କଟକ,୧୯ା୨: କଟକରେ ଜଣ୍ଡିସ୍ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଟେଣ୍ଡର ଦିଆଯାଉଛି। ଏନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କଟକରେ ଏବେ ୨୦ ପରିବାର ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି। ନାଳ ନର୍ଦ୍ଦମା ସଫା ହେଉନି। ପିଇବା ପାଣିରେ ଡ୍ରେନ୍ ପାଣି ମିଶୁଥିବା ସୋଫିଆ କହିଛନ୍ତି।
ଧାନ ମଣ୍ଡି ଓ ଚାଷୀ ସମସ୍ୟାକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା। ସରକାର ଲୋକଙ୍କ କଥା ଶୁଣୁନାହାନ୍ତି ବୋଲି କହିଛନ୍ତି ସୋଫିଆ ।