Posted inରାଜ୍ୟ

ବଡ଼ ଗୁମର ଖୋଲିଲେ ସୌମ୍ୟାଙ୍କ ବାନ୍ଧବୀ, କହିଲେ ପ୍ରିନ୍ସପାଲ…

ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।

ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୃତ ସୌମ୍ୟାଶ୍ରୀଙ୍କ ବାନ୍ଧବୀ। ସେ କହିଛନ୍ତି, ସୋମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିନି। ତାଙ୍କ ସହ ଜମା ୧୫ଜଣ ଠିଆ ହୋଇଥିବାବେଳେ ଯିଏ ଅଭିଯୁକ୍ତ ଏଚଓଡି ସମୀର ସାରଙ୍କ ବିରୋଧରେ ୩୦୦ଜଣ ଛିଡା ହୋଇଥିଲେ। ଏହି ମାମଲାରେ ବିରୋଧୀ ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା। ସମସ୍ତେ ଏହି ମାମଲାରେ ସୋମ୍ୟାଶ୍ରୀଙ୍କ ଚରିତ୍ର ସଂହାର କରିଥିଲେ। ଯେତେବେଳେ ଏହିକଥା ସୋମ୍ୟାଶ୍ରୀ ଜାଣିବାକୁ ପାଇଲେ ତାଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲା। ଅନ୍ୟ ଉପାୟ ନ ପାଇ ସେ ନିଜକୁ ଜାଳି ଦେଇଥିଲେ।

ଯେଉଁମାନେ ଅଭିଯୁକ୍ତଙ୍କ ସହ ଛିଡା ହୋଇଥିଲେ ସେମାନେ ଯଦି ପଲଟିକାଲ ଏଜେଣ୍ଡା ଭୁଲି ଆମ ସହ ଛିଡା ହୋଇଥାନ୍ତେ ତେବେ ପୀଡିତା ବଞ୍ଚିଯାଇ ପାରିଥାନ୍ତେ। ସୌମ୍ୟାଙ୍କ ମୃତ୍ୟୁରେ ଅନେକ ଲୋକ ଜଡିତ ଅଛନ୍ତି। କେବଳ ପ୍ରିନ୍ସପାଲ ଓ ଏଚଓଡି ନୁହେଁ। ପୂଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଅସଲ ସତ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବାବୁଙ୍କ ଦକ୍ଷତା ମାପିବେ ସରକାର: ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଭୁବନେଶ୍ୱର,୨୦।୧ (ରବିନାରାୟଣ ଜେନା):ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିବ ତାକୁ ନେଇ ଗତ ୧୮ମାସ ମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri