ସୌମ୍ୟାଶ୍ରୀ ରୁମ୍‌ମେଟ୍‌ଙ୍କ ବଡ଼ ଖୁଲାସା, ଅସଲ କଥା କହିଦେଲେ, ଏବେ ଜଣାପଡିବ ସବୁ…

ଭୁବନେଶ୍ୱର,୧୭।୭: FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜେଡି କର୍ମୀ ଆନ୍ଦୋଳନ କରୁଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସୌମ୍ୟାଶ୍ରୀଙ୍କ ରୁମ୍‌ମେଟ୍‌ ଚାଞ୍ଚଳ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି ଆସୁଥିଲି। ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ ଏମିତି କେମିତି କରିପାରିବ?’ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌। କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା। ହେଲେ ଆତ୍ମହତ୍ୟା କରିପାରିବ କି। ଘଟଣାର ସଠିକ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି ସୌମ୍ୟାଶ୍ରୀ ରୁମ୍‌ମେଟ୍‌।

ଅନ୍ୟପଟେ, ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। FM କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ। ଆଇଜି ଏସ ସାଇନି ଓ ତଦନ୍ତକାରୀ ଅଧିକାରୀ ପହଞ୍ଚିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

ସେପଟେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦେଇଛି।

Share