Posted inଖେଳ

ଶର୍ଟ ପିଚ୍‌ ବଲରେ ଭାରତୀୟ ବ୍ୟାଟରଙ୍କୁ ଶିକାର କରୁଛନ୍ତି

ଜୋହାନ୍ସବର୍ଗ,୩।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ୨ୟ ସେସନ ଶେଷ ସୁଦ୍ଧା ଭାରତ ୫ ଉଇକେଟ ହରାଇ ୧୪୬ ରନ୍‌ କରିଛି। ରିଷଭ ପନ୍ତ ୧୩ ଓ ରବିଚନ୍ଦ୍ରନ ଅଶ୍ୱିନ ୨୪ ରନ୍‌ କରି ଅପରାଜିତ ଅଛନ୍ତି।

ଭ୍ରମଣକାରୀ ଦଳର ବ୍ୟାଟରଙ୍କ ବିପକ୍ଷରେ ଘରୋଇ ବୋଲରଙ୍କ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଛି ଶର୍ଟ ପିଚ୍‌ ବଲ। ଏପର୍ଯ୍ୟନ୍ତ ଆଉଟ୍‌ ହୋଇଥିବା ୫ରୁ ୪ ବ୍ୟାଟର ଶର୍ଟ ପିଚ୍‌ ବଲରେ କ୍ୟାଚ୍‌ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ପ୍ରଥମ ଥର ପାଇଁ ଅଧିନାୟକ ଭାର ସମ୍ଭାଳିଥିବା ଲୋକେଶ ରାହୁଲ (୫୦ ରନ୍‌, ୯ ଚୌକା) ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ମୟଙ୍କ ଅଗ୍ରଓ୍ବାଲ (୨୬), ଚେତେଶ୍ୱର ପୂଜାରା (୩), ହନୁମା ବିହାରୀ (୨୦)ଙ୍କ ଭଳି ରାହୁଲ ମଧ୍ୟ ଶର୍ଟ ପିଚ୍‌ରେ ହରାଇଥିଲେ ଉଇକେଟ। ବରିଷ୍ଠ ମଧ୍ୟକ୍ରମ ବ୍ୟାଟର ଅଜିଙ୍କ୍ୟ ରାହାନେ ପ୍ରଥମ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ମାର୍କୋ ଜାନସେନ ଓ ଡୁଆନେ ଓଲିଭର ୨ ଲେଖାଏ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri