ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ସରକାରଙ୍କ ବିରୋଧରେ ମାମଲା ଦାୟର କଲେ ଛାତ୍ର, କ୍ଷତିପୂରଣ ଦାବି

ସିଓଲ,୨୪।୧୨: ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ର ବର୍ଷକର ସିଲାବସକୁ କିପରି ଅଧ୍ୟୟନ କରିବାକୁ ସକ୍ଷମ ହୋଇଛନ୍ତି, ତାହା ଜାଣିବାରେ ଧାରଣା ଦେଇଥାଏ। ପରୀକ୍ଷା କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ। ପରୀକ୍ଷା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥାଏ। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟନୁସାରେ ସେମାନଙ୍କର ପରୀକ୍ଷା ଶେଷ କରିଥାନ୍ତି। ହେଲେ ଖାତା ସରି ନ ଥିଲେ ଛାତ୍ର, ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗିଥାନ୍ତି। ହେଲେ ସେତିକି ସମୟ ଶିକ୍ଷକ ନ ଦେଲେ ଛାତ୍ର ଯଦି ସରକାରଙ୍କ ବିରୋଧରେ ଅଭିଯୋଗ କରନ୍ତି। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ଏପରି ଘଟଣା ଘଟିଛି।
ଦକ୍ଷିଣ କୋରିଆର ଏକ ଛାତ୍ରଗୋଷ୍ଠୀ ନିକଟରେ ସରକାରଙ୍କ ବିରୋଧରେ ଅଭିଯୋଗ କରି ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଘଟଣାଟି ହେଉଛି ଯେ, ଦକ୍ଷିଣ କୋରିଆରେ ସବୁଠାରୁ କଷ୍ଟକର ପରୀକ୍ଷା ହେଉଛି ସୁନଙ୍ଗେ। କଲେଜ ପ୍ରବେଶିକା ପାଇଁ ଏହି ପରୀକ୍ଷା ଦିଆଯାଇଥାଏ। ଦକ୍ଷିଣ କୋରିଆର ସିଓଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାର ସମୟ ସରିବା ପରେ ଛାତ୍ର, ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗଥିଲେ। କିନ୍ତୁ ଶିକ୍ଷକ ସେମାନଙ୍କ କାଗଜପତ୍ର ଛଡ଼ାଇ ନେଇଥିଲେ। ପରେ ଶିକ୍ଷକ ଦୟାପରବେଶ ହୋଇ ଛାତ୍ରମାନଙ୍କୁ ଦେଢ ମିନିଟ ଅତିରିକ୍ତ ସମୟ ଦେଇଥିଲେ। ଏହି ଦେଢ ମିନିଟରେ ସେମାନଙ୍କୁ କେବଳ ଖାଲି ସ୍ତମ୍ଭ ପୂରଣ କରିବାକୁ ଅନୁମତି ଦିଆଯାଇଥିଲା। ଏହି ସମୟରେ କୌଣସି ଉତ୍ତରକୁ ପରିବର୍ତ୍ତନ କରିବାକୁ ଅନୁମତି ନ ଥିଲା। ଏଭଳି ପରିସ୍ଥିତିରେ ଅସନ୍ତୋଷ ହୋଇ କିଛି ଛାତ୍ର ପରୀକ୍ଷା ଛାଡି ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ସୂଚନା ଥାଉ କି, ସୁନଙ୍ଗେ ସବୁଠାରୁ ଦୀର୍ଘସମୟ ଚାଲୁଥିବା ଓ କଷ୍ଟଦାୟକ ପରୀକ୍ଷା ଭାବରେ ଦେଶରେ ଜଣାଶୁଣା। ଛାତ୍ରୀଛାତ୍ର ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ଏହି ପରୀକ୍ଷାକୁ ଦେଶରେ ‘ଜୀବନ ପରିବର୍ତ୍ତନକାରୀ ପରୀକ୍ଷା’ ମଧ୍ୟ କୁହାଯାଏ। ଏହି ପରୀକ୍ଷା କେବଳ କଲେଜରେ ନାମଲେଖା ପାଇଁ ନୁହେଁ କ୍ୟାରିୟର ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ। ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ କେବଳ ପିଲାଙ୍କ ପରିବାର ନୁହେଁ ସରକାର ଠାରୁ ଆରମ୍ଭ କରି ପୁରା ଦେଶ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।

ସୂଚନା ଅନୁଯାୟୀ, ଏହି ପରୀକ୍ଷା ଦୀର୍ଘ ୮ଘଣ୍ଟା ଧରି ଚାଲିଥାଏ। ମୋଟ ୮ ଘଣ୍ଟା ପରୀକ୍ଷା ସମୟରେ ଦକ୍ଷିଣ କୋରିଆ ସରକାର ନିଜର ଆକାଶ ସୀମା ମଧ୍ୟ ବନ୍ଦ କରିଦେଇଥାନ୍ତି। କେବଳ ଏତିକି ନୁହେଁ, ପରୀକ୍ଷା ଚାଲୁଥିବା ସମୟରେ ସରକାର ଷ୍ଟକ ମାର୍କେଟ ବନ୍ଦ କରିଦେଇଥାନ୍ତି ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଧ୍ୟାନ ଭଙ୍ଗ ନ ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri