ତିନୋଟି ଦେଶର କଥା

ଦକ୍ଷିଣ ଏସିଆର ତିନୋଟି ବୃହତ୍‌ ଦେଶର ସ୍ଥିତି ଏବେ କେଉଁଠି ତାହା ଲକ୍ଷ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶଗୁଡ଼ିକରେ ଏବେ ଗଣତନ୍ତ୍ର ଅଛି, ଯାହା ସେମାନଙ୍କୁ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି। ମଝିରେ ମଝିରେ ପାକିସ୍ତାନରେ ସାମରିକ ଶାସନ ହସ୍ତକ୍ଷେପ କରୁଥିଲେ ମଧ୍ୟ ଗତ ୧୩ ବର୍ଷ ହେବ ସେଠାରେ ଗଣତନ୍ତ୍ର ଧାରାରେ ଶାସନ ଚାଲିଛି। ବାଂଲାଦେଶ ସ୍ବାଧୀନ ହେବା ପରେ ମଝିରେ କିଛି ସମୟ ସାମରିକ ଶାସନକୁ ଛାଡ଼ିଦେଲେ ତିନି ଦଶନ୍ଧି ଧରି ସେଠାରେ ଗଣତନ୍ତ୍ର ବଜାୟ ରହିଛି। ଅପରପକ୍ଷେ ଭାରତରେ ସବୁବେଳେ ଗଣତନ୍ତ୍ରର ସ୍ଥିତି ସୁଦୃଢ଼। ରାଜନୈତିକ ଦୃଷ୍ଟିକୋଣରୁ ପାକିସ୍ତାନ ବିଭାଜିତ ହେଲେ ମଧ୍ୟ ଏହାର ସଂସଦରେ ଅଧିକ ବିରୋଧୀ ରହିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଏବଂ ଭାରତରେ ବିରୋଧୀ ଦୁର୍ବଳ । ଏହି ଦୁଇ ଦେଶରେ ଶାସକ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଲଗାତର ବିରୋଧୀଙ୍କ ସହ ନିଷ୍ଠୁରତା ପ୍ରଦର୍ଶନ କରି ଆସିଛନ୍ତି । ଘଟଣା କ୍ରମରେ ବିରୋଧୀ ନେତ୍ରୀ ଖଲିଦା ଜିଆ ଦୋଷୀ ଭାବେ କିଛି ଦିନ ଜେଲ୍‌ରେ ରହିଥିଲେ ଓ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରି ନ ଥିଲେ।
ଶେଖ୍‌ ହାସିନା ୧୨ ବର୍ଷ ହେବ କ୍ଷମତା ଉପଭୋଗ କରି ଆସୁଛନ୍ତି। ତାଙ୍କ ଶାସନରେ ବାଂଲାଦେଶ ଆର୍ଥିକ କ୍ଷେତ୍ରରେ ଭାରତ ଓ ପାକିସ୍ତାନଠାରୁ ବହୁ ଆଗକୁ ଯାଇପାରିଛି। ନିକଟରେ ବାଂଲାଦେଶ ଭାରତର ମୁଣ୍ଡ ପିଚ୍ଛା ଜିଡିପିକୁ ଟପି ଯାଇଛି। ଗତ ବର୍ଷଗୁଡ଼ିକରେ ବାଂଲାଦେଶ ଦୃଢ଼ ତଥା ଦ୍ରୁତ ଅଭିବୃଦ୍ଧି ହାସଲ କରିଥିବାବେଳେ ଭାରତ ଏ କ୍ଷେତ୍ରରେ ଦୁର୍ବଳ । ଗତ ଦୁଇ ତିନି ବର୍ଷରେ ଜିଡିପିର ମାନୁଫାକ୍‌ଚରିଂ ଶେୟାର ୧୬%ରୁ ୨୦%କୁ ବୃଦ୍ଧି କରିବାକୁ ବାଂଲାଦେଶ ସକ୍ଷମ ହୋଇଥିବାବେଳେ ଭାରତ ୨୦୧୪ ତୁଳନାରେ ୧୫%ରୁ ତଳକୁ ଖସି ୧୨% ରହିଛି। ମାନୁଫାକ୍‌ଚରିଂର ଅଭିବୃଦ୍ଧି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ବହୁ ଲୋକଙ୍କୁ ରୋଜଗାର ଦିଏ। ବିଶେଷକରି ପୋଷାକ ମାନୁଫାକଚରିଂ ସେକ୍ଟରରେ ବାଂଲାଦେଶ ସବୁଠୁ ଆଗରେ ଓ ଏଥିରେ ଅଧିକ ମହିଳା ନିଯୁକ୍ତ ହୋଇଛନ୍ତି। ଅପରପକ୍ଷେ ଭାରତରେ ମୁଖ୍ୟତଃ ୨୦୧୪ ପରଠାରୁ ଏହା ଆର୍ଥିକ ଦିଗରୁ ଦିଗହରା ହୋଇପଡ଼ିଛି। ଭାରତରେ ଶ୍ରମଶକ୍ତିର ଭାଗୀଦାରି ହାର (କାମ କରୁଥିବା ଓ କାମ ଚାହଁୁଥିବା ଲୋକଙ୍କ ସଂଖ୍ୟା) ଦକ୍ଷିଣ ଏସିଆରେ ପୂରା ତଳେ ରହିଛି ଓ ବିଶ୍ୱରେ ମଧ୍ୟ ଏହା ସବୁଠୁ କମ୍‌। ଗତ କିଛିବର୍ଷ ହେବ ଏଭଳି ଘଟଣା ଦେଖିବାକୁ ମିଳୁଥିଲେ ମଧ୍ୟ ଏଥିରେ ପରିବର୍ତ୍ତନର କୌଣସି ସଂକେତ ଦେଖାଯାଉ ନାହିଁ। ଭାରତରେ ଚାକିରି ମଧ୍ୟ ଉପଲବ୍ଧ ହେଉନାହିଁ। ବିଗତ କିଛି ବର୍ଷରେ ପାକିସ୍ତାନର ଅଭିବୃଦ୍ଧି କମିବାରେ ଲାଗିଛି । ହେଲେ ଚାଇନା- ପାକିସ୍ତାନ ଇକୋନୋମିକ କରିଡର( ସିପିଇସି) ଭଳି ଭିତ୍ତିଭୂମି ପ୍ରୋଜେକ୍ଟରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିବାରୁ ନିକଟ ଭବିଷ୍ୟତରେ ଅଭିବୃଦ୍ଧିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଏହି ପ୍ରୋଜେକ୍ଟ ପଶ୍ଚିମ ଚାଇନା ଓ ଦକ୍ଷିଣ ପାକିସ୍ତାନକୁ ଯୋଡିବ ଏବଂ ଦୁଇ ଦେଶକୁ ଲାଭଦାୟକ ହେବ। ସିପିଇସି କରିଡର ମଧ୍ୟ କେନ୍ଦ୍ର ଏସିଆ ସହ ପାକିସ୍ତାନକୁ ସଂଯୋଗ କରିବ। ଯଦି ଆଫଗାନିସ୍ତାନରେ ସ୍ଥିରତା ଆସେ ତେବେ ପାକିସ୍ତାନ ବାଣିଜ୍ୟ କାରବାରର ଏକ ବୃହତ୍‌ କେନ୍ଦ୍ର ପାଲଟିବ। ଅନ୍ୟପଟେ ଯଦି ସିପିଇସି ସଫଳ ନ ହୁଏ ତେବେ ପାକିସ୍ତାନ ଅନିୟନ୍ତ୍ରିତ ଋଣ ସ୍ତରକୁ ଠେଲିି ହୋଇଯିବ।
ଦକ୍ଷିଣ ଏସିଆର ଏହି ତିନି ଦେଶ ଅସମାନତା ଲାଗି ବେଶ୍‌ ଜଣାଶୁଣା । ଭାରତୀୟ ସମାଜରେ ସବୁଠୁ ବେଶି ଅସମାନତା ଦେଖାଯାଏ। ଏସିଆରେ ଦୁଇ ଅତିଧନୀ ବ୍ୟକ୍ତି ହେଉଛନ୍ତି ଭାରତୀୟ, କିନ୍ତୁ ଦେଶର ୮୦ କୋଟି ଲୋକ(ଜନ ସଂଖ୍ୟାର ୬୦%) ୫ କିଲୋ ଖାଦ୍ୟ ଶସ୍ୟ ପାଇଁ ପ୍ରତିମାସରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)କୁ ଦେଖିଲେ ବିଶ୍ୱରେ ଭାରତ ୧୩୩ ସ୍ଥାନରେ ଥିବାବେଳେ ବାଂଲାଦେଶ ୧୩୫ ଓ ପାକିସ୍ତାନ ୧୫୪ ସ୍ଥାନରେ ରହିଛନ୍ତି। ଏ କ୍ଷେତ୍ରରେ ୨୦୧୪ ତୁଳନାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସିଥିବାବେଳେ ବାଂଲାଦେଶ ୬ଟି ସ୍ଥାନ ଉପରକୁ ଉଠିଛି। ବାଂଲାଦେଶରେ ଏନ୍‌ଜିଓ ସେକ୍ଟର ଦକ୍ଷିଣ ଏସିଆରେ ଖୁବ୍‌ ବିକଶିତ ଓ ସମ୍ଭବତଃ ଏହି କାରଣରୁ ଏହା ଏଚ୍‌ଡିଆଇ ର଼୍ୟାଙ୍କରେ ଉପରକୁ ଉଠୁଛି। ସେଠାକାର ସରକାର ଏନଜିଓ ପ୍ରତି ଶତ୍ରୁତା ଆଚରଣ ନ କରି ସେମାନଙ୍କ ସହ କାମ କରୁଛନ୍ତି। କିନ୍ତୁ ମାନବ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସିଭିଲ୍‌ ସୋସାଇଟିି ଗ୍ରୁପ ଓ ବ୍ୟକ୍ତିମାନଙ୍କୁ ସମସ୍ୟାରେ ପକାଇବା ଲାଗି ଉଭୟ ଭାରତ ଏବଂ ପାକିସ୍ତାନ ସେମାନଙ୍କ ଶକ୍ତି ଲଗାଇ ଦେଉଛନ୍ତି, ଯାହାର ପରିଣାମ ଏଚ୍‌ଡିଆଇରେ ଦେଖିବାକୁ ମିଳିଛି। ଦୁଇ ଦଶନ୍ଧି ପୂର୍ବେ ଦକ୍ଷିଣ ଏସିଆରେ ଭାରତ ବିକାଶରେ ଖୁବ୍‌ ଆଗକୁ ଚାଲିଯିବ ବାଲି ଯାହା ଜଣାପଡ଼ୁଥିଲା ତାହା ଏବେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ତିନୋଟି ଯାକ ଦେଶର ସରକାର ଓ ରାଜନୀତିରେ ସାମ୍ପ୍ରଦାୟିକତା ମଧ୍ୟ ପ୍ରୟୋଗ ହେଉଛି। ସାମ୍ପ୍ରଦାୟିକତା ପାଇଁ ୧୯୮୦ ଦଶକ ଥିଲା ପାକିସ୍ତାନର ସବୁଠୁ ଖରାପ ସମୟ। ଭାରତ ଏବେ ସଂଖ୍ୟାଲଘୁ କୈନ୍ଦ୍ରିକ ଆଇନ ଓ ନୀତିଗୁଡ଼ିକୁ ନେଇ ସେହି ପଥରେ ଚାଲିଛି। ସେମାନେ କେଉଁଠି ପ୍ରାର୍ଥନା କରିପାରିବେ ନାହିଁ, କ’ଣ ଖାଇବେ ନାହିଁ ଓ କାହାକୁ ବାହା ହୋଇ ପାରିବେ ନାହଁ;ଏ ସମ୍ପର୍କିତ ଆଇନ ପ୍ରଣୟନ କରିଚାଲିଛି। ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଦକ୍ଷିଣ ଏସିଆର ପ୍ରଦର୍ଶନକୁ ବିଶ୍ୱ ଅଧିକ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି। ସ୍ବଚଳୀକରଣ (ଅଟୋମେଶନ) ଓ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବିକାଶ ଓ ପ୍ରୟାଗ ଫଳରେ ତିନୋଟି ଦେଶ କୋଟି କୋଟି ଗରିବଙ୍କୁ ମଧ୍ୟବିତ୍ତ ସ୍ତରକୁ ଆଣିବା ଲାଗି ଯେଉଁ ପ୍ରୟାସ କରୁଛନ୍ତି ତା’ ରାସ୍ତା ଶୀଘ୍ର ବନ୍ଦ ହୋଇଯିବ। ବହୁ ସମୟରେ ତିନୋଟି ଦେଶ ମଧ୍ୟରେ ସମ୍ପର୍କ ଶତ୍ରୁତାପୂର୍ଣ୍ଣ ରହୁଛି,ଯାହା ସେମାନଙ୍କ ବିକାଶରେ ବାଧା ଆଣୁଛି ଓ ଆଣିବ। ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ୧୯୪୭ ପରଠାରୁ ଯେଉଁ ପଥରେ ଆମେ ଚାଲି ଆସିଛେ ସେହି ବାଟରେ ନିକଟ ଭବିଷ୍ୟତର ସମାନତା ତଥା ବିକଶିତ ବିଶ୍ୱରେ ପ୍ରବେଶ କରିବାକୁ ସକ୍ଷମ ହେବାର ସମ୍ଭାବନା ନାହିଁ। ଏଣୁ ଆମ ପାରିପାର୍ଶ୍ୱିକ ଭୂ-ରାଜନୈତିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଆମ କାର୍ଯ୍ୟ ଧାରା ବଦଳାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri