଚାଇନା ଓ ଦକ୍ଷିଣ ପାକିସ୍ତାନକୁ ଯୋଡିବ ଏବଂ ଦୁଇ ଦେଶକୁ ଲାଭଦାୟକ ହେବ। ସିପିଇସି କରିଡର ମଧ୍ୟ କେନ୍ଦ୍ର ଏସିଆ ସହ ପାକିସ୍ତାନକୁ ସଂଯୋଗ କରିବ। ଯଦି ଆଫଗାନିସ୍ତାନରେ ସ୍ଥିରତା ଆସେ ତେବେ ପାକିସ୍ତାନ ବାଣିଜ୍ୟ କାରବାରର ଏକ ବୃହତ୍‌ କେନ୍ଦ୍ର ପାଲଟିବ। ଅନ୍ୟପଟେ ଯଦି ସିପିଇସି ସଫଳ ନ ହୁଏ ତେବେ ପାକିସ୍ତାନ ଅନିୟନ୍ତ୍ରିତ ଋଣ ସ୍ତରକୁ ଠେଲିି ହୋଇଯିବ।
ଦକ୍ଷିଣ ଏସିଆର ଏହି ତିନି ଦେଶ ଅସମାନତା ଲାଗି ବେଶ୍‌ ଜଣାଶୁଣା । ଭାରତୀୟ ସମାଜରେ ସବୁଠୁ ବେଶି ଅସମାନତା ଦେଖାଯାଏ। ଏସିଆରେ ଦୁଇ ଅତିଧନୀ ବ୍ୟକ୍ତି ହେଉଛନ୍ତି ଭାରତୀୟ, କିନ୍ତୁ ଦେଶର ୮୦ କୋଟି ଲୋକ(ଜନ ସଂଖ୍ୟାର ୬୦%) ୫ କିଲୋ ଖାଦ୍ୟ ଶସ୍ୟ ପାଇଁ ପ୍ରତିମାସରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)କୁ ଦେଖିଲେ ବିଶ୍ୱରେ ଭାରତ ୧୩୩ ସ୍ଥାନରେ ଥିବାବେଳେ ବାଂଲାଦେଶ ୧୩୫ ଓ ପାକିସ୍ତାନ ୧୫୪ ସ୍ଥାନରେ ରହିଛନ୍ତି। ଏ କ୍ଷେତ୍ରରେ ୨୦୧୪ ତୁଳନାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସିଥିବାବେଳେ ବାଂଲାଦେଶ ୬ଟି ସ୍ଥାନ ଉପରକୁ ଉଠିଛି। ବାଂଲାଦେଶରେ ଏନ୍‌ଜିଓ ସେକ୍ଟର ଦକ୍ଷିଣ ଏସିଆରେ ଖୁବ୍‌ ବିକଶିତ ଓ ସମ୍ଭବତଃ ଏହି କାରଣରୁ ଏହା ଏଚ୍‌ଡିଆଇ ର଼୍ୟାଙ୍କରେ ଉପରକୁ ଉଠୁଛି। ସେଠାକାର ସରକାର ଏନଜିଓ ପ୍ରତି ଶତ୍ରୁତା ଆଚରଣ ନ କରି ସେମାନଙ୍କ ସହ କାମ କରୁଛନ୍ତି। କିନ୍ତୁ ମାନବ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସିଭିଲ୍‌ ସୋସାଇଟିି ଗ୍ରୁପ ଓ ବ୍ୟକ୍ତିମାନଙ୍କୁ ସମସ୍ୟାରେ ପକାଇବା ଲାଗି ଉଭୟ ଭାରତ ଏବଂ ପାକିସ୍ତାନ ସେମାନଙ୍କ ଶକ୍ତି ଲଗାଇ ଦେଉଛନ୍ତି, ଯାହାର ପରିଣାମ ଏଚ୍‌ଡିଆଇରେ ଦେଖିବାକୁ ମିଳିଛି। ଦୁଇ ଦଶନ୍ଧି ପୂର୍ବେ ଦକ୍ଷିଣ ଏସିଆରେ ଭାରତ ବିକାଶରେ ଖୁବ୍‌ ଆଗକୁ ଚାଲିଯିବ ବାଲି ଯାହା ଜଣାପଡ଼ୁଥିଲା ତାହା ଏବେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ତିନୋଟି ଯାକ ଦେଶର ସରକାର ଓ ରାଜନୀତିରେ ସାମ୍ପ୍ରଦାୟିକତା ମଧ୍ୟ ପ୍ରୟୋଗ ହେଉଛି। ସାମ୍ପ୍ରଦାୟିକତା ପାଇଁ ୧୯୮୦ ଦଶକ ଥିଲା ପାକିସ୍ତାନର ସବୁଠୁ ଖରାପ ସମୟ। ଭାରତ ଏବେ ସଂଖ୍ୟାଲଘୁ କୈନ୍ଦ୍ରିକ ଆଇନ ଓ ନୀତିଗୁଡ଼ିକୁ ନେଇ ସେହି ପଥରେ ଚାଲିଛି। ସେମାନେ କେଉଁଠି ପ୍ରାର୍ଥନା କରିପାରିବେ ନାହିଁ, କ’ଣ ଖାଇବେ ନାହିଁ ଓ କାହାକୁ ବାହା ହୋଇ ପାରିବେ ନାହଁ;ଏ ସମ୍ପର୍କିତ ଆଇନ ପ୍ରଣୟନ କରିଚାଲିଛି। ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଦକ୍ଷିଣ ଏସିଆର ପ୍ରଦର୍ଶନକୁ ବିଶ୍ୱ ଅଧିକ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି। ସ୍ବଚଳୀକରଣ (ଅଟୋମେଶନ) ଓ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବିକାଶ ଓ ପ୍ରୟାଗ ଫଳରେ ତିନୋଟି ଦେଶ କୋଟି କୋଟି ଗରିବଙ୍କୁ ମଧ୍ୟବିତ୍ତ ସ୍ତରକୁ ଆଣିବା ଲାଗି ଯେଉଁ ପ୍ରୟାସ କରୁଛନ୍ତି ତା’ ରାସ୍ତା ଶୀଘ୍ର ବନ୍ଦ ହୋଇଯିବ। ବହୁ ସମୟରେ ତିନୋଟି ଦେଶ ମଧ୍ୟରେ ସମ୍ପର୍କ ଶତ୍ରୁତାପୂର୍ଣ୍ଣ ରହୁଛି,ଯାହା ସେମାନଙ୍କ ବିକାଶରେ ବାଧା ଆଣୁଛି ଓ ଆଣିବ। ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ୧୯୪୭ ପରଠାରୁ ଯେଉଁ ପଥରେ ଆମେ ଚାଲି ଆସିଛେ ସେହି ବାଟରେ ନିକଟ ଭବିଷ୍ୟତର ସମାନତା ତଥା ବିକଶିତ ବିଶ୍ୱରେ ପ୍ରବେଶ କରିବାକୁ ସକ୍ଷମ ହେବାର ସମ୍ଭାବନା ନାହିଁ। ଏଣୁ ଆମ ପାରିପାର୍ଶ୍ୱିକ ଭୂ-ରାଜନୈତିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଆମ କାର୍ଯ୍ୟ ଧାରା ବଦଳାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri