ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲା ବାରବାଟୀରେ ଖେଳାଯାଉଛି । ଏଥିପାଇଁ ପଡିଛି ଟସ୍ । ବାରବାଟୀରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଟିମ୍‌ରେ ୪ ଜଣଙ୍କୁ ବାଦ୍ ଦିଆଯାଇଛି । ଶୁଭମନ ଗିଲ୍‌ ଫିଟ୍‌ ହୋଇ ପ୍ଲେଇଂ ଇଲେଭେନକୁ ଫେରିଛନ୍ତି । ସେହିଭଳି ସଞ୍ଜୁ ସାମସନ, ହର୍ଷିତ ରାଣା, ଓ୍ବାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କୁ ବାହାରେ ରହିଛନ୍ତି ।

ଭାରତର ପ୍ଲେଇଂ ଇଲେଭେନ: ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା, ଶିବମ ଦୁବେ, ଅକ୍ଷରପଟେଲ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ

Share