ଚୋର ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ, ଲୋକେ କହିଲେ…

ଜୟପୁର,୧୩।୨: ରାଜସ୍ଥାନ ପୋଲିସର ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜାରି ପତ୍ରରେ ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ପୁରସ୍କାର ଘୋଷଣା କରିଛିି। ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୋସିଆଲ ମିଡିଆରେ ଏହି ପତ୍ର ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଆସନ୍ତୁ ଜାଣିବା ପୁରା ମାମଲା।

ମାମଲା ରାଜସ୍ଥାନର ଝୁନଝୁନ ଜିଲାର ଅଟେ। ପୋଲିସ ଅପରାଧୀ ଯୋଗେଶଙ୍କୁ ଧରିବା ପାଇଁ ବହୁଥର ଚେଷ୍ଟା କଲେ ମଧ୍ୟ ଅସଫଳ ହେଉଥିଲା। ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନ ଥିଲେ। ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବାରମ୍ବାର ଚଢାଉ ପରେ ଅପରାଧୀ ଧରାଛୁଆଁ ନ ଦେବାରୁ ପୋଲିସ ତାଙ୍କ ବିରୋଧରେ ପୁରସ୍କାର ଘୋଷଣା କରିଛି। ପୋଲିସ ଏକ ନିର୍ଦ୍ଦେଶାନାମା ଜାରି ଧରିବା ପାଇଁ ୫୦ପଇସା ଘୋଷଣା କରିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ହାସ୍ୟରୋଳ ସୃଷ୍ଟି ହେବା ସହ ପୋଲିସର ଏପରି ପୁରସ୍କାର ଘୋଷଣାକୁ ସମାଲୋଚନା କରାଯାଇଛି।

Order

ସୋସିଆଲ ମିଡିଆରେ ଭାଇରାଲ ଅର୍ଡରରେ ଏସପି ଦେବେନ୍ଦ୍ର କୁମାରଙ୍କ ଦସ୍ତଖତ ରହିଛିି। ଏବେ ଏଠାରେ ବଡ ପ୍ରଶ୍ନ ଉଠିଛି କି, ଅର୍ଡର ଟାଇପ କରିଥିବା କିରାଣୀଙ୍କ ଏହି ପତ୍ରକୁ ଏସପିଙ୍କୁ ନେଇ ଦେଉଥିବା କର୍ମଚାରୀ ଜଣକ କାହିଁକି ପଢିଲେ ନାହିଁ?ସେହିପରି ଖୋଦ୍‌ ଏସପି ଦେବେନ୍ଦ୍ର କୁମାର କିପରି ଆଖି ବନ୍ଦ କରି ଏଥିରେ ଦସ୍ତଖତ କଲେ? କିନ୍ତୁ ଏହାକୁ ନେଇ ପୋଲିସ ସ୍ପଷ୍ଟୀକରଣ ଦେଇଛି ଯେ, ଏହି ଭୁଲଟି ମନୁଷ୍ୟଗତ ତ୍ରୁଟି ଯୋଗୁଁ ହୋଇଛି। ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri