ଫଟୋଗ୍ରାଫିକୁ ନିଶା କରିଛନ୍ତି ସୌମ୍ୟଜିତ୍‌

କେନ୍ଦୁଝର,୧୯ା୧: ପାଠପଢ଼ା ସହ ଫଟୋଗ୍ରାଫିକୁ ନିଶା ଭାବେ ଗ୍ରହଣ କରିଛନ୍ତି। ନିଜର କଳା ମାଧ୍ୟମରେ ଅଞ୍ଚଳରେ ଯୁବ ସୁଲଭ ପ୍ରତିଭା ଭାବେ ନିଜକୁ ପରିଚିତ କରିପାରିଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ସହ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଭଳି ଜଣେ ଯୁବ ପ୍ରତିଭା ହେଲେ କେନ୍ଦୁଝର ସହରର ଢେଙ୍କାପୁର ଶାସନ ନିବାସୀ ଅକ୍ଷୟ ଦାଶ ଓ ସବିତା ଦାଶଙ୍କ ପୁତ୍ର ସୌମ୍ୟଜିତ୍‌ ଦାଶ।

ସୌମ୍ୟ ସେଣ୍ଟ ଜାଭିୟର ହାଇସ୍କୁଲର ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ପାଠପଢ଼ା ଭିତରେ ତାଙ୍କର ଫଟୋଗ୍ରାଫି ପ୍ରତି ନିଶା ତାଙ୍କୁ ବହୁ ସମ୍ମାନର ଅଧିକାରୀ କରିଛି। ସେ ଯୁବପିଢ଼ିଙ୍କ ମନକୁ ଛୁଇଁଲା ଭଳି ସୁନ୍ଦର ଏବଂ ନୂତନ ଭାବରେ ନିଜସ୍ବ ଶୈଳୀରେ ଫଟୋ ଉଠାଇ ବହୁ କମ୍‌ ବୟସରେ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଦେଖି ତାଙ୍କ ମାତାପିତା ତାଙ୍କୁ ଉସତ୍ାହିତ କରି ଆସିଥିବାର ସୌମ୍ୟଜିତ୍‌ ପ୍ରକାଶ କରିଛନ୍ତି। ଆଗକୁ ଫଟୋଗ୍ରାଫିରେ କ୍ୟାରିୟର କରିବାକୁ ଆଶାବାଦୀ ମଧ୍ୟ ରହିଛନ୍ତି। ସେ ଫଟୋଗ୍ରାଫି ଇତିମଧ୍ୟରେ ଗ୍ଲୋବାଲ ଫଟୋଗ୍ରାଫି ପ୍ରତିଯୋଗିତା, ସ୍ନାପ୍‌ ଇଣ୍ଡିଆ, ନେହେରୁ ଯୁବକେନ୍ଦ୍ର ପରି ବହୁ ସଂଗଠନରୁ ପୁରସ୍କୃତ ହୋଇଛନ୍ତି। ଏଥିସହ ସିନେଲାବ୍‌ ପ୍ରଡକ୍ସନର ନୂଆ ସଂକ୍ଷିପ୍ତ ଚଳଚ୍ଚିତ୍ର ‘ସମାରୀ’ରେ ଫଟୋଗ୍ରାଫି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଭବିଷ୍ୟତରେ ଜଣେ ଦକ୍ଷ ଫଟୋଗ୍ରାଫର ଭାବେ ନିଜକୁ ପ୍ରତିପାଦିତ କରିବାକୁ ସ୍ବପ୍ନ ଦେଖିଥିବା ସେ କହିଛନ୍ତି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri