ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା ପାଲଟିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ନିର୍ବାଚନମଣ୍ଡଳୀରେ ପ୍ରାଥମିକ ପର୍ଯ୍ୟାୟରେ ବିଜେଡି ତାର ପ୍ରାର୍ଥୀ ତାଲିକା ଘୋଷଣା କରି ଭେଟେରାମ ନେତା, ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ପରେ କଂଗ୍ରେସ ଦଳ ପକ୍ଷରୁ ନବାଗତ ସୁବ୍ରତ କୁମାର ଚକ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଏବେ କେବଳ ଘସିପୁରା ଭାଜପା ପ୍ରାର୍ଥୀ ତାଲିକା ଘୋଷଣାରେ ବାକି ରହିଛି। ଏହି ନିର୍ବାଚନମଣ୍ଡଳୀର ଭୋଟର ନ ହୋଇ କିଛି ମାସ ହେଲା ବିଜେପିର ଏକ ସୁବିଧାବାଦୀ ଛାମୁଆ ଗୋଷ୍ଠୀ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ଲାଗିପଡିଥିଲେ।
ରାଜ୍ୟ ଭାଜପା ସଭାପତିଙ୍କ ପାଖ ଲୋକ କହି ନିଜକୁ ଟିକେଟ ଦାବିଦାର ଭାବେ ଉପସ୍ଥାପନା କରିବା ପ୍ରାଣପଣେ ଉଦ୍ୟମ ମଧ୍ୟ କରିଥିଲେ। ହେଲେ ଅଦ୍ୟାବଧି ଭାଜପା ତାର ପ୍ରାର୍ଥୀ ନାମ ଘୋଷଣାରେ ବିଳମ୍ବ କରିଛି। ତେବେ ଭାଜପାର ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ମଧ୍ୟ ଲାଗିରହିଛି। କିଏ କହୁଛି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ସାମିଲ ହୋଇ ଘସିପୁରା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହେବେ ତା ଆଉ କିଏ କହୁଛି ଆଶାୟୀଙ୍କ ଲାଇନରେ ଛିଡା ହୋଇଥିବା ପୃଥିରାଜ କୁଅଁର, ଶମ୍ଭୁନାଥ ରାଉତ, ଯୁବ ନେତା ବିଚିତ୍ର ଚକ୍ର ମଧ୍ୟରୁ କିଏ ହେବେ। ସୁବିଧାବାଦୀ ଗୋଷ୍ଠୀଙ୍କର ଟିକେଟ ପାଇବା ଆଶା କ୍ଷୀଣ ହେବା ପରେ ଏବେ  ନିଜ ସ୍ବାର୍ଥ ସାଧନ ନିମନ୍ତେ ଶେଷ ଆଶାଭାବେ ସୌମଙ୍କ ବାଟକୁ ଚାହିଁ ବସିଛନ୍ତି। ପୂର୍ବରୁ ଏହି ସୁବିଧାବାଦୀ ଗୋଷ୍ଠୀ ସ୍ବାଧୀନ ଜିପ୍‌ ଚିହ୍ନ ପ୍ରାର୍ଥୀଙ୍କ ପଛରେ ରହି ଫାଇଦା ଲକ୍ଷ୍ୟ ରଖିଥିଲେ ତ ଆଉ କେତେବେଳେ ଜିଲାର ପ୍ରଭାବଶାଳୀ ନେତା ସନାତନ ମହାକୁଡଙ୍କ ଛତ୍ରଛାୟା ତଳେ ରହି ମୁନାଫା କମାଇବାକୁ ଉଦ୍ୟମ କରିଥିଲେ। ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକପ୍ରିୟତା ନ ଥିବାବେଳେ ସେମାନଙ୍କର କାର୍ଯ୍ୟଧାରାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଭେଟେରାନ ତଥା ବିଧାୟକ ବଦ୍ରି ପାତ୍ର  ଷଷ୍ଠ ଥର ବିଜୟ ଲକ୍ଷ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଲଗାତର ତୃତୀୟଥର ପାଇଁ ବିଧାୟକ ହୋଇ ବଦ୍ରି ଏବେ ଚତୁର୍ଥ ଥର ଲଗାତର ବିଜୟ ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ନିଜ ଘସିପୁରା ନିର୍ବାଚନମଣ୍ଡଳୀକୁ ଅଲବିଦା କହି ସେ ଏବେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀରେ ପ୍ରାର୍ଥୀ ହୋଇଛନ୍ତି। ଫଳରେ କଂଗ୍ରେସ ଜଣେ ନବାଗତ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି। ଏଭଳି ପରିସ୍ଥିତିରେ ବିଜେପି କାହାକୁ ଟିକେଟ ଦେଉଛି ତାହା ଚିତ୍ର ସ୍ପଷ୍ଟ ହୋଇ ନ ଥିବାବେଳେ ସୁବିଧାବାଦୀ ଛାମୁଆ ନେତାଙ୍କ ଗୋଷ୍ଠୀ ଏବେ ସୌମ୍ୟଙ୍କ ବାଟକୁ ଚାହିଁବସିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri