ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢ଼ୀଙ୍କ କଡ଼ା ଚେତାବନୀ, ଏଣିକି ବିଧାନସଭାରେ ବିଶୃଙ୍ଖଳା କଲେ…

ଭୁବନେଶ୍ୱର,୨୩ା୧: ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ଦଳ ବଜେଟ୍‌ ଉପସ୍ଥାପନା କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ତେବେ ଗଠନମୂଳକ ପରାମର୍ଶ ଦେଲେ ଏହା ନିଶ୍ଚିତ ଉପାଦେୟ ହେବ। ବିରୋଧୀମାନେ ବିରୋଧାଭାସ କଲେ, ବିଶୃଙ୍ଖଳା କଲେ ଚଳିତ ଏହି ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ଲିଭାନ୍ତୁ। ଗଠନମୂଳକ ପରାମର୍ଶ ଦିଅନ୍ତୁ। ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ। ଏ ନେଇ ତାରିଖ ସ୍ଥିର ହୋଇନି ବୋଲି ସୁରମା କହିଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ। ଏହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତ। ମୋଟ୍‌ ୨୮ ଦିନର କାର୍ଯ୍ୟଦିବସ ରହିବ। ଏହି ୨୮ ଦିନ ଭିତରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟଦିବସ ରହିବ।

ଏଥିସହିତ ୧୭ ତାରିଖରେ ବଜେଟ ଆଗତ ହେବ। ଏହା ଉପରେ ବିସ୍ତୃତ ଆଲୋଚନା ହେବ। ୨୦ ଓ ୨୧ରେ ବଜେଟ୍‌ ଉପରେ ସାଧାରଣ ଆଲୋଚନା ରହିଛି। ୨୨ ତାରିଖରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ୱାରା ବଜେଟ୍‌ ଉପରେ ନିରୀକ୍ଷକ ପାଇଁ ନିର୍ଦ୍ଧାରଣ କରାଯାଇଛି। ୭ ମାର୍ଚ୍ଚରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନା ହେବ। ୧୦ ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କିତ ଆଲୋଚନା ହେବ। ୨୯ ତାରିଖରେ ବିନିଯୋଗ ବିଲ୍‌ ଉପସ୍ଥାପନ ଏବଂ ବଜେଟ୍‌ ପାରିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri