ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ବାଲେଶ୍ୱର,୧୫।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଓ ରାଜନୈତିକ ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।

ସୌମ୍ୟାଶ୍ରୀ ବିଶୀ, ଯୌନ ର୍ନିଯାତନା ଓ ଅପମାନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ର୍ନିଯାତନା ସହି ନ ପାରି ଗତ ୧୨ ଜୁଲାଇ ୨୦୨୫ରେ ସେ ଆତ୍ମହୁତି କରିଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ବିଜେଡି “ଆତ୍ମହତ୍ୟା ନୁହେଁ, ବରଂ ସରକାରୀ ଅବହେଳା ଓ ବ୍ୟବସ୍ଥାର ବିଫଳତା ଦ୍ୱାରା ପ୍ରାୟୋଜିତ ହତ୍ୟା” ବୋଲି ଅଭିଯୋଗ କରିଛି।
ବିଜେଡି ନେତାମାନେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଜେଡି ନେତା ବବି ଦାସ କହିଛନ୍ତି, “ସରକାରଙ୍କ ଦାୟିତ୍ୱହୀନତା ଓ ଅପାରଗତା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଅକାଳରେ ଚାଲିଗଲା।” ସେହିପରି, ବିଜେଡି ନେତ୍ରୀ ସୁଲତା ଦେଓ ରାଜ୍ୟ ସରକାରଙ୍କୁ “ଦଳିତ ଓ ଆଦିବାସୀ ବିରୋଧୀ” ବୋଲି ଅଭିଯୋଗ କରି ପୋଷ୍ଟମର୍ଟମ ରାତିରେ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ରାତିରେ ପୋଷ୍ଟମର୍ଟମ କରି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି।”

ବିଜେଡି ନେତା ଏଲିନା ଦାଶ ମଧ୍ୟ ରାଜ୍ୟ ସରକାର ଓ ପୋଲିସ ଉପରେ ଘଟଣାକୁ ଲୁଚାଇବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା ରାତିରେ କରାଯାଇଥିଲେ ମଧ୍ୟ ଆମେ ଜାଣିଛୁ ଯେ ସେ ୨ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ।

ତେବେ ଏହି ବନ୍ଦ ଡାକରା ଭିତରେ ଜରୁରୀ ସେବା ଜାରି ରହିବ ବୋଲି ସୂଚନା ମିଳିଛି।  ଆସନ୍ତାକାଲି ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅଖଚକ ବନ୍ଦ ରହିବ। ତେଣୁ କୌଣସି ଜରୁରୀ କାମ ଥିଲେ ଆଜି ସୁଦ୍ଧା ସାରି ଦିଅନ୍ତୁ । କାଲି ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ହେବାର ସମ୍ଭାବନା ଅଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବଡ଼ ଆକ୍ସନ ନେଇଛି ଜିଲ୍ଲା ବିଜେଡ଼ି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନା ।

ସେପଟେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହି ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ ସ୍କୁଲ, କଲେଜ, ଦୋକାନ ଓ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି । ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇପାରେ । ଏହି ସମୟରେ ଆମ୍ୱୁଲାନ୍ସ, ମେଡିସିନ ଷ୍ଟୋର, ଡାଏରୀ ଦୋକାନ ଭଳି ଅତ୍ୟାବଶ୍ୟକ ଜିନିଷର ଦୋକାନ ଖୋଲା ରହିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଭାରତ ଗସ୍ତକୁ ଦେଖି ଚିଡି ଗଲାଣି ପାକିସ୍ତାନ, କହିଲା ଆମର ବି ଏଠିକୁ ଆସୁଛନ୍ତି ରାଜା…

ଇସଲାମାବାଦ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାକିସ୍ତାନବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଚଳିତ କରିଛି ଯେ ପୁଟିନ କାହିଁକି କେବେ ସେମାନଙ୍କ ଦେଶକୁ...

ଇଣ୍ଡିଗୋ ବିମାନ ବାତିଲ୍; ନିଜ ରିସେପ୍ସନ୍‌ରେ ଅନ୍‌ଲାଇନ୍ ସାମିଲ ହେଲେ ଓଡ଼ିଶାର ଏହି ଦମ୍ପତି

ଭୁବନେଶ୍ୱର,୫।୧୨: ବିମାନ ବାତିଲ୍ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ...

ଜଲଓ୍ବା ଦେଖାଇଲେ ନୀଳନୟନା: ମୋହିତ ପ୍ରଶଂସକ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ର ହଲିଉଡ ଯାଏ, ସବୁଠି ତାଙ୍କ ଜଲଓ୍ବା। ଇଏ ଏମିତି ଜଣେ ନାୟିକା, ଯିଏ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

‘ନା ନଇଁବ ଭାରତ, ନା ଭାଙ୍ଗିବ ରୁଷିଆ’, ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ପ୍ରଥମ ପ୍ରତିକ୍ରିୟା

ବେଜିଂ/ନୂଆଦିଲ୍ଲୀ,୫।୧୨: ବିଶ୍ୱ ବର୍ତ୍ତମାନ ଦୁଇଟି ଅକ୍ଷରେ ବିଭକ୍ତ ହୋଇଥିବା ପରି ମନେ ହେଉଛି। ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପଟେ...

ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଲିକ୍‌ ହୋଇଗଲା ANM ପ୍ରଶ୍ନପତ୍ର, ଆଉ ତା’ ପରେ…

କଟକ,୫ା୧୨: ପୂର୍ବରୁ ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବାବେଳେ ଆଜି ଅର୍ଥାତ୍‌ ଶୁକ୍ରବାର ANM ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏହି...

‘ବିବାହଯୋଗ୍ୟ ବୟସ ନ ହୋଇଥିଲେ ମଧ୍ୟ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛାରେ ଲିଭ-ଇନ ସମ୍ପର୍କରେ ରହିପାରିବେ’: ହାଇକୋର୍ଟ

ଜୟପୁର,୫।୧୨: ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିବାହଯୋଗ୍ୟ ବୟସ ନ ହେବା ସତ୍ତ୍ୱେ ଏକାଠି ରହିବାକୁ ଚାହୁଁଥିବା ଦୁଇଜଣ ପ୍ରାପ୍ତବୟସ୍କ ଚାହିଁଲେ ଲିଭ-ଇନ ସମ୍ପର୍କରେ...

Putin Family: ହାଇ ସିକ୍ୟୁରିଟି ଖାଦ୍ୟଠାରୁ….ପୁଟିନଙ୍କର ଅଛନ୍ତି କେତେ ଝିଅ, କ’ଣ କରନ୍ତି ସହଧର୍ମିଣୀ? ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ସାରା ବିଶ୍ୱ ତାଙ୍କ ଗସ୍ତ ଉପରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri